ଘାରିଥିଲା ଗ୍ୟାଙ୍ଗଷ୍ଟର ହେବା ନିଶା, ହେବାକୁ ଚାହିଁଥିଲା KGFର ରକି ଭାଇ, କିନ୍ତୁ ହେଲା କିଛି ଏମିତି… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆତଙ୍କ ଖେଳାଇ ଥିବା ସିରିଏଲ କିଲର ଗିରଫ ହୋଇଛନ୍ତି । ସିରିଏଲ କିଲର ଶିବ ପ୍ରସାଦ ଙ୍କୁ ଗୋପାଳପୁର ରୁ ଗିରଫ କରିଛି ପୋଲିସ । ଅନର୍ଗଳ ଇଂରାଜୀ କହୁଥିବା ଏହି କିଲର କାହିଁକି ସିକ୍ଯୁରିଟି ଗାର୍ଡ ଙ୍କୁ ହତ୍ୟା କରୁଥିଲା ତାହା ଜାଣିବା ପରେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ । ପୋଲିସ ଦେଇଥିବା ସୂଚନା ଅନୁଯାୟୀ ରାତିରେ ଡିୟୁଟି ସମୟରେ ଶୋଇ ପଡୁଥିବା ସିକ୍ଯୁରିଟି ଗାର୍ଡ ଙ୍କୁ ଦେଖିଲେ ଶିବ ପ୍ରସାଦ ମୁଣ୍ଡ କୁ ପିତ ଚଢି ଯାଉଥିଲା । ଶିବ ପ୍ରସାଦ ରାଗରେ KGF ଷ୍ଟାଇଲ ରେ ଶୋଇ ପଡିଥିବା ଗାର୍ଡ ଙ୍କ ମୁଣ୍ଡ କୁ ଛେଚି ହତ୍ୟା କରୁଥିଲା ଶିବ ପ୍ରସାଦ ।

ଡିୟୁଟି ସମୟରେ ଯେଉଁ ମାନେ ଶୋଇ ପଡୁଥିଲେ ସେମାନଙ୍କୁ ଟାର୍ଗେଟ କରୁଥିଲା ଶିବ ପ୍ରସାଦ । ମୋଟ ୬ ଜଣ ସିକ୍ଯୁରିଟି ଗାର୍ଡ ଙ୍କୁ ହତ୍ୟା କରିଥିବା କଥା ନେଇ ପୋଲିସ ଅଗାରେ ସତ ବଖାଣିଛି ଶିବ ପ୍ରସାଦ । ସାଗର ସହର ରେ ୨ଟି ଅଲଗା ଅଲଗା ସ୍ଥାନରେ ୪ ଜଣଙ୍କୁ ହତ୍ୟା କରିଥିବା ବେଳେ ୭୨ ଘଣ୍ଟା ରେ ୩ ଜଣଙ୍କୁ ହତ୍ୟା କରିଛି ଶିବ ପ୍ରସାଦ ।

ତା ଛଡା ଭୋପାଳ, ପୁନେ ରେ ମଧ୍ୟ ଦୁଇ ଜଣଙ୍କୁ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି । ବାରମ୍ବାର ହତ୍ୟା ପରେ ଅପରାଧୀ କୁ ଧରିବା ପାଇଁ ୧୦ଟି ଟିମ ର ୨୫୦ ଜଣ ପୋଲିସ ଲାଗି ପଡିଥିଲେ । ହେଲେ କୌଣସି ସୁରାଗ ଛାଡୁ ନ ଥିଲା ଅପରାଧୀ ଶିବ ପ୍ରସାଦ । କିନ୍ତୁ ହତ୍ୟା ପରେ ଶିବ ପ୍ରସାଦ ସିକ୍ୟୁରୀଟି ଗାର୍ଡ ଙ୍କ ମୋବାଇଲ ଫୋନ ନେଇ ଯାଉଥିଲା ।

ଆଉ ସେହି ଫୋନ କୁ ଟ୍ରାକ କରି ସିରିଏଲ କିଲର ଶିବ ପ୍ରସାଦ କୁ ଧରିଛି ପୋଲିସ । ସିସିଟିଭି ଫୋଟେଜ ରୁ ଅଭିଯୁକ୍ତ କୁ ଚିହ୍ନଟ କରା ଯାଇଥିବା ସାଗାର ଜିଲ୍ଲା ଏସପି ତରୁଣ ନାୟକ କହିଛନ୍ତି । KGF ଫିଲ୍ମ ରୁ ଅନୁପ୍ରାଣିତ ହୋଇ ଗ୍ୟାଙ୍ଗଷ୍ଟାର ହେବାର ନିଶା ରେ ଶିବ ହତ୍ୟା କରୁଥିବା ବୋଲି ପୋଲିସ କହିଛି । ଏ ନେଇ ମଧ୍ୟ ପ୍ରଦେଶ ଗୃହ ମନ୍ତ୍ରୀ ନିରୋତ୍ତମ ମିସରା କହିଛନ୍ତି ଅପରାଧୀ ଶିବ ପ୍ରସାଦ ଆଦୌ ମାନସିକ ବିକାର ରୋଗୀ ନୁହେଁ ।

ପୋଲିସରୁ ବଞ୍ଚିବା ପାଇଁ ଏ ଏଭଳି ଉଦ୍ୟମ କରିଛି । ତାରନ୍ତା କରି ଅପରାଧି ଶିବ ପ୍ରସାଦ କୁ ଦଣ୍ଡ ଦିଆଯିବ ବୋଲି ଗୃହ ମନ୍ତ୍ରୀ କହିଛନ୍ତି । ତେବେ ଆଜିର ସମୟରେ ଫିଲ୍ମ ଗୁଡିକର ପ୍ରଭାବ ଲୋକ ମାନଙ୍କ ଉପରେ ପଡୁଛି କହିଲେ କିଛି ଭୁଲ ହେବ ନାହି । ଯାହା ପାଇଁ ସେମାନେ ଅପରାଧର ଚରମ ସୀମା ଲଙ୍ଘନ କରୁଛନ୍ତି । ଯାହାର ଉଦାହରଣ ହେଉଛନ୍ତି ଶିବ ପ୍ରସାଦ ।

ଯିଏ ସୋଇଥିବା ସିକ୍ୟୁରୀଟି ଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ବୋଧ ହୁଏ ଏଭଳି କାଣ୍ଡ ଘଟାଉଥିଲେ । ଆଉ ତାଙ୍କ ମନରେ ଥିଲା କେମିତି KGF ଫିଲ୍ମ ଭଳି ଗ୍ୟାଙ୍ଗଷ୍ଟାର ହେବେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *