ବଡି ଓ ଫିଲିଙ୍ଗ କୁ ଅଲଗା ରଖି, କେବଳ ବଡି ପାଇଁ ଯୁବପିଢୀ ମାନେ ଲିଭ ଇନ ରିଲେସନସିପକୁ…. ଦେଖନ୍ତୁ କଣ କହୁଛନ୍ତି ଏହି ମହିଳା

ବନ୍ଧୁଗଣ ଦିଲ୍ଲୀରେ ଅଫତାବ ନାମକ ଜଣେ ପ୍ରେମିକ ଲିଭ-ଇନ ପାର୍ଟନର ଶ୍ରଦ୍ଧାକୁ ହତ୍ୟା କରି ୩୫ ଖଣ୍ଡରେ କାଟିବା ଘଟଣା ଏବେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଉଭୟ ଘରଠାରୁ ଅଲଗା ହୋଇ ଲିଭ-ଇନ ରେ ରହି ଆସୁଥିବା ବେଳେ ଶେଷରେ ପ୍ରେମିକ ନିଜେ ତା ପ୍ରେମିକାକୁ ଏଭଳି ନୃଶଂସ ଭାବେ ହତ୍ୟା କରିବା ସମସ୍ତଙ୍କୁ ଅତ୍ୟନ୍ତ ଚକିତ କରିଛି । ପୂର୍ବରୁ ସୁପ୍ରିମକୋର୍ଟ ଲିଭ-ଇନ ରିଲେସନସିପକୁ ଅନୁମତି ଦେଇଥିବା ବେଳେ ଆଜିକାଲି ଅନେକ ଯୁବକ ଯୁବତୀ ଲିଭ-ଇନ ରେ ରହୁଛନ୍ତି ।

ହେଲେ ଆମ ସମାଜ ଓ ପରମ୍ପରା ଆଜି ବି ଏହାର ଘୋର ବିରୋଧ କରେ । ଏନେଇ ଅନେକ ନିଜ ମତ ରଖୁଛନ୍ତି । ଜଣେ ମହିଳା ଏନେଇ ନିଜ ମନ୍ତବ୍ୟ ଦେଇଛନ୍ତି କି ” ଭଲ ପାଇବା ସବୁବେଳେ ଅନ୍ତର ରୁ ଆସିବା ଦରକାର । ଯାହା ବର୍ତ୍ତମାନ ସେଇଟା ଆସୁ ନାହି । କେବଳ ଲିଭିଙ୍ଗ ରିଲେସନସିପକୁ ୟଙ୍ଗ ପିଢୀ ଆପଣେଉଛନ୍ତି । ନିଜ ବାଡି ଓ ଫିଲିଙ୍ଗ୍ସକୁ ଅଲଗା ରଖି କେବଳ ବଡି ପାଇଁ ଯୁବପିଢୀ ମାନେ ଲିଭଇନ ରିଲେସନସିପକୁ ଯାଉଛନ୍ତି ଯେଉଁଠି ପ୍ରେମର କିଛି ମାନେ ହିଁ ନାହି ।

ଏ ଯେଉଁ କେସ ହୋଇଛି କି ୧୮ଟି ଜାଗାରେ ମୃତ ଶରୀର ଖଣ୍ଡ କରି ପକାଇଛି ଏଟା ମୁଁ ଭାବୁ ନାହି କି ଏହା ଲଭ ଯୋଗୁଁ ହୋଇଛି । ଆମେ ଯଦି କାହା ସହ   କିଛି ସମୟ ପାଇଁ ଭଲ ସମୟ କାଟିଥିବା ଏତେ ଟର୍ଚର କରିପାରିବା ନାହି । ପ୍ରେମ ହେଉଛି ନିଷ୍ପାପ, ନିଷ୍କଳଙ୍କ ଯାହାକି କୌଣସି ସଂଯନା ନାହି । ଲିଭ-ଇନ ରିଲେସନସିପରେ ଯୁବପିଢି ଏଥିପାଇଁ ଗ୍ରହଣ କରୁଛନ୍ତି କି ତାଙ୍କୁ ଘରୁ ସ୍ଵାଧୀନତା ମିଳୁଛି । ଯାହାକି ଆମେ ଜଏଣ୍ଟ ପରିବାରରେ ରହୁଥିଲେ ଯାହା ମିଳୁ ନ ଥିଲା ।

ଆଜିକାଲି ଝିଅମାନେ କୁଆଡେ ଗଲେ କଣ କଲେ କିଛି ରୋକଠୋକ କରୁ ନାହାନ୍ତି ବାପା-ମା । ପ୍ରଥମେ ଘର ଲୋକଙ୍କୁ ଦୋଷ ମୁଁ ଦେଉଛି । ଲିଭଇନରେ ରହି ଋଲ୍ସେସନସିପରେ ରହି ଯଦି ଆଗକୁ ମ୍ୟାରେଜ କରିବାକୁ ନିସ୍ପତି ନେଉଛନ୍ତି ତେବେ ତାହା ଲଭ । ଲଭ ଟା ସବୁବେଳେ ସଫ୍ଟ । ଆଜିକାଲି ଲଭ ଟା ସର୍ତ୍ତା ହୋଇଗଲାଣି ଯାହା ଫଳରେ ଆତ୍ମହତ୍ୟା ହେଉଛି ବା ହତ୍ୟା ହେଉଛି । ଆଜିକାଲିଳି ଦେହ ଛଡା ପ୍ରେମର କିଛି ବି ଅର୍ଥ ନାହି ।

ସେମାନେ କଣ କଥା ହୋଇଛନ୍ତି କଣ ହୋଇଛି ଶ୍ରଦ୍ଧା ଓ ଅଫତବ ଙ୍କ ମଧ୍ୟରେ ତାହା କିଛି ସ୍ପଷ୍ଟ ହୋଇ ନାହି । ସମ୍ପର୍କର ଦାୟରା ଏବେ ବହୁତ ବଢିଯାଇଛି । ଯାହା ଆଗରୁ ବାପା-ମା ଶିଖାଉଥିଲେ । ବର୍ତ୍ତମାନ ସେମିତି କିଛି ନାହି । ବର୍ତ୍ତମାନ ଯଦି ସମ୍ପର୍କ ଭଲ ଲାଗୁ ନାହି ତେବେ ସେଥିରୁ ବାହାରି ଯାଇଥାନ୍ତେ । ଆମେ କାହାକୁ ସମ୍ପର୍କରେ ଜବରଦସ୍ତି ବାନ୍ଧିକି ରଖିପାରିବା ନାହି । ଯଦି ଝିଅ ଧୋକା ଦେଇଥିଲା ତେବେ ଅଲଗା ହୋଇପାରିଥାନ୍ତେ କାରଣ ଅଫତାବଙ୍କର ପୂର୍ବରୁ ୪ଟି ପ୍ରେମିକା ଥିଲେ” । ବନ୍ଧୁଗଣ ଆପଣଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *