କେଉଁ ପାପ କର୍ମ କଲେ କେଉଁ ଜନ୍ମ ପାଇବେ ? କଣ କୁହେ ମାଳିକା ବଚନ ଜାଣନ୍ତୁ

ବନ୍ଧୁଗଣ ହିନ୍ଦୁ ଧର୍ମରେ ଆତ୍ମାକୁ ଅଜୟ ଆମର ବୋଲି ମାନିନେଇଥାନ୍ତି । ହିନ୍ଦୁଧର୍ମ ଉପରେ ବିଶ୍ବାସ କରିଥାଏ । ମନୁଷ୍ୟ ମୃତ୍ୟୁକୁ ପ୍ରାପ୍ତ ହେଲାପରେ ମଧ୍ୟ ତାର ଆତ୍ମା ଅମର ରହିଥାଏ । ଧର୍ମ ଗ୍ରନ୍ଥରେ କୁହାଯାଇଛିକି ମଣିଷ ମାରିବା ପରେ ତାର ଆତ୍ମା ସେହି ଶରୀର ଛାଡି ଏକ ନୂଆ ଶରୀର ଭିତରେ ପ୍ରବେଶ କରିଥାଏ । ଯେମିତି ଆମେ ପୁରୁଣା ଡ୍ରେସ ଫିଙ୍ଗି ନୂଆ ଡ୍ରେସ ପିନ୍ଧିଥାଉ । ଆତ୍ମାକୁ ଏହି ନୂଆ ଶରୀର ପୃଥିବୀ ଉପରେ ବାସ କରୁଥିବା ୮୪ ଲକ୍ଷ ପ୍ରାଣିମାନଙ୍କ ମଧ୍ୟରୁ କେଉଁ ବି ପ୍ରଣିର ରୂପ ମିଳିଥାଏ । ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି କି ଆପଣ ଆଗ ଜନ୍ମରେ କେଉଁ ରୂପ ପାଇବାକୁ ଯାଉଛନ୍ତି ଓ କାହିଁକି । ଏହିଲେଖାକୁ ପଢନ୍ତୁ ।

ଯେଉଁବୀ ଜୀବ ଏହି ପୃଥିବୀ ଲୋକରେ ଜନ୍ମ ନେଇଥାଏ, ମୃତ୍ୟୁ ପରେ ପୂନର୍ଜନ୍ମ ହେବା ନିଶ୍ଚିତ ଅଟେ । କୁହାଯାଏ ମଣିଷର ଜନ୍ମ ତାର କର୍ମ ହିସାବରେ ହିଁ ହୋଇଥାଏ ଓ ମୃତ୍ୟୁବି ତାର କର୍ମ ଭୋଗିବା ପରେ ହୋଇଥାଏ । ବର୍ତ୍ତମାନ ଜୀବନରେ କରିଥିବା କର୍ମର ଆଧାରରେ ହିଁ  ତାର ଜନ୍ମ ୮୪ ଲକ୍ଷ ପ୍ରାଣୀ ମାନଙ୍କ ମଧ୍ୟରୁ କେଉଁ ଗୋଟେ ପ୍ରାଣିର ରୂପ ହୋଇଥାଏ ।

Image Courtesy: Google

ମାଳିକା ହିସାବରେ ଜନ୍ମ ହେବାକୁ ଯାଉଥିବା ଶିଶୁ ତାର ମାର ଗର୍ଭରେ 9 ମାସ ରହିଥାଏ । ସେ ସବୁବେଳେ ଭଗବାନଙ୍କୁ ପ୍ରାର୍ଥନା କରୁଥାଏକି ଯଦି ଆପଣ ମୋତେ ଏଠାରୁ ବାହାରକୁ ବାହାର କରିଦେବେ ମୁଁ ଆପଣଙ୍କୁ ଜିବନ ସାରା ଜପୁଥିବୀ । କିନ୍ତୁ ଜନ୍ମ ହେବ ପରେ ପରେ ହିଁ ସେ ସବୁ ଭୁଲିଯାଇଥାଏ, ଏବଂ ନିଜର ଭୌତିକ କର୍ମରେ ଲାଗିଯାଇଥାଏ  ଓ ପରେ ସଂସାରର ମୋହ ମାୟାରେ ଏମିତି ପଶି ଯାଇଥାଏକି ଭଗବାନଙ୍କୁ ଥରେବୀ ଡାକିବା ପାଇଁ ତା ପାଖରେ ସମୟ ନ ଥାଏ । ମାଳୀକରେ କେତେ କେତେ ପାପର ଦଣ୍ଡ ଓ ନର୍କ ନିଶ୍ଚିନ୍ତ ଅଛି । ଯାହାକୁ ଭୋଗିବା ପରେ ମନୁଷ୍ୟକୁ ନିଜର ପାପରହିସାବରେ ଆଗ ଜନ୍ମ ମିଳିଥାଏ । ଆସନ୍ତୁ ଜାଣିବା ଏମିତି କିଛି ପାପ ତାର ଫଳ ସ୍ଵରୂପରେ ମିଳୁଥିବା ଜନ୍ମ ବିଷୟରେ ।

Image Courtesy: Google

ବନ୍ଧୁଗଣ ମାଳିକା ବଚନରେ କୁହାଯାଇଛି ଯେଉଁ ମନୁଷ୍ୟ ପରର ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ରଖିଥାଏ ତାକୁ ନର୍କକୁ ଯିବାକୁ ପଡିଥାଏ । ସେହି ନର୍କରେ ବହୁତ ପ୍ରକାର ଦଣ୍ଡ ଭୋଗିବାକୁ ପଡିଥାଏ । ଏହିପରି ତାକୁ ଗୋଟେ ପରେ ଗୋଟେ ଜନ୍ମ ମିଳିଥାଏ । ସେ ସର୍ବ ପ୍ରଥମେ ବିଲୁଆ ବନିଥାଏ, ତାପରେ ଗୋଟିଏ କୁକୁର ଜନ୍ମ ନେଇଥାଏ ।ତାପରେ ସୃଗାଳ, ମାଙ୍କଡ, ଜିରାଫ, ଜେବ୍ରା,ସାପ ଏବଂ କାଉ ବନିଥାଏ ।ଏହିସବୁ ଜନ୍ମକୁ ଭୋଗ କରିବା ପରେ ସେ ବଗର ଜନ୍ମ  ପ୍ରାପ୍ତ କରିଥାଏ । ଯାହାକୁ ସମାପ୍ତ କରିବାପରେ ସେ ମଣିଷ ଜନ୍ମ ନେଇଥାଏ ।

Image Courtesy: Google

ଏହା ସହିତ ଯେଉଁ ମନୁଷ୍ୟ ନିଜ ସ୍ତ୍ରୀ ସହିତ ଜବରଦସ୍ତ ସମ୍ପର୍କ ରଖିଥାଏ ବା ତାର ବଳତ୍କାର କରିଥାଏ  ଏବଂ ଯେଉଁ ମଣିଷ ତାର ସ୍ତ୍ରୀ ସହିତ ଅତ୍ୟାଚାର କରିଥାଏ ବା ହାତ ଉଠାଇଥାଏ ତାକୁବୀ ନର୍କ ଭୋଗିବାକୁ ପଡିଥାଏ । ତାକୁ କେତେ ପ୍ରକାର ଜନ୍ମ ନେବା ପରେ ତାକୁ କିନର ରୂପ ମିଳିଥାଏ । ଏହାକୁ ଛାଡି ମାଳୀକାରେ କୁହାଯାଇଚିକି ଯେଉଁ ବ୍ୟକ୍ତି ନିଜ ବଡ ଭାଇର ଅପମାନ କରିଥାଏ, ବା ସମାଜ ସାମ୍ନାରେ ତାକୁ ନିଚା ଦେଖାଇ ଥାଏ ବା ବଡ ଭାଇ ଉପରେ ହାତ ଉଠାଇଥାଏ  ଆର ଜନ୍ମରେ ସେହି ବ୍ୟକ୍ତିକୁ ପେଚା ଜନ୍ମ ମିଳିଥାଏ । ଏହି ଜନ୍ମକୁ ସେ ଦଶ ବର୍ଷ ପର୍ଯ୍ୟନ୍ତ ଭୋଗିଥାନ୍ତି । ଏହା ପରେ ହିଁ ଆଗ ଜନ୍ମରେ ତାକୁ ମଣିଷ ଜନ୍ମ ମିଳିଥାଏ ।

Image Courtesy: Google

ମାଳିକା ହିସାବରେ ସୁନା ବା ପଇସା ପତ୍ର ଚୋରୀ କରୁଥିବା ବ୍ୟକ୍ତିକୁ ପିମ୍ପୁଡି ରୂପରେ ଜନ୍ମ ମିଳିଥାଏ । ଯେଉଁ ବ୍ୟକ୍ତି ରୂପାଓ ଚନ୍ଦିର ଜିନିଷ ଚୋରୀ କରୁଥାଏ ତାକୁ ପାରାର ଜନ୍ମ ମିଳିଥାଏ । ଯେଉଁ ଲୋକ ବସ୍ତରର ଚୋରୀ କରିଥାଏ ତାକୁ ଶୁଆର ଜନ୍ମ ମିଳିଥାଏ । ଠିକ ସେହିପରି ସୁଗନ୍ଧିତ ଜିନିଷ ଚୋରୀ କରୁଥିବା ବ୍ୟକ୍ତି ମୂଷା ରୂପରେ ଆଗ ଜନ୍ମରେ ଜନ୍ମ ମିଳିଥାଏ । ମାଳିକାାରେ କୁହାଯାଇଛି କି ମନୁଷ୍ୟର ଆଗ ଜନ୍ମ  ଇଚ୍ଛା, ଚିନ୍ତା ଧାରା, କର୍ତବ୍ୟକୁ ଆଧାର କରି ହୋଇଥାଏ । ମନୁଷ୍ୟର ଭଲ ଚିନ୍ତା ଧାରା ଓ ଇଛାକୁ ନେଇ ଭଗବାନ ଆର ଜନ୍ମରେ ମଧ୍ୟ ତାକୁ ମଣିଷ ଜନ୍ମ ଦେଇଥାନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *