କୁଆପଥର ଭଳି ଆକାଶରୁ ହେଉଛି ନଡ଼ିଆ ବର୍ଷା, ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ପୋଷ୍ଟକୁ ସ୍ଵାଗତ । ଆଜି ଆମେ ଆପଣଙ୍କ ପାଇଁ ଏକ ଏଭଳି ଭିଡିଓ ନେଇ ଆସିଛୁ ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଆଜ୍ଞା ହଁ ଏହି ଭିଡିଓରେ ଦେଖିବାକୁ ମିଳୁଛି ନଡିଆର ବର୍ଷା । ସତ ସତିକା ବର୍ଷା ନୁହେଁ ବରଂ ଲୋକ ମାନଙ୍କ ଦ୍ଵାରା କରାଯାଉଥିବା କୃତ୍ରିମ ବର୍ଷା । ତେବେ ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଲୋକ ମାନେ ବହୁତ ପରିମାଣରେ ଗୋଟେ ଜାଗାରେ ଏକାଠି ହୋଇଛନ୍ତି ଓ ସମସ୍ତେ ନଡିଆ ଫୋପାଡି ଚାଲିଛନ୍ତି ।

ଯେଉଁ ସ୍ଥାନକୁ ନଡିଆ ଫିଙ୍ଗା ହେଉଛି ତା ମଝିରେ ଜଣେ ବୃଦ୍ଧ ବ୍ୟକ୍ତି ନଡିଆ ଗୋଟେଇବାରେ ବ୍ୟସ୍ତ । ତେବେ କିଛି ଲୋକ ଜାଣିକି ସେହି ବୁଢା ମଉସାଙ୍କ ମୁହଁ ପାଖରେ ହିଁ ନଡିଆ ଫଠାଉଛନ୍ତି । ଯେମିତି କି ଆପଣ ଏହି ଭିଡିଓରେ ଦେଖି ପାରିବେ । ନିଜ ବୟସକୁ ଖାତିର ନ କରି ବୁଢା ମଉସା ଜଣଙ୍କ ନଡିଆ ଗୋଟେଇବାରେ ପୁରା ବ୍ୟସ୍ତ ।

କୁଆ ପଥର ମାଡ ହେଲା ଭଳି ଏଠି ନଡିଆ ଫଟା ଚାଲିଛି । ଆପଣ ଦେଖିଲେ ଆପଣ ବି ଡରି ସେଠାରୁ ପଳେଇବେ । କିନ୍ତୁ ମଉସା ଜଣଙ୍କ କିଛି ଖାତିର ନ କରି ନଡିଆ ଗୋଟେବାରେ ଲାଗିଛନ୍ତି । ତେବେ ଏହା ହେଉଛି କୋରାପୁଟରେ ଏକ ଅଧିଷ୍ଠାତ୍ରୀ ଦେବୀଙ୍କ ମନ୍ଦିରର ପରମ୍ପରା । ଏଠାରେ ଏହିଭାଳି ଭାବେ ନଡିଆ ଫଟାଇବାର ପରମ୍ପରା ରହିଛି ।

ତେବେ ଲୋକମାନେ ଏହି ପରମ୍ପରାକୁ ଏତେ ଗମ୍ଭୀର ଭାବେ ମାନୁଛନ୍ତି କି ସେମାନଙ୍କୁ ଦେଖା ଯାଉ ନାହିଁ ମଝିରେ ଜଣେ ବୟସକ ଲୋକ ଅଛନ୍ତି । ଫାଙ୍କା ଜାଗାରେ ନଡିଆ ନ ଫଟେଇ ସେହି ଲୋକଙ୍କ ସାମ୍ନାରେ ନଡିଆ ଭାଙ୍ଗୁଛନ୍ତି । ତେବେ ଆମ ଦେଶରେ ବହୁତ ମନ୍ଦିର ଅଛି ଓ ସବୁ ମନ୍ଦିରର ନିଜର କିଛି ନା କିଛି ପରମ୍ପରା ରହିଛି ସେହି ଭଳି ଏହି ମନ୍ଦିରରେ ମଧ୍ୟ ଏଭଳି ଏକ ପରମ୍ପରା ଦେଖିବାକୁ ମିଳୁଛି ।

ଯେମିତି କି ଆପଣ ଭିଡିଓ ଶେଷରେ ଦେଖି ପାରିବେ ନଡିଆ ଗୁଡାକ ଯେମିତି ଶୂନ୍ୟରେ ଉଡୁଛନ୍ତି । ତେବେ ଏହି ଭିଡିଓ କୁ ଦେଖିବା ପରେ, ଏହି ପରମ୍ପରାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚୟ କମେଣ୍ଟ ଜରିଆରେ ଜଣେଇବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟେ ଲାଇକ ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *