କରୋନା ଏହିଭଳି ଲୋକଙ୍କୁ ପ୍ରଥମେ ବନେଇଥାଏ ନିଜ ଶିକାର, ଆଜିଠାରୁ ବନ୍ଦ କରି ଦିଅନ୍ତୁ ଏହି କାମ !

ଚୀନ ର ୱୂହାନ ଶହରରୁ ବାହାରିଥିବା କରୋନା ଭାଇରସ ଏବେ ପୁରା ଦୁନିଆ ର ୧୨୨ ଟି ଦେଶ ରେ ବ୍ୟାପୀ ଗଲାଣି, ଏହି ଭୟଙ୍କର ଭାଇରସ ଦ୍ଵାରା ୫ ହଜାର ଠାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଛି । ତେବେ କରୋନା ଦ୍ଵାରା ପୀଡିତ ଲୋକଙ୍କ ସଂଖ୍ୟା ୧ ଲକ୍ଷ ୩୩ ହଜାର ଠାରୁ ଅଧିକ ହୋଇ ଗଲାଣି । ବର୍ତମାନରେ କରୋନାକୁ ଭଲ କରିବାର ଔଷଧ ପ୍ରସ୍ତୁତ କରାଯାଇ ପାରି ନାହିଁ ।

ବୈଜ୍ଞାନିକମାନେ ଲଗାତାର ଏହି ଭାଇରସ ସଂରଚନା ଉପରେ ଅଧ୍ୟୟନ କରୁଛନ୍ତି, ଯାହା ଦ୍ଵାରା ଏହାର ବେକ୍ସିନ ବନେଇବାରେ ସାହାଯ୍ୟ ମିଳି ପାରିବ ।

ବିଶେଷଜ୍ଞଙ୍କ କହିବା ଅନୁଯାଇ ଖତର୍ନାକ ଭାଇରସ ଠାରୁ ବଞ୍ଚିବା ପାଇଁ ଏକମାତ୍ର ଚିକିତ୍ସା ସଫା ସୁତୁରା ଓ ସଂକ୍ରମିତ ଲୋକଙ୍କ ଠାରୁ ଦୂରେଇ ରହିବା ଅଟେ, ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭ୍ୟାସ ବିଷୟରେ କହିବାକୁ ଯାଉଛୁ ଯାହା ଯଦି ଆପଣଙ୍କ ମଧ୍ୟରେ ଅଛି ତେବେ କରୋନା ଭାଇରସ ଆପଣଙ୍କୁ ନିଜର ଶିକାର ବନେଇ ପାରେ । ଏପର୍ଯ୍ୟନ୍ତ କରାଯାଇଥିବା ଅଧ୍ୟୟନ ଅନୁଯାଇ କରୋନା ଭାଇରସ ଶ୍ଵାସ ଦ୍ଵାରା ବା ହାତ ମିଶେଇବା ଦ୍ଵାରା ସଂକ୍ରମିତ ଲୋକ ଠାରୁ ଭଲ ଲୋକକୁ ହେଉ ଅଛି ।

ଏମିତି ସମୟରେ ଯଦି ଆପଣଙ୍କ ନଖ ଖାଇବା ବା ବାରମ୍ବାର ମୂହଁ ଛୁଇଁବା ଅଭ୍ୟାସ ଅଛି ତେବେ ଏହା ଆପଣଙ୍କ ପାଇଁ ହାନିକାରକ ଅଟେ । କରୋନା ଠାରୁ ବଞ୍ଚିବା ପାଇଁ ଏହି ଅଭ୍ୟାସ ତୁରନ୍ତ ବଦଳି ଦିଅନ୍ତୁ ନଚେତ ଆପଣଙ୍କୁ କରୋନା ଭାଇରସ ଠାରୁ ସଂକ୍ରମିତ ହବାରୁ କେହି ବଞ୍ଚେଇ ପାରିବେ ନାହିଁ । ଏହା ବ୍ୟତୀତ ଶ୍ଵାସ ରୋଗୀ ବା ଅନ୍ୟାନ୍ୟ ରୋଗୀ ମାନଙ୍କୁ ଏହି ଭାଇରସ ସଂକ୍ରମିତ କରିବାର ଆଶଙ୍କା ଅଧିକା ଅଛି । ଭାରତରେ ଏହି ଭାଇରସ ଦ୍ଵାରା ସଂକ୍ରମିତ ଲୋକଙ୍କ ସଂଖ୍ୟା ବହୁତ ଶୀଘ୍ର ବଢି ବଢି ଚାଲିଛି, ଗୃହ ମନ୍ତ୍ରାଳୟ ସହ କେତେକ ରାଜ୍ୟରେ ଏହାକୁ ମହାମାରୀ ଘୋଷିତ କରା ଯାଇଛି ।

କରୋନା ଉପରେ ନିୟନ୍ତ୍ରଣ କରିବା ପାଇଁ ୩୧ ମାର୍ଚ ପର୍ଜନ୍ତ କେତେକ ରାଜ୍ୟ ରେ ସିନେମାଘର, ସ୍କୁଲ କଲେଜ ଓ ଭିଡ ଜାଗାରେ ଲୋକଙ୍କୁ ଯିବା ମନା କରା ଯାଇଛି । ତେବେ ଆପଣ ମଧ୍ୟ ଏହି ସବୁ କଥା ପ୍ରତି ନିଶ୍ଚିନ୍ତ ଧ୍ୟାନ ଦିଅନ୍ତୁ ଓ ସତର୍କ ରୁହନ୍ତୁ ।ବର୍ତ୍ତମାନ ତ ଓଡିଶାରେ ମଧ୍ୟ ଗୋଟେ ପଜିଟିଭ କେସ ସାମ୍ନାକୁ ଆସି ସାରିଛି, ଯାହା ପାଇଁ ସାରା ଓଡିଶାବାସୀ ଏବେ ଭୟରେ ଆତଙ୍କିତ ହୋଇ ଯାଇଛନ୍ତି ।

Leave a Reply

Your email address will not be published. Required fields are marked *