କରୋନା ଭାଇରସରୁ ବଞ୍ଚିବା ପାଇଁ ଖାଆନ୍ତୁ ଏହି 5 ଟି ଜିନିଷ, ଭାରତରେ ସହଜରେ ଉପଲବ୍ଧ

ସାରା ବିଶ୍ବକୁ କବଳିତ କରିଥିବା କରୋନା ଭାଇରସ ଏବେ ଯାଏ 6,713 ଲୋକଙ୍କ ଜୀବନ ନେଇସାରିଲାଣି । ଏଥିରେ ମଧ୍ୟ ସଂକ୍ରମିତ ଲୋକ ସଂଖ୍ୟା 175,438 ହେଇଗଲାଣି ଓ ଏହି ଅଙ୍କ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ଏଥିପାଇଁ ଲୋକଙ୍କ 2 ଜଣଙ୍କ ମୃତ୍ୟୁ ହେଲାଣି ଓ ୧୨୯ ଜଣ ଏଥିରେ ସଂକ୍ରମିତ । ହେଲେ ଦୁଃଖର କଥା ଏହି ଯେ ଏଇ ଭୟଙ୍କର ରୋଗରୁ ମୁକ୍ତି ପାଇଁ ଏବେ ଯାଏ କୌଣସି ଉପଚାର ବା ମେଡ଼ିସିନ ବାହାର କରାଯାଇନାହିଁ ।

ତେଣୁ ଏଥିରେ ଲୋକଙ୍କ ନିଜର ଇମ୍ୟୁନ ସିଷ୍ଟମକୁ ଅଧିକ ମଜବୁତ କରିବା ଆବଶ୍ୟକ ।

ଯେଉଁଥିରେ କି ଶରୀରକୁ ବେମାରୀ ସହ ଲଢ଼ିବା ବା ବଞ୍ଚିବାର ଶକ୍ତି ମିଳିପାରିବ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ , ଏ ରୋଗରୁ ମୁକ୍ତି ପାଇଁ ନିଜ ଖାଇବା ପିଇବା ପ୍ରତି ବିଶେଷ ଦୃଷ୍ଟି ଦେବାକୁ ହେବ । ଏହା କବଳରୁ ରକ୍ଷା ପାଇଁ ହାଇ ଆଣ୍ଟିଭାଇରାଲ୍ ଫୁଡ ଖାଇବା ଉଚିତ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଶରୀରକୁ ସୁସ୍ଥ ରଖେ । ଆସନ୍ତୁ ଜାଣିବା କୋରାନା ଭାଇରସରୁ ବଞ୍ଚିବା ପାଇଁ କଣ ସବୁ ଖାଇବା ଉଚିତ । ଏହି 5 ଟି ଜିନିଷ ଭାରତରେ ସହଜରେ ଉପଲବ୍ଧ । ସ୍ବଚ୍ଛତା ରଖିବା ସହ ଏସବୁ ଖାଦ୍ୟ ଖାଇବା ଆବଶ୍ୟକ ।

ରସୁଣ-

ରସୁଣ ରେ ଅନେକ ପ୍ରକାର ଆଣ୍ଟିଭାଇରାଲ୍ ତତ୍ତ୍ଵ ରହିଛି । କଞ୍ଚା ରସୁଣ ଖାଇବା ଅତ୍ୟନ୍ତ ଲାଭଦାୟକ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଏହା ଶରୀର କୁ ସଂକ୍ରମଣ ଠୁ ଦୂରରେ ରଖିଥାଏ । ଏଥିରେ ଥିବା ଏଲିସିନ୍ ଭାଇରସ୍ ସହ ଲଢିଥାଏ । ତେଣୁ ନିୟମିତ ରସୁଣ ଓ ଲବଙ୍ଗ ଙ୍କୁ ଗରମ ପାଣିରେ ଖାଇବା ଉଚିତ୍ ।

ପ୍ରୋବାୟୋଟିକ ଦହି-

ଏହା ଏନଫ୍ଲୁଏଞ୍ଜା ଭାଇରସ୍ କାରଣରୁ ଶ୍ଵସନ ସଂକ୍ରମଣ ପ୍ରଭାବ ରୁ ରକ୍ଷା କରିଥାଏ । NCBI ରେ ପ୍ରକାଶିତ ତଥ୍ୟ ଅନୁସାରେ ଏହା ପିଲାଙ୍କ ଶ୍ଵସନ ପଥରେ ସଂକ୍ରମଣ କମ୍ କରିବା ପାଇଁ ମହତ୍ୱପୂର୍ଣ୍ଣ ହୋଇଥାଏ । ଏହା ଅଲଗା ଅଲଗା ଫ୍ଲେବର୍ ବି ମିଳିଥାଏ । ଏହାକୁ ସକାଳୁ ଖାଇବା ହିତକର ।

ଡାଲଚିନି-

ଏହାକୁ ଖାଦ୍ୟ ର ସ୍ଵାଦ ବଢାଇବା ପାଇଁ ବ୍ୟବହାର କରାଯାଇଥାଏ । ନ୍ୟୁୟୋର୍କର ଟୋରୋ କଲେଜ୍ ଦ୍ଵାରା ଆରମ୍ଭ ହେଇଥିବା ଅଧ୍ୟୟନ ଅନୁଯାୟୀ ଡାଲଚିନି ରେ ଆଣ୍ଟିଭାଇରାଲ୍ ରହିଛି । ଏହା ରକ୍ତଚାପ କୁ ନିୟନ୍ତ୍ରଣ କରିବା ସହିତ ଶରୀରକୁ ସଂକ୍ରମଣଠୁ ମଧ୍ୟ ରକ୍ଷା କରିଥାଏ । ଆପଣ ରାତିରେ ଖଣ୍ଡେ ଡାଲଚିନି କୁ ପାଣିରେ ଭିଜାଇ ସକାଳୁ ଟିକେ ପାଣି ପିଅନ୍ତୁ ବା ନିୟମିତ ଚା ରେ କିଛି ଡାଲଚିନି ଗୁଣ୍ଡ ପକାଇ ପିଇଲେ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଭଲ ।

ଛତୁ-

ଶୀୟାଟେକ ଛତୁକୁ ବିଟା ଗ୍ଲୁକୋ ସହିତ ପ୍ୟାକ କରାଯାଏ ଯାହାକୁ ଆଣ୍ଟିଭାଇରାଲ ବା ଜୀବାଣୁରୋଧି ଯୌଗିକ ବୋଲି କୁହାଯାଏ, ସେ କେବଳ ଇମ୍ୟୁନ ସିଷ୍ଟମକୁ ବଢେଇବାରେ ନୁହେଁ ତା ସହିତ ସୁଜନକୁ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଆପଣ ଏହାକୁ ପତଳା କରି ନଡ଼ିଆ ତେଲରେ ଛାଣି ଏହାକୁ ଖାଇ ପାରିବେ ।

ମୁଳେଠି-

ଏହାର ବ୍ୟବହାର ପାରମ୍ପରିକ ସମୟରେ ଚିନି ବଦଳରେ ହେଉଥିଲା ।infect national center for biotechnology information (NCBI) ରେ ପ୍ରକାଶିତ ଗୋଟେ କାଗଜ ଅନୁସାରେ, ମୁଳେଠିର ମୂଳରୁ ଯେଉଁ ଆଣ୍ଟିବାୟୋଟିକ, ଆଣ୍ଟିଭାଇରାଲ, ଆଦି ଅନେକ ଔଷଧୀୟ ଗୁଣ ନିହିତ ଅଛି ।

Leave a Reply

Your email address will not be published. Required fields are marked *