ଏମିତି କରନ୍ତୁ ଭିଟାମିନ E କ୍ୟାପସୁଲର ବ୍ୟବହାର, ଫାଇଦା ଜାଣି ଉଡିଯିବ ହୋସ !

ଆଜି ଆମେ ଆଲୋଚନା କରିବା ଭିଟାମିନ E କ୍ୟାପସୁଲ ବିଷୟରେ । ଏହି କ୍ୟାପସୁଲ କେସ ଓ ସ୍କିନ ପାଇଁ ବହୁତ ଲାଭଦାୟକ ଅଟେ । ଏହି କ୍ୟାପୁସୁଲର ଠିକ ବ୍ୟବହାର ଦ୍ଵାରା ରିଙ୍କଲ୍ସରୁ ବଞ୍ଚିପାରିବେ, ଫଟା ଓଠକୁ ନରମ କରିପାରିବେ, ଆଖିତଳେ ହେଉଥିବା କଳା ଦାଗକୁ ଠିକ କରିପାରିବେ, ଓ ଷ୍ଟ୍ରେଚ ମାର୍କକୁ ସହଜରେ ଦୂର କରିପାରିବେ । ଆଉ ବହୁତ କିଛି ଫାଇଦା ଅଛି ଭିଟାମିନ E ବିଷୟରେ । ଭିଟାମିନ E ର ଗୋଟେ ସ୍ଟ୍ରିପ ପାଖାପାଖି ୨୦ ଟଙ୍କାର ଆସେ ।

ଗୋଟେ କ୍ୟାପସୁଲ ନେଇ ତାକୁ କଣା କରି ଚାମଚରେ ବାହାର କରି ସ୍କିନ କି କେଶରେ ଲଗାଇପାରିବେ । ଏଥିରେ ଅଲିଭ ଅୟେଲ ମିଶାଇ ଲଗେଇ ପାରିବେ, ଯଦି ଅଲିଭ ଅୟେଲ ବ୍ୟବହାର କରୁ ନାହାଁନ୍ତି କିଛିବି ତେଲ ବ୍ୟବହାର କରିପାରିବେ ।

Image Courtesy: Google

ଭିଟାମିନ E ରେ ଥିବା ଆଣ୍ଟି ଅକ୍ସିଡେଣ୍ଟ କେସ ଓ ସ୍କିନ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହାର ବିଉଟି ବେନିଫିଟ୍ସ ପାଇଁ ପାର୍ଲରରେ ବି ଭିଟାମିନ E ବହୁତ ବ୍ୟବହାର କରାଯାଉଛି । ଆସନ୍ତୁ ଜାଣିବା କେମିତି ଓ କେଉଁଠି ଏହାର ବ୍ୟବହାର କରିବା ।

ଓଠ :-

ଫଟା ଓଠକୁ ଠିକ କରିବା ହେଉ କି ତାକୁ ନରମ ଓ ଚମକଦାର କରିବା ପାଇଁ ହେଉ ଆମେ ବ୍ୟବହାର କରିପାରିବ । ପ୍ରଥମେ ଓଠକୁ ପାଣିରେ ଭଲକି ଧୋଇବା ତାପରେ ଭିଟାମିନ E ରେ ଭଲସେ ମସାଜ କରିବା । ଆପଣ ଚାହିଁଲେ ଓଠରେ ବାଦାମ ଅୟେଲ ମିଶାଇ ଲଗେଇ ପାରିବେ । ଯଦି ରାତିରେ ଶୋଇବା ପୂର୍ବରୁ ଲଗେଇବେ ବହୁତ ଅଧିକ ଲାଭଦାୟକ ରହିବା ।ଯଦି ଆପଣଙ୍କ ଓଠର ରଙ୍ଗ କଳା ଅଛି ରେଗୁଲାର ଲଗାଇବା ଦ୍ଵାରା ସଫା ହୋଇଯିବ ।

Image Courtesy: Google

ସ୍କିନ :-

ଭିଟାମିନ E ଏଥିରେ ସ୍କିନକୁ ଠିକ କରିବା ପାଇଁ ବହୁତ ପ୍ରାପଟିଜ ଥାଏ । ଯେତେବୀ ସ୍କିନ ସମସ୍ୟା ଅଛି  ବ୍ରଣ, କଳା ଦାଗ,ଡୃ ସ୍କିନ ଏ ସବୁ ଠିକ କରିବା ପାଇଁ ଲାଭଦାୟକ ଅଟେ ।  ଇଏ ଆପଣଙ୍କ ସ୍କିନ କୁ ମଶ୍ଚୋରାଇଜ ଓ ହାଇଡ୍ରେଟ ରଖେ । ଏଥିରେ ଆଣ୍ଟି ଆକ୍ସିଡେଣ୍ଟ ଥାଏ ଯାହାକି ଡ୍ୟାମେଜ ସ୍କିନକୁ ରିପେୟାର କରେ । ଯଦି ଆପଣଙ୍କୁ ଲାଗିବକି ସ୍କିନରେ ରିଙ୍କ୍ଲସ ଆସି ଲାଣି ତ ଆପଣ ଏହାର ବ୍ୟବହାର କରିପାରିବେ । ଆଣ୍ଟି ରିଙ୍କ୍ଲସ ମାସ୍କ ବନେଇବା ପାଇଁ ଆପଣ ଦୁଇଟି ଭିଟାମିନ E କ୍ୟାପସୁଲ, ସେଥିରେ ଗୋଟେ ଚାମଚ ଦହି ,ଗୋଟେ ଚାମଚ ମହୁ, ଓ ଗୋଟେ ଚାମଚ ଲେମ୍ବୁର ରସ ମିଶାଇ ଏହି ମାଷ୍କକୁ ଅଧ ଘଣ୍ଟା ପର୍ଯ୍ୟନ୍ତ ଲଗାଇକି ରଖନ୍ତୁ ଓ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।

Image Courtesy: Google

ଆଖି :-

ଯଦି ଆଖିରେ କଳା ଘେରା କି ଥକା ଆଖି ପାଇଁ ଏହାର ବ୍ୟବହାର ବହୁତ ଭଲ । ଭିଟାମିନ E ସହିତ କିଛି ଲୋଶନ ମିଶାଇ ଆଖିତଳେ ଲଗାନ୍ତୁ ଓ ରାତିସାର ଛାଡି ଦିଅନ୍ତୁ ସକାଳେ ମୁହଁ ଧୁଅନ୍ତୁ ।

କେସ :-

ଏହା ବ୍ୟବହାର କରିବା ଦ୍ଵାରା କେସ ମଜଭୁତ ଓ ଘନ ହୋଇଥାଏ । ଏଥିରେ ଦୁଇମୁହାଁ କେଶକୁ ଠିକ କରାଯାଇପାରିବ । ରୁପିକୁ ଭି ରୋକା ଯାଇପାରିବ । କେସ ଝଡିବା ବି ରୋକାଯାଇପାରିବା । ଏହାକୁ ଆପଣଙ୍କ ସମ୍ପୋ, କଣ୍ଡିସନର କି ତେଲରେ ମିଶାଇ ଲଗାଇ ପାରିବେ ।

Image Courtesy: Google

ନଖ :-

ଭିଟାମିନ E ସହିତ ଆଲମଣ୍ଡ ଅୟେଲ ମିଶାଇ ନଖରେ ପ୍ରଦିଦିନ ଲଗାନ୍ତୁ ଏଥିରେ ନଖ ମଜଭୁତ ହେବା ସହିତ ଲାମ୍ବାବି ହେବ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *