କିପରି ଦୂର ହେବ ସ୍ଵାମୀ- ସ୍ତ୍ରୀ ଝଗଡା- Ajira Anuchinta

ପ୍ରାୟତ ଆଜିକାଲି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଦେଖା ଯାଇଛି । ଏହାର ଅକରଣ ବ୍ୟକ୍ତିଗତ ହେଉ ବା ଅନ୍ୟ କିଛି କାରଣ ହେଉଛି । ଯାହା ପାଇଁ ଦାଂପତ୍ଯ ଜୀବନରେ ଅନେକ ସମସ୍ଯା ସୃଷ୍ଟି ହେଉଛି । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ଅନୁଚିନ୍ତା ନେଇ ଆସିଛୁ ଯାହାର ପାଳନ କରିଲେ ଏହା ଦୂର ହେବା ସହ ଘରେ ସୁଖ ଶାନ୍ତି ପ୍ରତିଷ୍ଠା ହେବ ।

୧- ଯଦି ଘରର ମୁଖ୍ୟ ଭାଗର ଆଗରେ ଠାକୁର ଘର ରହିଥାଏ ତେବେ ଖରାପ ଶକ୍ତି ଘରେ ପ୍ରବେଶ କରିପାରେ ନାହି । କିନ୍ତୁ ଏହା ପରିବାର ପାଇଁ ଦୁଖ, ରୋଗର କାରକ ହୋଇଥାଏ ।

୨- ଘରର ମୁଖ୍ୟ ଦ୍ଵାରାର ଆକର୍ଷଣ ବୃଦ୍ଧି କରିବା ପାଇଁ ମୁଖ୍ୟ ଦ୍ଵାରାରେ ମୁରୁଜ ବା ଫୁଲରେ ସଜାଇବା ବା ଛୋଟ ଛୋଟ ଘଣ୍ଟି ଲାଗାଇବା ଉଚିତ । ଏହା ଦ୍ଵାରା ଘରର ସୌନ୍ଦର୍ଜ୍ୟ ବୃଦ୍ଧି ପାଇଥାଏ ।

୩- ଘର ଆଗରେ ପିଲା ମାନଙ୍କର ଖେଳଣା ବା ବଗିଚା ରଖିବା ଅନୁଚିତ ହୋଇଥାଏ । ତେଣୁ ଘର ଆଗରେ ସ୍ଵସ୍ତିକ ଚିହ୍ନ ଲେଖିଲେ ଶୁଭ ହୋଇଥାଏ । ଘରର ମୁଖ୍ୟ ଦ୍ଵାରା ଆଗରେ ଚପଲ ବା ଜୋଟା ରଖିବା ଅନୁଚିତ ।

୪- ଯେଉଁ ଘରେ ପରିବାର ମଧ୍ୟରେ କଳହ ସରବଦା ଲାଗି ରହୁଥାଏ ଶନିବାର ଦିନ ଅଟା ପେଶୀ କିଛି ବୁଟଚୂନା ମିଶାଇ ରୁଟି କରି ଖାଇଲେ ତାହା ଦୂର ହୋଇଥାଏ । ଏହା ସହ ପୂର୍ବ ଦିଗକୁ ମୁଣ୍ଡ କରି ସୋଇଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

୫- ଯଦି ଘରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଛି ତେବେ ୫ଟି ଗୋମତୀଚକ୍ରକୁ ସିନ୍ଦୁର ଲଗାଇ ଠାକୁର ଘରେ ବା ଶୋଇବା ଘରେ ରଖିଲେ ତାହା ଦୂର ହୋଇଥାଏ । ଏହା ବ୍ଯତୀତ ମଙ୍ଗଳବାର ଦିନ ହନୁମାନ ମନ୍ଦିରକୁ ଯାଇ ସିନ୍ଦୁର ଓ ବସ୍ତ୍ର ଦାନ କରନ୍ତୁ ।

୬- ପରିବାରରରେ କଳହ ନ ହେବା ପାଇଁ ଶୋଇବା ଘରେ ହିଂସ୍ର ଜନ୍ତୁଙ୍କ ଫୋଟୋ, ଭଙ୍ଗା ଆଇନା, ଭାଙ୍ଗି ଯାଇଥିବା ଜିନିଷ, ଖରାପ ହୋଇଥିବା ଘଣ୍ଟା ରଖିବା ଅନୁଚିତ । ଘରେ କେବେ ବି ତାଜମହଲର ଚିତ୍ର ବା ପ୍ରାକୃତିକ ଚିତ ରଖିବା ଅନୁଚିତ ।

୭- ଘରର ଠାକୁର ଘରେ ଭାଙ୍ଗି ଯାଇଥିବା ଫୋଟୋ ବା ମୂର୍ତ୍ତି ରଖିବା ଅନୁଚିତ । ଏହା ଦ୍ଵାରା ଅସାନ୍ତି ସୃଷ୍ଟି ହୋଇଥାଏ । ଘରେ କଳହ ଦୂର କରିବା ପାଇଁ ଦେବୀ ମନ୍ଦିରରେ ସିନ୍ଦୁର ଅର୍ପଣ କରିବା ସହ ଘରକୁ ଲୁଣ ପାଣିରେ ପୋଛା ମାରିବା ଉଚିତ ।

୮- ଗୁରୁବାର ଦିନ ତେଲ ସାବୁନ ଲଗାଇ ସ୍ନାନ କରି କଦଳୀ ଗଛକୁ ପୂଜା କରିବା ସହ କଦଳୀ ବଣ୍ଟନ କରିଲେ ସୁଖ ଶାନ୍ତି ବୃଦ୍ଧି ହୁଏ । ସକାଳେ ସ୍ନାନ କରିବା ପରେ ଭିଜା ଯାଇଥିବା ଡାଲି ଗାଈକୁ ଖାଇବାକୁ ଦେଲେ ଶୁଭ ହୋଇଥାଏ ।

୯- ଘରର ଜିନିଷ ଗୁଡିକ ସର୍ବଦା ସଜାଡି ରଖିବା ସହ ଘର ସଫା ସୁତୁରା ରଖିବା ଉଚିତ । ଏହା ଦ୍ଵାରା କଳହ ଦୂର ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *