ଗର୍ଭବତୀ ନାରୀ କି ସ୍ଵପ୍ନ ଦେଖିଲେ କଣ ହୋଇଥାଏ- Ajira Anuchinta

ସ୍ଵପ୍ନ ଜଗତ ଏମିତି ଗୋଟେ ଦୁନିଆ ଯେଉଁଠାରେ ମଣିଷ ବହୁତ କିଛି ଦେଖିଥାଏ କିନ୍ତୁ ତାହା ସବୁ ସତ ହୋଇନଥାଏ । ତେବେ କିଛି ସ୍ଵପ୍ନ ଏମିତି ହୋଇଥାଏ ଯାହା ଆମେ ବ୍ରହ୍ମ ମୁହୁରତରେ ଦେଖିବାକୁ ପାଇଥାଉ ଆଉ ଏହି ସ୍ଵପ୍ନ ଆମକୁ କିଛି ସଂକେତ ମଧ୍ୟ ଦେଇଥାଏ ଯାହା ଆମେ ବୁଝି ପାରୁ ନାହୁଁ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ସ୍ଵପ୍ନ ବିଷୟରେ କହିବାକୁ ଯାଉଛୁ ଯାହା ଆମକୁ ବହୁତ କିଛି ସଂକେତ ଦେଇଥାନ୍ତି । ତେବେ ଗର୍ଭ ଧାରଣ କରିବା ପରେ ସ୍ଵାମୀ ସ୍ତ୍ରୀଙ୍କୁ ଯଦି ଏହି ପ୍ରକାର ସ୍ଵପ୍ନ ଆସେ ତେବେ ତା ଅର୍ଥ କଣ ତାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

୧. ଯଦି ଆପଣ ସ୍ଵପ୍ନରେ ଜିଅନ୍ତା ମାଛ ଦେଖିଥାନ୍ତି ତେବେ ଆସନ୍ତା ସମୟରେ ଭବିସତରେ ଆପଣଙ୍କୁ ଶୁଭ ସୂଚନା ମିଳିଥାଏ ।

୨. ଯଦି ଗର୍ଭବତୀ ସ୍ତ୍ରୀ ସନ୍ନ୍ୟାସୀକୁ ସ୍ଵପ୍ନରେ ଦେଖିଥାନ୍ତି ସେ ସ୍ତ୍ରୀ ଲୋକର ଗର୍ଭ ନଷ୍ଟ ହୋଇଯାଇଥାଏ ।

୩. ଯେଉଁ ବ୍ୟକ୍ତି ମୟୁରକୁ ସ୍ଵପ୍ନରେ ଦେଖିଥାନ୍ତି ସେମାନଙ୍କୁ ନିକଟ ଭବିଷତରେ ଆକସ୍ମିକ ଧାନ ମିଳିଥାଏ ।

୪. ନେଉଳକୁ ସ୍ଵପ୍ନରେ ଦେଖିଲେ ବିପଦରୁ ଉଧାର ମିଳିଥାଏ, ବାଘ ସ୍ଵପ୍ନ ଦେଖିଲେ ଶତ୍ରୁ  ବିନାଶ ହୋଇଥାଏ ଏବଂ ବିରାଡି ସ୍ଵପ୍ନ ଦେଖିଲେ ସମ୍ମାନ ହାନି ଘଟିଥାଏ ।

୫. ଯେଉଁ ବ୍ୟକ୍ତି ବାରିକ ଖିଅର  କରୁଥିବାର ସ୍ଵପ୍ନ ଦେଖିଥାଏ ତେବେ ସେହି ବ୍ୟକ୍ତି ପାଇଁ ବହୁତ ଅଶୁଭ ସୂଚନା ମିଳିବା ସହ ଖରାପ ସମୟ ମଧ୍ୟ ଆରମ୍ଭ ହୋଇଥାଏ ।

୬. ଯେଉଁ ବ୍ୟକ୍ତି କଦଳୀ ଗଚରୁ ଭଣ୍ଡା ଫଳୁଥିବାର ଦେଖନ୍ତି ତାଙ୍କ ଜୀବନରେ ବହୁତ ଶୀଘ୍ର ସନ୍ତାନ ସୁଖ ଦେଖିବାକୁ ମିଳିଥାଏ ।

୭. ଯେଉଁ ବ୍ୟକ୍ତି ବାଇଗଣ ଗଛ କିମ୍ବା ବାଇଗଣ ଫଳୁଥିବାର ସ୍ଵପ୍ନ ଦେଖନ୍ତି ତେବେ ଏହା ସେହି ବ୍ୟକ୍ତି ପାଇଁ ବହୁତ ଅଶୁଭ ହେବାର ସୂଚନା ହୋଇଥାଏ ।

୮. ଯେଉଁ ବ୍ୟକ୍ତି ନିଜ ସ୍ଵପ୍ନରେ କେଉଁ ପଣ୍ଡିତ ବା ବ୍ରାମ୍ହାଣଙ୍କୁ ଦେଖିଥାଏ ସେହି ବ୍ୟକ୍ତି ର ସମସ୍ତ ଗ୍ରହଶାନ୍ତି ହେବା ସହ ପ୍ରତେକ କାମନା ସିଧି ହୋଇଥାଏ ।

୯. ଯେଉଁ ମହିଳା ମାନେ ସ୍ଵପ୍ନରେ ପାଚିଲା ପଣସ ଦେଖିଥାନ୍ତି ସେହି ମହିଳାଙ୍କୁ ପୁତ୍ର ଲାଭ ହୋଇଥାଏ ଏବଂ ଯେଉଁ ମହିଳା କଞ୍ଚା ପଣସ ସ୍ଵପ୍ନରେ ଦେଖନ୍ତି ସେହି ମହିଳାଙ୍କୁ କନ୍ୟା ସନ୍ତାନ ପ୍ରାତି ହୋଇଥାଏ ।

୧୦. ଯେଉଁ ମାନେ ସ୍ଵପ୍ନରେ ଟଙ୍କା ପଇସା ଦେଖିଥାନ୍ତି ତାଙ୍କର ଆଗାମୀ ସମୟରେ ବହୁତ ଖର୍ଚ ବଢିଥାଏ ।

Leave a Reply

Your email address will not be published. Required fields are marked *