ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଯେତେବେଳେ ଜାତକ ରେ ଗ୍ରହ ସ୍ଥିତି ଅନୁକୂଳ ଥାଏ ସେତେବେଳେ ଜୀବନ ରେ ସବୁ କିଛି ଭଲ ହୋଇଥାଏ କିନ୍ତୁ ଯେତେବେଳେ ଏହାର ପ୍ରତିକୁଳ ସ୍ଥିତି ରେ ହୋଇଥାଏ ତେବେ ଖରାପ ସମୟ ଆରମ୍ଭ ହୋଇଥାଏ । ଖରାପ ସମୟ ହଟାତ ଆରମ୍ଭ ହୋଇ ନଥାଏ, ଖରାପ ସମୟ ଆରମ୍ଭ ହବା ଆଗରୁ ସଂକେତ ମିଳିବା ଆରମ୍ଭ ହୋଇଥାଏ ଯାହା ଜାଣି ଆପଣ ମଧ୍ୟ ଜାଣିପାରିବେ ଆପଣଙ୍କ ଭଲ ସମୟ ଚାଲିଛି ବା ଖରାପ ।
ଖରାପ ସମୟ ଜାଣିବା ପାଇଁ ଆଜି ଆମେ ଆପଣଙ୍କୁ କିଛି ସଂକେତ ବିଷୟରେ କହିବାକୁ ଯାଉଛୁ ତେବେ ଧ୍ୟାନ ଦେଇ ମନେ ରଖିବା ପାଇଁ ଚେଷ୍ଟା କରିବେ ।
ମାନ୍ୟତା ଅଛି ଯେ ଯେତେବେଳେ କାହାର ଖରାପ ସମୟ ଆରମ୍ଭ ହୁଏ ତେବେ କିଛି ମହଙ୍ଗା ଜିନିଷ ହଜି ଯାଇଥାଏ ଏବଂ ବହୁତ ଖୋଜିଲେ ମଧ୍ୟ ପ୍ରାପ୍ତ ହୁଏ ନାହିଁ । କୁହା ଯାଏ ଯେ ଖରାପ ସମୟ ଆରମ୍ଭ ହେଲେ ଭଲ କାମ ମଧ୍ୟ ଖରାପ ହୋଇଯାଏ, ଆପଣ ବହୁତ ଭଲ କାମ କରିବେ କିନ୍ତୁ ସେହି କାମ ଲାଭ ଆପଣଙ୍କୁ ପ୍ରାପ୍ତ ହବ ନାହିଁ । ଯଦି ଆପଣଙ୍କ ସହ ମଧ୍ୟ ଏମିତି ହଉଛି ତେବେ ବୁଝି ଯାଅନ୍ତୁ ଆପଣଙ୍କ ଖରାପ ସମୟ ଚାଲିଛି, ମାନ୍ୟତା ଅଛି ଯେଉଁ ଲୋକ ଖରାପ ସମୟ ଆରମ୍ଭ ହୋଇଥାଏ, ତାଙ୍କ ପୋସା ଜନ୍ତୁ ମରି ଯାନ୍ତି ।
କୌଣସି କେସ ରେ ଫସିବା ବା ମିଛ ଆରୋପ ରେ ଫସିବା ମଧ୍ୟ ଖରାପ ସମୟ ସଂକେତ ଅଟେ, ଯଦି ଭଲ କାମ ଓ ସମ୍ପତ୍ତି ରେ ହଟାତ ହାନି ହବା ଆରମ୍ଭ ହୋଇ ଯାଇଛି ତେବେ ବୁଝି ଯାଅନ୍ତୁ ଆପଣଙ୍କ ଖରାପ ସମୟ ଆରମ୍ଭ ହୋଇ ଯାଇଛି, ନୂଆ ଗମ୍ଭୀର ରୋଗ ହବା ବା ପୁରୁଣା ରୋଗ ଫେରିବା ମଧ୍ୟ ଖରାପ ସମୟ ସଂକେତ ଅଟେ ।