IPL 2023 Mini Auction: କେଉଁ ଦଳ ପାଖରେ ରହିଛି ସର୍ବାଧିକ ଟଙ୍କା ?

ବନ୍ଧୁଗଣ ଆପିଏଲ ମିନି ନିଲାମି ପ୍ରକ୍ରିୟା ଆରାମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଚ ମାନେ କିଛି ଖେଳାଳି ଙ୍କୁ ରିଲିଜ କରିଥିବା ବେଳେ କିଛି ଖେଳାଳି ଙ୍କୁ ଦଳରେ ରଖିଛନ୍ତି । ୧୦ଟି ଫ୍ରାଞ୍ଚାଇଚ ୭୭ ଜଣ ଖେଳାଳି ଙ୍କୁ ରିଲିଜ କରିଥିବା ବେଳେ ଏମାନଙ୍କ ମଧ୍ୟରୁ ଅଧିକାଂଶ ଖେଳାଳି ଙ୍କ ନିଲାମିରେ ଦେଖିବାକୁ ମିଳିପାରେ । ତେବେ ଋଟର୍ନସେନ୍ସ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଆଇପିଏଲ ରୁ ସନ୍ୟାସ ନେଇଥିଲେ ମୁମ୍ବାଇ ଇଣ୍ଡିଆନସ ର ଷ୍ଟାର ଅଲ ରାଉଣ୍ଡର କିରଣ ପୋଲାଡ ।

ସେଭଳି ପଞ୍ଜାବ ଓ ହାଇଦ୍ରାବାଦ ଯଥାକ୍ରମେ ନିଜ ଦଳର ଅଧିନାୟକଙ୍କୁ ରିଲିଜ କରିଛନ୍ତି । ଚେନ୍ନାଇ ବଡ ଚେହେରା ଭାବେ ପ୍ରାଭୂ ଙ୍କୁ ରିଲିଜ କରିଥିବା ବେଳେ ସାନ ବିଲିଙ୍ଗ୍ସ, ଆଲେକ୍ସ ସେଲ୍ସ, ପାକ କମିଙ୍ଗ୍ସ  ବ୍ୟକ୍ତିଗତ କାରଣ ପାଇଁ ନିଜକୁ ଆପିଏଲରୁ ଦୂରେଇ ରଖିଛନ୍ତି । ଏସବୁ ଭିତରେ ଖେଳାଳିଙ୍କୁ ରିଲିଜ କରିବା ପରେ କେଉଁ ଟିମ ପର୍ସରେ କେତେ ଟଙ୍କା ରହିଲା ଓ କେତେ ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାରେ କିଣିପାରିବେ ତାର ବିବରଣୀ ଏବେ ସାମନାକୁ ଆସିଛି ।

ମିନି ନିଲାମି ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ ପାଖରେ ସର୍ବାଧିକ ୪୨,୨୫ କୋଟି ଟଙ୍କା ରହିଛି । ଆରଣ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ କେ ଉଇଲନସନ ଓ ନିକାଲୋସ ଙ୍କ ଭଳି ଦୁଇ ଦାମୀ ଖେଳାଳିଙ୍କୁ ରିଲିଜ କରିଛି । ଗତ ସିଜିନରେ କେ ଉଇଲନସନଙ୍କୁ ୧୪ କୋଟିରେ ଦଳ ଋତର୍ନ୍ସ ରଖିଥିବା ବେଳେ ନିକାଲୋଶ ପୂରଣ ଙ୍କୁ ୧୦.୭୫ କୋଟି ଟଙ୍କାରେ ନିଲାମରେ କିଣିଥିଲା ଦଳ । ସେହିଭଳି ଦ୍ଵିତୀୟ ସର୍ବହଡିକ ଟଙ୍କା ପଞ୍ଜାବ ଟିମ ପାଖରେ ରହିଛି ।

ପଞ୍ଜାବ କିଂ ଅଧିନାୟକ ମୟଙ୍କ ଓବରଲ ଓ ଅଡେନ ସ୍ମିତଙ୍କ ଭଳି ଷ୍ଟାର ଖେଳାଳୀଙ୍କ ଦଳରୁ ରିଲିଜ କରିଛି । ଆଉ ଏହା ସହ ଦଳ ନିଲାମି ପୂର୍ବରୁ ୩୨ କୋଟି ୨୦ ଲକ୍ଷ ଟଙ୍କା ଇଜ ପାଖରେ ରଖିଛି । ସେଭଳି ଲକ୍ଷ୍ନୌ ସୁପର ଚାନ୍ସ ୨୩କୋଟି ୩୫ ଲକ୍ଷ ଟଙ୍କା ରଖିଥିବା ବେଳେ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛି । ଲକ୍ଷ୍ନୌ  ମନୀଷା ପାଣ୍ଡେ, ଯାସନ ହୋଲଡର, ଇଭିଲି ଲୁଇଜ ଓ ଦୁସମନ୍ତ ଚାମିରାଙ୍କ ଭଳି ଖେଳାଳିଙ୍କୁ ଦଳରୁ ରିଲିଜ କରିଛି । ତାଲିକାର ଚତୁର୍ଥ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସ ରହିଛି ।

ପୋଲାଡଙ୍କ ଭଳି ଷ୍ଟାର ଅଲ ରାଉଣ୍ଡର ଆପିଏଲରୁ ସନ୍ୟାସୀ ନେଇଛନ୍ତି । ଚଳିତ ନିଲାମି ପୂର୍ବରୁ ମୋଟ ୧୩ ଜଣ ଖେଳାଳିଙ୍କୁ ରିଲିଜ କରି ନିଜ ପର୍ସରେ ୨୦ କୋଟି ୫୫ ଲକ୍ଷ ଟଙ୍କା ରଖିଛି ଚାମ୍ପିୟାନ ମୁମ୍ବାଇ ଇଣ୍ଡିଆନସ । ତାଲିକାର ପଞ୍ଚମ ସ୍ଥାନରେ ଧୋନିଙ୍କ ନେତୃତ୍ଵଧୀନ ଚେନ୍ନାଇ ସୁପର କିଙ୍ଗସ ରହିଛି । ଏହି ଦଳ ୨୦ କୋଟି ୪୫ ଟଙ୍କା ପର୍ସରେ ରଖିଛି ।

ରୟାଲ ଚ୍ୟାଲେଞ୍ଜରସ ବାଙ୍ଗାଲୋର ଅଧିକ ଖେଳାଳିଙ୍କୁ ରିଲିଜ କରି ନାହି ଯାହା ପାଇଁ ୮ କୋଟି ୭୫ ଲକ୍ଷ ଟଙ୍କା ସହ ନବମ ସ୍ଥାନରେ ରହିଛି । କୋଲକାତା ଅଧିକ ଖେଳାଳିଙ୍କୁ ରିଲିଜ କରିଥିଲେ ମଧ୍ୟ ଦାମୀ ଖେଳାଳିଙ୍କୁ ରିଲିଜ କରି ନାହି । ଫଳରେ କୋଲକାତା ପର୍ସରେ ୭ କୋଟି ୫ ଲକ୍ଷ ଟଙ୍କା ରଖିବା ସହ ତାଲିକାର ଦଶମ ସ୍ଥାନରେ ରହିଛି । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *