ଘରୁ ବାହାରକୁ ଗଲାବେଳେ ସାଙ୍ଗରେ ନିଅନ୍ତୁ ଏହି 9 ଟି ଜିନିଷରୁ 1ଟି, ମନସ୍କାମନା ହୋଇଯିବ ପୂର୍ଣ୍ଣ, ରହିବ ନାହିଁ ଧନର ଅଭାବ- Vaastu Tips

ଘରୁ ବାହାରିଲା ବେଳେ ଏମିତି କିଛି ଜିନିଷ ପାଖରେ ରଖିବା ଦରକାର ଯାହା ଦ୍ଵାରା ଆପଣ ମାନଙ୍କୁ ଅଧିକ ଲାଭ ମିଳିବ । ଏମିତି କିଛି ଜିନିଷ ରହିଛି ଯାହାକୁ ରଖିଲେ ଧନ ବୃଦ୍ଧି ହେବା ସହ ଜୀବନରେ ଉନ୍ନତି ମଧ୍ୟ ହୋଇଥାଏ । ଶାସ୍ତ୍ର ଅନୁସାରେ ଏମିତି କିଛି ଜିନିଷ ପକେଟ ବା ପର୍ସରେ ରଖିଲେ ବ୍ୟକ୍ତି ଜୀବନରେ ବଡ ପରିବର୍ତ୍ତନ ହେବା ସହ ବହୁତ ଉନ୍ନତି ମଧ୍ୟ ଦେଖାଯାଏ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ କଣ ରହିଛି ।

୧- କଉଡି : ହଳଦିଆ ରଙ୍ଗର କଉଡି ହେଉ ବା ଧଳା ରଙ୍ଗରେ କିଛି କେସର ବା ହଳଦୀ ମିଶାଇ ଏହାକୁ ରାତିରେ ପାଣିରେ ରଖି ଦିଅନ୍ତୁ । ଏହା ପରେ ସକାଳେ କଉଡିକୁ ନାଲି ବା ସବୁଜ ରଙ୍ଗର କପଡାରେ ମିଶାଇ ଏହାକୁ ଧୂପ ଦୀପ ଲଗାଇ ଏହାକୁ ଘରୁ ବାହାରିବା ସମୟରେ ପକେଟରେ ରଖିଲେ ଧନ ବୃଦ୍ଧି ହୋଇଥାଏ ।

୨- ଅଣ୍ଡା ଆକୃତିର ଧଳା ପଥର : ନଦୀରେ ଯେଉଁ ଛୋଟ ଛୋଟ ଧଳା ପଥର ମିଳିଥାଏ ତାହାକୁ ପକେଟରେ ରଖିବା ଦ୍ଵାରା ଧନ ବୃଦ୍ଧି ହେବ ସହ ମାନସିକ ଶାନ୍ତି ଓ ଆନନ୍ଦ ମିଳିଥାଏ ।

୩- ଗୋମତୀ ଚକ୍ର : ଗୋମତୀ ଚକ୍ରକୁ ବିଷମ ସଂଖ୍ୟାରେ ଅର୍ଥାତ ୩,୫,୭,୯,୧୧ ସଂଖ୍ୟାରେ ପକେଟରେ ରଖନ୍ତୁ । ଏହା ଦ୍ଵାରା କେବେ ଧନର କମି ଦେଖାଯାଏ ନାହି ଓ ଶତ୍ରୁ ମାନେ ଆପଣଙ୍କ ଠାରୁ ଦୂରେଇ ଯିବେ । ଏହାକୁ ନାଲି ବା ସବୁଜ କପଡାରେ ବାନ୍ଧି ରଖିଲେ ଉତ୍ତମ ଫଳପ୍ରଦ ହୋଇଥାଏ ।

୪- ପଦ୍ମଫୁଲର ମଞ୍ଜି : ପଦ୍ମଫୁଲର ମଞ୍ଜିକୁ ବିଷମ ସଂଖ୍ୟା ଅର୍ଥାତ ୩୫୭୯୧୧ ସଂଖ୍ଯାରେ ପକେଟରେ ବା ଟ୍ରେଜେରୀରେ ନାଲି ବା ସବୁଜ ରଙ୍ଗର କପଡାରେ ବାନ୍ଧି ରଖନ୍ତୁ । ଏହା ଦ୍ଵାରା ଧନ ବୃଦ୍ଧି ହେବା ସହ ଅନେକ ସମସ୍ୟାର ସମାଧାନ ହୋଇଥାଏ ।

୫- ଓସ୍ତ ପତ୍ର : ଶନିବାର ଦିନ ଓସ୍ତ ପତ୍ରକୁ ଲ୍ୟାମିନେସନ କରି ପକେଟରେ ରଖିଲେ ଉତ୍ତମ ଫଳ ପ୍ରଦାନ କରିଥାଏ । ଏହା ଛଡା ଏହି ପତ୍ରକୁ ଆପଣ ନିଜ ଟ୍ରେଜେରୀ ବା ଅନ୍ୟ କୌଣସି ଧନ ସମ୍ବଧୀୟ ସ୍ଥାନରେ ରଖି ପାରିବେ ।

୬- ଅରୁଆ ଚାଉଳ : ମା ଲକ୍ଷ୍ମୀଙ୍କୁ ଚଢା ଯାଇଥିବା ଅରୁଆ ଚାଉଳକୁ ନାଲି ବା ସବୁଜ ରଙ୍ଗର କପଡାରେ ବାନ୍ଧି ଧନ ରଖୁଥିବା ଜାଗା ବା ନିଜ ପକେଟରେ ରଖିଲେ ଧନ ବୃଦ୍ଧି ହୋଇଥାଏ ।

୭- ଶ୍ରୀଯନ୍ତ୍ର : ଏକ ଶ୍ରୀଯନ୍ତ୍ର ପ୍ରତିଷ୍ଠା କରି ଆପଣ ନିଜ ପକେଟ ବା ଧନ ରଖୁଥିବା ଜାଗାରେ ରଖିଲେ ଘର ପ୍ରତି ସକାରାତ୍ମକ ପ୍ରଭାବ ପଡିବା ସହ ଆର୍ଥିକ ଉନ୍ନତି ହୋଇଥାଏ ।

୮- ପ୍ରଭୁ ନାରାୟଣ ଓ ମା ଲକ୍ଷ୍ମୀଙ୍କ ଫୋଟୋ : ଏହି ଫୋଟୋକୁ ଆପଣ ନିଜ ପକେଟରେ ଘରୁ ବାହାରିବା ସମୟରେ ରଖିଲେ ଧନ ବୃଦ୍ଧି ହେବା ସହ ଅନେକ ଉନ୍ନତି ମଧ୍ୟ ହୋଇଥାଏ ।

୯- ପଇଡ କଷି : ଶୁକ୍ରବାର ଦିନ ପଇଡ କଷିକୁ ଆଣି ପୂଜା କରି ନିଜ ଘରର ଧନ ରଖୁଥିବା ଜାଗାରେ ରଖିଲେ ଅର୍ଥ ହାନି ହେଉଥାଏ ତେବେ ବନ୍ଦ ହେବା ସହ ଧନ ବୃଦ୍ଧି ହେବ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *