Special Story: ସୋସିଆଲ ମିଡିଆରେ ଖବର ପ୍ରସାରଣ ପରେ, 74 ବର୍ଷୀୟ ବୃଦ୍ଧ ବାପାଙ୍କୁ ତାଙ୍କ ପୁଅ ବୋହୁ ଫେରାଇ ଆଣିଲେ ଘରକୁ…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଜଣେ ବୃଦ୍ଧ ବ୍ୟକ୍ତି ଙ୍କ ଦୁଖ କାହାଣୀ ଗଣ ମାଧ୍ୟମରେ ଭାଇରାଲ ହୋଇଥିଲା । ସେହି ବୃଦ୍ଧ ବ୍ୟକ୍ତିଙ୍କ ଦୁଇ ପୁଅ ଥାଇ ମଧ୍ୟ ସେ ସ୍କୁଲ ଘରେ ଆସି ଆଶ୍ରୟ ନେଉଥିଲେ । ତେବେ ବର୍ତ୍ତମାନର ଖୁଶିର ଖବର ହେଉଛି ବୃଦ୍ଧ ବ୍ୟକ୍ତି ଜଣକ ତାଙ୍କ ନିଜ ଘରକୁ ପୁଣି ଫେରି ଯାଇଛନ୍ତି । ତାଙ୍କ ପୁଅ ଓ ବୋହୁ ମାନେ ଖବର ପ୍ରଚାର ହେବା ପରେ ଏବେ ଚେତିଛନ୍ତି । ସେହି ବୃଦ୍ଧ ବ୍ୟକ୍ତି ଜଣକ ହେଉଛନ୍ତି ଯାଜପୁର ଜିଲ୍ଲା ର । ବୃଦ୍ଧ ବ୍ୟକ୍ତି ଗତ ୫ ମାସ ହେବ ସ୍କୁଲ ପିଣ୍ଢାରେ ନି-ର୍ଯା-ତି-ତ ଅବସ୍ଥାରେ ପଡି ରହୁଥିଲେ ।

ଶେଷରେ ୭୪ ବର୍ଷୀୟ ବୃଦ୍ଧ ବାପାଙ୍କୁ ଘରକୁ ନେଇଛନ୍ତି ପୁଅ ବୋହୁ । ତେବେ ବୃଦ୍ଧ ବ୍ୟକ୍ତିଙ୍କ ପୁଅ ବୋହୁ ସମ୍ପତି ହାସଲ କରିବା ପରେ ଘରୁ ଧ-କ୍କା ମା-ରି ବାହାର କରି ଦେଇଥିଲେ । କିନ୍ତୁ ଏବେ ନିଜର ଭୁଲ ବୁଝିପାରି ବୁଢା ବାପା ବେକରେ ଫୁଲମାଳ ପକାଇ ପାଛୋଟି ନେଉଛନ୍ତି ପୁଅ ବୋହୁ । ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ବଣିଆଗାଡ ଗାଁ ର ସ୍କୁଲ ବାରଣ୍ଡାରେ ଦୀର୍ଘ ୫ମାସ ଧରି ପୁଅ ବୋହୁଙ୍କ ଅ-କ-ଥ-ନୀ-ୟ ନି-ର୍ଜ୍ଯା-ତ-ନା ସହ୍ୟ ନ କରିପାରି ଦିନ କାଟୁଥିଲେ ବୃଦ୍ଧ ବ୍ୟକ୍ତି ଜଣକ ।

ସେହି ବୃଦ୍ଧ ବ୍ୟକ୍ତି ଜଣକ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ବିଶ୍ଵାଳ ଯିଏ ସ୍କୁଲ ବାରଣ୍ଡାରେ ନିଜର ଜୀବନର ଶେଷ ସମୟ କାଟୁଥିଲେ । ଏହି ଖବର ଟି ଓଟିଭି ଚ୍ଯାନେଲ ରେ ପ୍ରସାରିତ ହେବା ପରେ ପୂର୍ଣ୍ଣଚନ୍ଦ୍ରଙ୍କ ପୁଅ ବୋହୁ ଗତ ଶନିବାର ଦିନ ଅପାରାହ୍ନରେ ବୃଦ୍ଧ ବାପାଙ୍କ ପାଖରେ ପହଞ୍ଚି ଥିଲେ । ନିଜର ଭୁଲ ସ୍ଵିକାର କରିବା ସହ ଭବିଷ୍ୟତରେ ଏପରି ଭୁଲ ଆଉ ହେବ ନାହି ବୋଲି ପୁଅ ବୋହୁ ପ୍ରତିଶ୍ରୁତି ଦେଇ ପୂର୍ଣ୍ଣଚନ୍ଦ୍ର ଙ୍କୁ ଘରକୁ ଫେରାଇ ନେଇଛନ୍ତି । ସୂଚନା ଅନୁସାରେ ପୂର୍ଣ୍ଣଚନ୍ଦ୍ର ଙ୍କ ସ୍ତ୍ରୀ ଗତ ୧୫ ବର୍ଷ ପୂର୍ବେ ମୃ-ତ୍ୟୁ-ବ-ର-ଣ କରିଥିଲେ ।

ଏହା ପରେ ତାଙ୍କ ଦୁଇ ପୁଅ ପରସ୍ପର ମଧ୍ୟରେ ସମ୍ପତି ବାଣ୍ଟ କରି ଦେଇଥିଲେ । ଏହା ପରେ ପୂର୍ଣ୍ଣଚନ୍ଦ୍ର ଙ୍କ ଭାଗ୍ୟରେ କେବଳ ଅ-ତ୍ୟା-ଚା-ର ଲେଖା ଯାଇଥିଲା । ଗତ ୫ ମାସ ତଳେ ତାଙ୍କର ସାନ ବୋହୁ କୌଣସି କାରଣରୁ ଧକ୍କା ମାରି ଶଶୁରକୁ ଘରୁ ବାହାର କରି ଦେଇଥିଲେ । କିନ୍ତୁ ଆଜି ଯେତେବେଳେ ପୂର୍ଣ୍ଣଚନ୍ଦ୍ରଙ୍କୁ ତାଙ୍କର ନାତି ନାତୁଣୀ ମିଶି ବେକରେ ଫୁଲମାଳ ପକାଇ ହାତ ଧରି ନେଇ ଯାଉଛନ୍ତି ସେହି ଦୃଶ୍ୟ ହୃଦୟକୁ ଛୁଇଁ ଯାଇଛି । ଏହା ସହ ଏହି ଦୃଶ୍ୟ ସମସ୍ତଙ୍କ ମନରେ ଅନେକ ଖୁସି ଆଣି ଦେଇଛି । ଏହି ଦୃଶ୍ୟ ଭାବାବେଗ ପରିସ୍ଥିତି ମଧ୍ୟ ସୃଷ୍ଟି କରିଥିଲା ।

ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *