ଜାଣିଛନ୍ତି କୁଆକୁ ଦେଖିଲେ ମଧ୍ୟ ଆପଣଙ୍କ ଧନ ବୃଦ୍ଧି ହୋଇପାରେ କେବେ ଓ କେଉଁଠି ଜାଣିବା ପାଇଁ ପଢନ୍ତୁ

କୁଆକୁ ଦେଖିଲେ ମଧ୍ୟ ଆପଣଙ୍କ ଧନ ବୃଦ୍ଧି ହୋଇପାରେ

ଦୁନିଆ ରେ ବହୁତ ପଶୁ ପକ୍ଷୀ ଅଛନ୍ତି । ଯେମିତିକି ମନୁଷ୍ୟ ମାନଙ୍କ ଶରୀର ର କିଛି କଥା କୁ ଲକ୍ଷ କରି ତାର ଭବିଷ୍ୟତ, ଚାଲି ଚଳନ ,ଆଚାର ବ୍ୟବହାର ବିଷୟରେ କହିହେବ ସେଇଭଳି ବିଭିନ୍ନ ପଶୁ ପକ୍ଷୀ ଙ୍କ ଚାଲି ଚଳନ ରୁ ମଧ୍ୟ ବହୁତ କିଛି କଥା ଜାଣିହେବ । କିନ୍ତୁ ଆଜିର ମଣିଷ ସେହି ପଶୁ ପକ୍ଷୀ ଙ୍କ ଉପରେ ଅତ୍ୟାଚାର କରୁଛି । କିନ୍ତୁ ସେମାନେ ଏହା ଜାଣିରଖିବା ଉଚିତ କି ସେଇ ମାନେ ଆମର ଭବିଷ୍ୟତ ବିଷୟରେ କଣ ହବ ସୂଚନା ଦେଇଥାନ୍ତି । ତେଣୁ ଯୁଗ ଯେତେ ଆଗକୁ ଗଲେ ବି କେବେ ହେଲେ ଏମିତି କରନ୍ତୁ ନାହିଁ । ଆସନ୍ତୁ ଜାଣିବା ସେଇ ଭଳି ଗୋଟେ ପକ୍ଷୀ ଯିଏକି ଆପଣଙ୍କୁ ଧନୀ କରିଦେବ ।

ସେଇ ପକ୍ଷୀ ଟି ହେଉଛି କାଉ । କାଉ କୁ ନେଇ ବହୁତ ପ୍ରକାର ତଥ୍ୟ ରହିଛି ସେ ଭଲ ହେଉ କି ଖରାପ ହେଉ । ଯଦି କାଉ ଆପଣଙ୍କ ଛାତ ଉପରେ ବସିକି ବହୁତ ସମୟ ଧରି ବୋବାଏ ତେବେ ଜାଣି ନିଅନ୍ତୁ କିଛି ଖରାପ ସୂଚନା ଏହା । ଆପଣଙ୍କ କିଛି ଅସୁଭ ସଂକେତ ଦଉଛି ତାହେଲେ । ସେଥିପାଇଁ ସତର୍କତା ଅବଲମ୍ବନ କରନ୍ତୁ । ଯଦି କାଉ ରାବି କି ଉଡ଼ି ଯାଏ । ତେବେ ଏହା ବହୁତ ଶୁଭ ସଂକେତ । ଯଦି କାଉ ଗାଈ ର ଲାଞ୍ଜ ରେ ବସିଥିବାର କେହି ଦେଖିବେ ତେବେ ଏହା ଜମାରୁ ବି ଭଲ ସଂକେତ ନୁହେଁ ।

ତେଣୁ ଏମିତି ଦେଖିଲେ ଭଗବାନ ଙ୍କ ନାମ ନିଅନ୍ତୁ । ଯଦି ଆପଣ କୁଆଡେ ଯାଉଛନ୍ତି ଆଉ କାଉ ମଳ ଆପଣଙ୍କ ଉପରେ ପଡ଼ିଲା ତେବେ ଜାଣି ନିଅନ୍ତୁ ଆପଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡିବ । କାରଣ ଏହା ହେଲେ ସ୍ଵାସ୍ଥ୍ୟ ସମସ୍ୟା ଦେଖା ଦେବାର ବହୁତ ସମ୍ଭାବନା ଥାଏ । ଆଉ ଯଦି କାଉ ଆପଣଙ୍କ ବାମରୁ ଦକ୍ଷିଣ ପାର୍ଶ୍ବରେ ଗଲା ତେବେ ଆପଣଙ୍କ ପାଇଁ ଏହା ବହୁତ ଭଲ । ଆପଣ ଶୁଭ ଖବର ପାଇବେ । ଯଦି କାଉ ପଶ୍ଚିମ ରୁ ଦକ୍ଷିଣ ପାର୍ଶ୍ଵ କୁ ଉଡ଼ି ଯାଏ ତେବେ ଏହା ବିଲକୁଲ ବି ଭଲ ସଂକେତ ନୁହେଁ ।

Leave a Reply

Your email address will not be published. Required fields are marked *