ଏବେ ଟିମ୍ ଇଣ୍ଡିଆ ପାଇଁ ଓପନିଂ କରିବେ ଏହି ଦୁଇ ଯୁବ ଖେଳାଳି, ଅପଡେଟ ଦେଲା BCCI

ଦର୍ଶକ ବନ୍ଧୁ ଟି-୨୦ ବିଶ୍ଵକପ ରେ ଭରତ ପରାଜୟ ହେବା ପରେ ଦଳରେ କିଛି ନୂଆ ପରିବର୍ତ୍ତନ କରା ଯାଇଛି ।  ଟି- 20 ଟିମ ଇଣ୍ଡିଆ ପାଇଁ ନୂଆ ଓପନିଂ ଯୋଡି । ନ୍ୟୁଜଲାଣ୍ଡ ବିପକ୍ଷ ସିରିଜରେ ଓପନ କରିବେ ନୂଆ ପାର୍ଟନର । ଶୁକ୍ରବାର ପ୍ରଥମ ମ୍ୟାଚରେ ହେବ ନୂଆ ଓପନରଙ୍କ ପରୀକ୍ଷା । ଏବେ ପୁରୁଣା ମୁହଁକୁ ଛାଡି ନୂଆ ସମ୍ଭାବନାର ପରୀକ୍ଷଣ ହେବ ଆସନ୍ତା ୧୮ ଅର୍ଥାତ ଶୁକ୍ରବାର । ନ୍ୟୁଜଲାଣ୍ଡ ବିପକ୍ଷରେ ଶୁକ୍ରବାର ହିଁ ଏକ ନବ ଗଠିତ ଭାରତୀୟ ଦଳ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଖେଳିବ ।

ତେବେ ଏହି ଟି-୨୦ ମୁକବାଲାରେ ଭାରତୀୟ ଦଳର ଅଧିନାୟକ ରହିବେ ଅଲ ରାଉଣ୍ଡର ଖେଳାଳି ହାର୍ଦିକ ପାଣ୍ଡିଆ । ଏହି ସିରିଜ ପାଇଁ ୱିକେଟ କିପର ବ୍ୟାଟ୍ସ ମ୍ୟାନ ରିସବ ପନ୍ତ ଉପଅଧିନାୟକର ଦାୟିତ୍ଵ ନେବେ । ତେବେ ଅଷ୍ଟ୍ରେଲିୟାର ନବଦେ ସାରିଥିବା ୱାର୍ଲ୍ଡ କପ ର ସେମି ଫାଇନାଲ ଲଜ୍ୟାଜନକ ବିଦାୟ ନେଇଥିବା ଭାରତୀୟ ଦଳରୁ ନିୟମିତ ଅଧିନାୟକ ପୂର୍ବତ୍ତମ ଅଧିନାୟକ ରୋହିତ ଶର୍ମା, ବିରାଟ କୋହିଲି ଏବଂ ଷ୍ଟାର ଓପନର କେ ଏଲ ରାହୁଲଙ୍କୁ ବିଶ୍ରାମ ଦିଆ ଯାଇଛି ।

ସେହିପରି ରବିଚନ୍ଦ୍ରନ ଅଶ୍ଵିନ, ଅକ୍ଶର ପଟେଲ ଏବଂ ମହମ୍ମଦ ସାମୀଙ୍କୁ ଦଳରେ ସ୍ଥାନ ମିଳି ନ ଥିବା ବେଳେ ଆହତ ଯୋଗୁଁ ବିଶ୍ଵ କପ ଖେଳି ନ ଥିବା ରବୀନ୍ଦ୍ର ଜାଡେଜା ଓ ବୁମ୍ରାହ ସମାନ କାରଣ ଯୋଗୁଁ ବାହାରେ ଅଛନ୍ତି । ଏମାନଙ୍କ ବଦଳରେ ଯୁବ ଓପନର ସୁଗମନ ଗିଲ, ଇଶାନ କିଶନ, ସଞ୍ଜୁ ସାମସନ ଓ ଶ୍ରେୟସ ଆୟରଙ୍କ ଭଳି ପ୍ରତିଭାବାନ ବ୍ୟାଟ୍ସ ମ୍ୟାନ ସ୍ଥାନ ପାଇଛନ୍ତି । ସେହିପରି ସ୍ପିନ ଅଳ ରାଉଣ୍ଡର ୱାସିଙ୍ଗଟନ ସୁନ୍ଦର ଙ୍କ ସହ ଏହା ସହ ବୋଲର ମାନଙ୍କ ମଧ୍ୟରେ ଚହଲ ଏବଂ କୁଳଦୀପ ଯାଦବ ଦଳରେ ଅଛନ୍ତି ।

ଦ୍ରୁତ ବୋଲିଙ୍ଗରେ ଭୁବନେଶ୍ଵର କୁଆମାର, ଅରଜଦୀପ ସିଂ ଙ୍କ ସହ ହର୍ଷଲ ପଟେଲ, ମହମଦ ସିରା, କଶ୍ମୀର, ଉମରାନ ମଲ୍ଲିକ ଙ୍କୁ ସ୍ଥାନ ମିଳିଛି । ନିୟୁଜଲ୍ୟାଣ୍ଡ ର ଛୋଟ ପଡିଆରେ ମୁକ୍ଷତା ଭୁବନେଶ୍ବର କୁମାର, ଅରଜଦୀପ ସିଂ ଦ୍ରୁତ ବୋଲିଙ୍ଗ କରିବାକୁ ଥିବା ବେଳେ ତୃତୀୟ ବୋଲିଙ୍ଗ ପାଇଁ ଉମରାନ ମଲ୍ଲିକ,  ହର୍ଷଲ ପଟେଲ, ମହମଦ ସିରା, କଶ୍ମୀର ମଧ୍ୟରେ ପ୍ରତି ଦ୍ଵନ୍ଦିତା ହେବ । ସେପଟେ ସୂର୍ଯ୍ୟ କୁମାର ଯାଦବ, ଦୀପକ ହୁଡା, ଋଷଭ ପନ୍ଥ ଙ୍କ ସହ କ୍ଯାପଟେନ ହାର୍ଦ୍ଦିକ ପାଣ୍ଡିୟା ମିଡିଲ ଅର୍ଡର ବ୍ୟାଟିଙ୍ଗ ସମ୍ଭାଳିବେ ।

ଏପରି ହେଲେ ଗିଲ, ଇଶାନ କିଶାନ ଙ୍କ ରୂପରେ ଭାରତ ଟି-୨୦ ଫର୍ମାଟ ରେ ଏକ ନୂଆ ଓପନିଙ୍ଗ ଯୋଡି ପାଇବ । ତେବେ ଇଶାନ କିଶନ ଏବଂ ସୁଗମନ ଗିଲ ଏହି ମୁକବାଲାରେ ଓପନିଂ କରିବାକୁ ଯାଉଛନ୍ତି । ଏହା ସହ ସଞ୍ଜୁ ସାମସନ, ଶ୍ରେୟସ ଆୟରଙ୍କ ମଧ୍ୟରେ କିଏ ଓପନିଂ କଲେ ବି ଟିମ ପାଇଁ ଲାଭଦାୟକ ରହିବ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *