ଭାରତ ରେ ଏହି ସବୁ ମନ୍ଦିର ଗୁଡିକର ମଧ୍ୟ ପୂଜା କରାଯାଏ, ଭାରତ ର 5ଟି ରହସ୍ୟମୟ ମନ୍ଦିର ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ଭାରତରେ ଦେଖିବାକୁ ଗଲେ ଅନେକ ମନ୍ଦିର ରହିଛି । କିନ୍ତୁ ଏମିତି ବି ଅନେକ ମନ୍ଦିର ରହିଛି ଯାହା ଏବେ ବି ରହସ୍ୟମୟ ହୋଇ ରହିଛି । ସେମାନଙ୍କ ମଧ୍ୟରୁ ଏମିତି 5ଟି ମନ୍ଦିର ରହିଛି ଯାହାର ରହସ୍ୟ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

1- ଚୂଡାମଣି ମନ୍ଦିର : କୁହାଯାଏ କି ଚୋରୀ କରିବା ପାପ । କିନ୍ତୁ ଏହି ମନ୍ଦିରର ମାନ୍ୟତା ଛି କି ଏହି ମନ୍ଦିରରେ ଚୋରୀ କରିଲେ ଭକ୍ତଙ୍କର ଇଚ୍ଛା ପୂରଣ ହୋଇଥାଏ । ବିଶେଷ କରି ଦମ୍ପତି ପୁତ୍ର ସନ୍ତାନ ପାଇଁ ଏହି ମନ୍ଦିରକୁ ଆସିଥାନ୍ତି । ଏହି ମନ୍ଦିର ଉତ୍ତରାଖଣ୍ଡ ର ଚୁଡିଆ ରେ ଅବସ୍ଥିତ ଅଟେ ।

2- କାମାକ୍ଷା ମନ୍ଦିର : 51 ଶକ୍ତି ପିଠ ମଧ୍ୟରୁ ଅନ୍ୟତମ ଅଟେ କାମାକ୍ଷା ମନ୍ଦିର । ଏଇ ମନ୍ଦିର ବହୁତ ପ୍ରସିଦ୍ଧ ଓ ଚମତ୍କାରୀ ଶକ୍ତି ପୀଠ ଅଟେ । ଏହି ମନ୍ଦିର ରେ ଦେବୀ ଦୂର୍ଗା ବା ଅମ୍ବା ଙ୍କ ମୂର୍ତ୍ତି ଦେଖାଯିବ ନାହିଁ । ଚମତ୍କାର ରେ ଭରା ଏହି ମନ୍ଦିର ରେ ଦେବୀ ଙ୍କ ଯୋନି ପୂଜା କରା ଯାଇଥାଏ । ଏହି ମନ୍ଦିର ଟି ଆସାମ ର ଗୁଆହାଟି ଠାରେ ଅବସ୍ଥିତ ଅଟେ ।

3- କରଣି ମାତା ମନ୍ଦିର ; ଏହି ମନ୍ଦିର ଟି ପ୍ରସିଦ୍ଧ ହିନ୍ଦୁ ମନ୍ଦିର ଅଟେ । ଯାହା ରାଜସ୍ଥାନ ର ବିକାଳୟ ଜିଲାଲ ରେ ଅବସ୍ଥିତ ଅଟେ । ଏହି ମନ୍ଦିର ରେ ଦେବୀ କରଣି ମାତା ଙ୍କ ପୂଜା କରା ଯାଇଥାଏ । ମାତା ଙ୍କ ଏହି ମନ୍ଦିର କୁ ମୂଷା ମନ୍ଦିର ଭାବେ ବିବେଚନା କରା ଯାଇଥାଏ । ଏହି ମନ୍ଦିର ରେ ଏତେ ମୂଷା ମାନେ ଅଛନ୍ତି କି ପାଦ ଘଷି କି ଯିବାକୁ ପଡିଥାଏ । ଯଦି ମୂଷା ପାଦ ତଳ ଦେଇ ଆସିଥାଏ ତେବେ ଅଶୁଭ ମାନାଯାଏ । କିନ୍ତୁ ଯଦି ମୂଷା ପାଦ ଉପରେ ଚାଲିଯାଏ ଏହାକୁ ଶୁଭ ମାନାଯାଏ । ଏହାର ଅର୍ଥ ଦେବୀ ମାତା ଙ୍କ କୃପା ଲାଭ ହୋଇଥାଏ ।

4- କନ୍ୟାକୁମାରୀ ଦେବୀ ମନ୍ଦିର : କନ୍ୟାକୁମାରୀ କୁ ଭାରତର ଦ୍ଵିତୀୟ ଅଂସ ଭାବେ ମାନାଯାଏ । ସମୁଦ୍ର ମଝିରେ କୁମାରୀ ଦେବୀ ଙ୍କ ମନ୍ଦିର ଅବସ୍ଥିତ ଅଟେ । ଏହି ମନ୍ଦିର ରେ ମା ପାର୍ବତୀ ଙ୍କ କନ୍ୟା ରୂପ କୁ ପୂଜା କରା ଯାଇଥାଏ । ଏହା ଦେଶରେ ଏକମାତ୍ର ମନ୍ଦିର ଅଟେ ଯେଉଁଥିରେ ପ୍ରବେଶ କରିବା ପାଇଁ ପୁରୁଷ ଙ୍କୁ ସାର୍ଟ ଖୋଲିବାକୁ ପଡିଥାଏ । ପୌରାଣିକ ମାନ୍ୟତା ଅନୁଯାୟୀ ଦେବୀଙ୍କ ବିବାହ ସମ୍ପନ୍ନ ନ ହେବା କାରଣରୁ ବଞ୍ଚିଥିବା ଦାନ ଚାଉଳ ପଥର ହୋଇ ଯାଇଥିଲା ।

5- ଶନି ଶିଘ୍ନାପୁର ମନ୍ଦିର : ଭାରତରେ ସୂର୍ଯ୍ୟ ପୁତ୍ର ଶନିଦେବଙ୍କର ଅନେକ ମନ୍ଦିର ରହିଛି । କିନ୍ତୁ ସେମାନଙ୍କ ମଧ୍ୟରୁ ମହାରଷ୍ଟର ଅହମଦାବାଦରେ ପ୍ରସିଦ୍ଧ ଶନି ଶିଘ୍ନାପୁର ମନିଦ୍ର ଅନ୍ୟତମ ଅଟେ । ଏହି ରାଜ୍ୟରେ ଅନେକଙ୍କ ଘରେ ଝରକା, କବାଟ, ତିଜୋରି ନ ଥାଏ । ଏହାର କାରଣ ଏଠାରେ ଚୋରୀ ହୁଏନି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *