ଖଟ ତଳେ ରଖିଦିଅନ୍ତୁ ଏହି ସବୁ ଜିନିଷ ଆପଣଙ୍କ ଭାଗ୍ୟ ବଦଳିଯିବ…

ବନ୍ଧୁଗଣ ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ର କୁ ମହତ୍ଵ ଦିଆ ଯାଇଛି । ବସ୍ତୁ ଘରର ନେଗେଟିଭ ଓ ପଜେଟିଭ ଊର୍ଜା କୁ ନିୟନ୍ତ୍ରଣ କରିଥାଏ । ବାସ୍ତୁ ଅନୁଯାୟୀ ଘରର ବେଡ ରୁମ ହେବା ଉଚିତ । ବେଡ ରୁମରେ ଆମେ ଅଧିକ ସମୟ ବିତାଇଥାଉ । ଯେଉଁଠି ଆମେ ରାତିରେ ସୋଇଥାଉ । ବିଛଣା ରୁ ବାହାରୁଥିବା ଊର୍ଜା ଜୀବନ ଉପରେ ପ୍ରଭାବ ପକାଇଥାଏ । ବେଡ ତଳେ କେଉଁ ଜିନିଷ ରଖିବା ଦ୍ଵାରା ଶୁଭ ହୋଇଥାଏ ଯାହା ଫଳରେ ଭାଗ୍ୟରେ ପରିବର୍ତ୍ତନ ସହ ଧନରେ ବୃଦ୍ଧି ହୋଇଥାଏ । ଆସନ୍ତୁ ଜାଣିବା ଏହି ବିଷୟରେ ବିସ୍ତାର ଭାବେ ।

1- ସୋରିଷ ଓ ଲୁଣ : ଗୋଟେ କାଗଜରେ କିଛି ସୋରିଷ ଓ ଲୁଣ ପକାଇ ଏହାକୁ ବାନ୍ଧି ଦିଅନ୍ତୁ । ଏହାକୁ ବିଛଣା ତଳେ ରଖି ଦିଅନ୍ତୁ । ଏପରି କରିଲେ ଦାମ୍ପତ୍ୟ ଜୀବନରେ କାହାର ନଜର ଲାଗିବ ନାହିଁ । ଏହାକୁ ଖଟ ତଳେ ରଖିବା ଦ୍ଵାରା ମନ ପସନ୍ଦର ଜୀବନ ସାଥି ମିଳିଯିବ ।

2- ଷ୍ଟିଲ ର ଛୁରୀ : ଯେଉଁ ବ୍ୟକ୍ତି ଙ୍କୁ ରାତି ରେ ଖରାପ ସ୍ଵପ୍ନ ଆସିଥାଏ ସେମାନଙ୍କର ବେଡ ତଳେ ଷ୍ଟିଲ ଛୁରୀ ରଖିଲେ ଖରାପ ଶକ୍ତି ଆସିପାରେ ନାହିଁ । ଓ ରାତିରେ ଖରାପ ସ୍ଵପ୍ନ ଆସିବା କମ ହୋଇ ଯାଇଥାଏ । ଏହାର ଅନ୍ୟ ଏକ ଫାଇଦା ହେଉଛି କା କୌଣସି ତନ୍ତ୍ର ମନ୍ତ୍ର କୁ କାଟୁ କରିବାକୁ ଦିଏ ନାହିଁ । ଯଦି କାହା ଉପରେ ଖରାପ ଦ୍ରୁଷ୍ଟି ଥିବ ତାହା ଦୂର ହୋଇଯିବ ।

3- ଗୋଲାପ ଫୁଲ : ବୁଧବାର ଦିନ ପୂଜା ସ୍ଥାନରେ ଭଗବାନ ଗଣେଶ ଙ୍କୁ ଗୋଲାପ ଫୁଲ ଅର୍ପଣ କରନ୍ତୁ । ଗଣେଶ ଙ୍କର ଚାଳିଶା ଜପ କରନ୍ତୁ । ଏହା ପରେ ବେଡ ରୁମରେ ଗୋଲାପ ଫୁଲ କୁ ବିଛଣା ତଳେ ରଖନ୍ତୁ । ଏହା ଦ୍ଵାରା ଭାଗ୍ୟ ଉଦୟ ହେବା ସହ ଆସୁଥିବା ଦୁର୍ଘଟଣା ଦୂରେଇ ଯିବ ।

4- ମୟୂର ପର : ଘରେ ଯଦି ଝଗଡା ଲାଗି ରହୁଛି ତେବେ ପ୍ରେତକ ବ୍ୟକ୍ତିଙ୍କର ବିଛଣା ତଳେ ଗୋଟେ ଲେଖାଏଁ ମୟୂର ପର ରଖି ଦିଅନ୍ତୁ । କାରଣ ମୟୂର ପର ରେ ପଜେଟିଭ ଊର୍ଜା ଭାରି ରହିଥାଏ । ଯାହା ଦ୍ଵାରା ପରିବେଶ ପଜେଟିଭ ଊର୍ଜା ରେ ଭରିଯିବ ।

5- ଶୁଖିଲା ଲେମ୍ବୁ : ଘରର ପୂଜା ସ୍ଥାନରେ ଏକ ଲେମ୍ବୁ ରଖନ୍ତୁ । ଓ ପ୍ରତେକ ଦିନ ଚାଉଳ ଓ ସିନ୍ଦୁର ରେ ଲେମ୍ବୁ କୁ ପୂଜା କରନ୍ତୁ । ଯାହା ଦ୍ଵାରା ଲେମ୍ବୁ ଯେମିତି ଶୁଖିଯିବ । ଲେମ୍ବୁ ଶୁଖିଲା ପରେ ବିଛଣା ତଳେ ରଖି ଦିଅନ୍ତୁ । ଏହା ସୁରକ୍ଷା କବଚ ଭାବେ କାମ କରିଥାଏ । ଏହାକୁ ରଖିଲେ ସ୍ୱାସ୍ଥ୍ୟ ଭଲ ରହିବ ଓ ଘଟିବାକୁ ଥିବା ଅଘଟଣ ସବୁ ଦୂରେଇ ଯିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *