କେଉଁ ପତ୍ର ଗଣେଶଙ୍କୁ ଅର୍ପଣ କଲେ ତୀକ୍ଷ୍ଣ ବୁଦ୍ଧି ପ୍ରାପ୍ତ ହୋଇଥାଏ ? ଏହା ସହ ଆହୁରି 10+ Ajira Anuchinta

ବନ୍ଧୁଗଣ ମାନବ ଜୀବନରେ ଶାସ୍ତ୍ର ସହ ଜଡିତ କିଛି ନିୟମାନରର ପାଳନ କରିବା ଆଉଚିତ । ଆଜି ଆମେ ଆପଣଙ୍କୁ କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । ୧- ସକାଳୁ ସ୍ନାନ କରିବା ପରେ ସୁଧ ଜଳରେ ଗଙ୍ଗାଜଳ, ଚାଉଳ, କଞ୍ଚା କ୍ଷୀର, ଫୁଲ ମିଶାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ଉଚିତ । ଏହା ଦ୍ଵାରା ଆୟୁ ବୃଦ୍ଧି ହୁଏ ଓ ଅକାଳ ମୃତ୍ୟୁ ଦୂରେ ହୁଏ ।

୨- ଭାନୁ ସପ୍ତମୀ ଦିନ ସୂର୍ଯ୍ୟଙ୍କୁ ପୂଜା କରିଲେ ସ୍ମରଣ ଶକ୍ତି ବୃଦ୍ଧି ହୁଏ  ବୁଢୀର ବିକାଶ ହେବା ସହ ମାନସିକ ଶାନ୍ତି ମିଳିଥାଏ ।

୩- ପୂଜା ସମୟରେ ଠାକୁରଙ୍କୁ ନଡିଆ ଅର୍ପଣ କରିବା ସମୟରେ କେବଳ ପୁରୁଷ ଲୋକ ନଡିଆ ଭାଙ୍ଗିଲେ ଭଲ ହୋଇଥାଏ ।

୪- ବ୍ରହ୍ମ ବୈବର୍ତ୍ତ ପୁରାଣ ଅନୁଯାୟୀ ଶଙ୍ଖରେ ଜଳ ରଖିକି ସେହି ଜଳକୁ ସବୁଆଡେ ସିଞ୍ଚନ କରିବା ଦ୍ଵାରା ବାତାବରଣ ଶୁଦ୍ଧ ହୋଇଥାଏ ।

୫- ଯଦି ପୂଜା ସମୟରେ ଘରକୁ ଗୁରୁ, ପୂଜକ, ଅତିଥି ଆସନ୍ତି ତେବେ ବହୁତ ଶୁଭପ୍ରଦ ହୋଇଥାଏ । ପୂଜା ସମୟରେ ଠାକୁର ଙ୍କ ଠାରୁ ନିଜ ଆଡକୁ ଖସେ ଅତ୍ୟନ୍ତ ଶୁଭ ଏହାବା ସହ ଇଚ୍ଛା ପୂରଣ ହେବାର ସଂକେତ ହୋଇଥାଏ ।

୬- ଶାସ୍ତ୍ର ଅନୁଯାୟୀ ଠାକୁର ପୂଜା ସମୟରେ ଆଖିରେ ଲୁହ ଆସେ ମନରୁ ଖରାପ ଭାବନା ଦୂର ହୁଏ ଓ ଆତ୍ମା ଶୁଦ୍ଧି ହେବାର ସଂକେତ ହୋଇଥାଏ ।

୭- ଘିଅ ଦୀପ ଜଳାଇବା ସମୟରେ ଦୀପରେ ଧଳା ରଙ୍ଗର ବତୀ ବ୍ୟବହାର କରିବା ଉଚିତ । ତେଲ ର ଦୀପରେ ନାଲି ରଙ୍ଗର ବତୀ ବ୍ୟବହାର କରିଲେ ଶୁଭ ହୁଏ ।

୮- ପୂଜା ସମୟରେ ଠାକୁରଙ୍କ ଠାରେ ଚଢା ଯାଇଥିବା ଫୁଲ ଏଣେତେଣେ ପକାଇବା ଉଚିତ ନୁହେଁ । ଫୁଲ ଗୁଡିକୁ ନଦୀରେ ଭସାଇବା ଉଚିତ ।

୯- ପୂଜା କରିବା ସମୟରେ ମନରେ ଖରାପ ଭାବନା ଆଣିବା ଅନୁଚିତ । ଏହା ଦ୍ଵାରା ପୂଜାର ଫଳ ପ୍ରାପ୍ତ ହୋଇ ନ ଥାଏ ।

୧୦- ପୂଜା କରିବା ସମୟରେ ମଇଳା କପଡା ପିନ୍ଧିବା ଦ୍ଵାରା ଗରିବୀ ଆସିଥାଏ । ପୂଜା ସମୟରେ ଶାଳଗ୍ରାମ କୁ ଚାଉଳ ପକାଇବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ ।

୧୧- ରବିବାର ଦିନ ତୁଳସୀ ପତ୍ର ତୋଳିବା ଉଚିତ ନୁହେଁ । ଏହା ଦ୍ଵାରା ଭଗବାନ ପ୍ରସନ୍ନ ହୋଇ ନ ଥାନ୍ତି । ପୂଜା ସମୟରେ ଧୂପକାଠିର ବ୍ୟବହାର କରିବା ଅନୁଚିତ ।

୧୨- ଦୀପ କୁ କେବେ ବି ଭୂମିରେ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଧନ ହାନୀର ସମ୍ଭାବନା ଦେଖାଯାଏ । ଠାକୁରଙ୍କୁ ସ୍ନାନ କରିବା ସମୟରେ ବୁଢା ଆଙ୍ଗୁଳି କୁ ଛାଡି ଅନ୍ୟ ଆଙ୍ଗୁଳିର ବ୍ୟବହାର କରିବା ଉଚିତ ।

୧୩- ମହାଦେବଙ୍କୁ ପୂଜା କରିବା ସମୟରେ କେବେ ବି କେତକୀ ଫୁଲର ବ୍ୟବହାର କରିବା ଉଚିତ ନୁହେଁ ।

୧୪- ଭଗବାନ ଗଣେଶଙ୍କୁ ସମି ପତ୍ର ଅର୍ପଣ କରିବା ଦ୍ଵାରା ତୀକ୍ଷଣ ବୁଦ୍ଧି ପ୍ରାପ୍ତ ହୁଏ ଓ ଘରୁ କଳହ ଦୂର ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *