ବନ୍ଧୁଗଣ ଘରକୁ ସୁସଜ୍ଜିତ ରଖିବା ପାଇଁ ତଥା ଘରକୁ ସୁନ୍ଦର କରିବାକୁ ଯାଇ ଆମେମାନେ ଘରର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଫୋଟ ଚିତ୍ର ଆଣି ଲଗାଇଥାଉ । ତେବେ ବାସ୍ତୁଶାସ୍ତ୍ର ଅନୁଯାଇ ଘରର କେଉଁ ସ୍ଥାନରେ କେଉଁ ଫୋଟ ଚିତ୍ର ଲଗାଇବା ଦ୍ଵାରା ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ ଆସନ୍ତୁ ବନ୍ଧୁଗଣ ସେହି ସମ୍ପର୍କରେ ଏଠାରେ ଜାଣିବା । ଯାହାଦ୍ୱାରା ଘରର ସମୃଦ୍ଧି ବୃଦ୍ଧି ହୋଇବା ସହ ଘରର ସଦସ୍ୟ ସବୁବେଳେ ଖୁସିରେ ରହିଥାନ୍ତି ।
1- ସମୁଦ୍ର କୂଳରେ ଦୌଡୁଥିବା 7 ଟି ଘୋଡାର ଫୋଟକୁ ଆଣି ଆପଣ ଘରେ କିମ୍ବା ଅଫିସରେ ଲଗାଇପାରିବେ । ଏହି 7 ଟି ଘୋଡାର ମଧ୍ୟ ମହତ୍ଵ ରହିଛି । ସୂର୍ଯ୍ୟ ଭଗବାନଙ୍କର ରଥରେ 7 ଟି ଘୋଡା ରହିଛନ୍ତି । ଏହା ଉନ୍ନତିର ପ୍ରତୀକ ହୋଇଥାଏ ବୋଲି ମାନ୍ୟତା ରହିଅଛି ।
2- ଗୃହରେ ଗର୍ଭବତୀ ମହିଳା ଥିଲେ । ତେବେ ଗର୍ଭବତୀ ମହିଳାଙ୍କ ସମେତ ତାଙ୍କ ଗର୍ଭରେ ଥିବା ସନ୍ତାନଙ୍କର ଉତ୍ତମ ବିକାଶ ପାଇଁ ଘରେ ଏହି ଫୋଟଟି ଆଣି ଲଗାନ୍ତୁ । ତେବେ ସେହି ଫୋଟଟି ହେଉଛି ମାତା ଯଶୋଦାଙ୍କ ସହ ବାଲକୃଷ୍ଣ ଥିବା ଏକ ସୁନ୍ଦର ଫୋଟ । ଏହା ଘର ପାଇଁ ଶୁଭ ହୋଇଥାଏ ।
3- ଘରେ ରାମ ଭଗବାନଙ୍କର ଦରବାର ଫୋଟ ଲଗାନ୍ତୁ । ଯେଉଁଥିରେ ଭଗବାନ ରାମଙ୍କ ସହ ମାତା ସୀତା, ପ୍ରଭୁ ରାମଙ୍କ ସମସ୍ତ ଭାଇ ଓ ପ୍ରଭୁ ହନୁମାନ ମଧ୍ୟ ଥିବେ । ଏହି ଫୋଟ ଲଗାଇବା ଦ୍ଵାରା ଘରେ ସବୁ ସଦସ୍ୟଙ୍କ ମଧ୍ୟରେ ଭଲ ସମ୍ପର୍କ ବଜାୟ ରହିଥାଏ । ଭାଇ ଭାଇ ମଧ୍ୟରେ ସୁସମ୍ପର୍କ ସବୁବେଳ ପାଇଁ ରହିଥାଏ ।
4- ଯଦି ଘରର କୌଣସି ବ୍ୟକ୍ତିଙ୍କ ମନ ପ୍ରାୟତଃ ସମୟ ବିଚଳିତ ରହୁଥାଏ । ମନ ମଧ୍ୟରେ କୌଣସି ଅଜଣା ଭୟ ଲାଗି ରହୁଥାଏ । ତେବେ ଘରର ରୋଷେଇ ଘରେ ଫୁଟିଥିବା ଫୁଲର ଏକ ଫୋଟ ଲଗାନ୍ତୁ । ଏହା ବ୍ୟକ୍ତିର ମନକୁ ପ୍ରଫୁଲ୍ଲିତ କରିବା ସହ ଶାନ୍ତି ମଧ୍ୟ ମନକୁ ପ୍ରଦାନ କରିଥାଏ ।
5- ଆପଣଙ୍କ ଘରେ ଯଦି ଆପଣ ଭଗବାନ ଧନନ୍ତ୍ୱୋରୀଙ୍କ ଫୋଟ ଲଗାନ୍ତି । ତେବେ ଆପଣଙ୍କ ଘରେ ଧନ ବଢିବା ସହ ଘରର ଲୋକ ସୁସ୍ଥ ଜୀବନଯାପନ କରିଥାନ୍ତି ।
ତେବେ ବନ୍ଧୁଗଣ ଘରର ଉନ୍ନତି ଓ ଘରର ସଦସ୍ୟ ଭଲରେ ରହିବା ପାଇଁ ଆପଣ ଘରେ ଏହି ସବୁ ଫୋଟ ଲଗାନ୍ତୁ । ଯାହା ଆପଣଙ୍କ ଘରକୁ ଖୁସି ନେଇ ଆସିବ । ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ