ବାସ୍ତୁ ଶାସ୍ତ୍ର ଅନୁଯାଇ କୁକୁର ପାଳିବାର ଲାଭ ଜାଣି ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

ଆପଣ ମାନେ ସମସ୍ତେ ବହୁତ ଲୋକଙ୍କୁ ଦେଖି ଥିବେ ଯାହାକୁ ପଶୁ ପାଳିବା ବହୁତ ଭଲ ଲାଗି ଥାଏ । ଲୋକ ବହୁତ ପ୍ରକାର ଜୀବ ଘରେ ରଖିବା ପସନ୍ଦ କରନ୍ତି ଯେମିତିକି ମାଛ, ବିଲେଇ, କୁକୁର, ଠେକୁଆ ଏବଂ ଅନ୍ୟ କେତେକ ଜୀବ । କିନ୍ତୁ ଦୁନିଆରେ ସବୁ ଠାରୁ ଅଧିକ ଲୋକ କୁକୁର ପାଳିବା ପସନ୍ଦ କରନ୍ତି, ଘରେ କୁକୁର ପାଳିବାର ବହୁତ ପ୍ରକାର ଲାଭ ଅଛି ଯାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏହା ଜାଣିଲା ପରେ ଆପଣ ମଧ୍ୟ କୁକୁର ରଖିବା ପାଇଁ ଇଛା କରିବେ ।

ଆପଣ ଏହା ମଧ୍ୟ ଜାଣି ଆଶ୍ଚର୍ଯ୍ୟ ହୋଇ ଯିବେ ଯେ କୁକୁରଙ୍କୁ ପାଳିବା ଜ୍ୟୋତିଷ ଶାସ୍ତ୍ର ରେ ମଧ୍ୟ ଅଛି ଏବଂ ଏହା ଦ୍ଵାରା ହଉଥିବା ଲାଭ ବିଷୟରେ ମଧ୍ୟ ଶାସ୍ତ୍ର ରେ କୁହା ଯାଇଛି ।

ବାସ୍ତୁ ଶାସ୍ତ୍ର ଅନୁଯାଇ କୁକୁର ପାଳିବାର ଲାଭ :

– ଯେବେ ବି ଆପଣ କୁକୁର ପାଳନ୍ତି ତେବେ କଳା କୁକୁର ରଖନ୍ତୁ, ଅନ୍ୟ ରଙ୍ଗ କୁକୁର ରଖିଲେ ଲାଭ କମି ଯାଇ ଥାଏ । କିନ୍ତୁ ଏମିତି କୁହା ଯାଇଛି ଯେ କଳା କୁକୁର ରଖିବା ସବୁଠାରୁ ଅଧିକ ଲାଭକାରୀ ହୋଇ ଥାଏ । କଳା କୁକୁର ପାଳିବା ଭଲ କାହିଁକିନା କଳା କୁକୁର ଶନିଦେବଙ୍କୁ ବହୁତ ପ୍ରସନ୍ନ କରି ଥାଏ । ଯେଉଁ ଲୋକ ନିଜ ଘରେ କଳା କୁକୁର ରଖନ୍ତି ତାଙ୍କ ଉପରେ ଶନିଦେବଙ୍କ କୃପା ହୋଇ ଥାଏ ।

– କୁକୁର ପାଳିଲେ ଘର ଝଗଡା ମଧ୍ୟ କମି ଥାଏ, ଏହା ସହ କୁକୁର ପାଇଁ ଆପଣଙ୍କ ଶତ୍ରୁ ମଧ୍ୟ ଆପଣଙ୍କର କିଛି ଅନିଷ୍ଟ କରି ପାରିବେ ନାହିଁ ।

– କୁକୁରକୁ ପ୍ରତି ଦିନ ଭୋଜନ କରେଇଲେ ଶନିଦେବ ପ୍ରସନ୍ନ ରୁହନ୍ତି, ଯଦି ଆପଣ କୌଣସି କାରଣ ପାଇଁ କୁକୁର ରଖି ପାରୁ ନାହାନ୍ତି ତେବେ ବୁଲା କୁକୁରଙ୍କୁ ରୁଟି ଖାଇବା ପାଇଁ ଦିଅନ୍ତୁ ଶନିଦେବ କୃପା କରିବେ ।

– ଜ୍ୟୋତିଷ ଶାସ୍ତ୍ର ଅନୁଯାଇ କୁକୁରକୁ ରତ୍ନ ବୋଲି କୁହା ଯାଇଛି, କୁକୁରକୁ ପାଳିଲେ ଘର ବହୁତ ପ୍ରକାର ଦୋଷ କଟି ଯାଇ ଥାଏ ।

– ଯେଉଁ ଲୋକଙ୍କ ଜାତକରେ ଦୋଷ ଥାଏ ସେହି ଲୋକ କୁକୁର ପାଳିଲେ ତାଙ୍କ ଜୀବନ ବହୁତ ଦୋଷ କଟି ଯାଇ ଥାଏ ।

– କୁକୁର ଘରେ ରହିଲେ ନକାରାତ୍ମକ ଊର୍ଜା ଘର ଭିତରୁକୁ ଯାଇ ପାରନ୍ତି ନାହିଁ, ଏବଂ କୁକୁର ପାଇଁ ଘରେ ସକାରାତ୍ମକ ଊର୍ଜା ବଢି ଥାଏ ।

– ଯେଉଁ ଲୋକ ରାହୁ କେତୁ ଦ୍ଵାରା ପୀଡିତ ଅଛନ୍ତି ସେହି ଲୋକ କୁକୁରକୁ ଘିଅ ରୁଟି ଖୁଆଇଲେ ତାଙ୍କ ଦୋଷ କଟି ଥାଏ, ଏହି ଉପାୟ ଦ୍ଵାରା ବହୁତ ସବୁ ଶନି ଦୋଷ ଏବଂ କଳା ସର୍ପ ଦୋଷ ମଧ୍ୟ କଟି ଥାଏ ।

Leave a Reply

Your email address will not be published. Required fields are marked *