କୁମାର ପୂର୍ଣ୍ଣିମା ରେ ତୁଳସୀ ଗଛରେ ବାନ୍ଧନ୍ତୁ ଏହି 1 ଜିନିଷ ଦେଖିବେ କୋଟିପତି ହେବାରୁ କେହି ବି ରୋକିପାରିବେନି

ବନ୍ଧୁଗଣ ଅକ୍ଟୋବର 28 ତାରିଖ ପଡୁଅଛି ପବିତ୍ର କୁମାର ପୂର୍ଣ୍ଣିମା । ହିନ୍ଦୁ ଧର୍ମରେ କୁମାର ପୂର୍ଣ୍ଣିମା କୁ ବହୁତ ମହତ୍ଵ ଦିଆଯାଇଛି । ଏହି କୁମାର ପୂର୍ଣ୍ଣିମା ଆଶ୍ଵିନ ମାସ ଶୁକ୍ଳ ପକ୍ଷ ତିଥିରେ ପଡିଥାଏ । ଏହି ଦିନ ଚନ୍ଦ୍ର ଷୋହଳ କଳାରେ ପରିପୂର୍ଣ୍ଣ ହୋଇଥାନ୍ତି । ଯେବେ ସମୁଦ୍ର ମନ୍ଥନ ହୋଇଥିଲା ସେହି ଦିନ କୁମାର ପୂର୍ଣ୍ଣିମା ଥିଲା । ସେଠାରେ ମା ଲକ୍ଷ୍ମୀ ସେଦିନ ପ୍ରକଟ ହୋଇଥିଲେ ।

ସେଥିପାଇଁ କୁମାର ପୂର୍ଣ୍ଣିମାରେ ଚନ୍ଦ୍ର ଙ୍କ ସହ ମା ଲକ୍ଷ୍ମୀଙ୍କର ପୂଜା ମଧ୍ୟ କରାଯାଏ । ମାନ୍ୟତା ଅଛି କୁମାର ପୂର୍ଣ୍ଣିମାରେ ମା ଲକ୍ଷ୍ମୀ ଧରା ପୃଷ୍ଠରେ ପ୍ରକଟ ହୋଇଥିଲେ । ଆଜି ଆମେ ଜାଣିବା ଏହି ଦିନ ତୁଳସୀ ଗଛରେ ଏମିତି କେଉଁ ଜିନିଷ ବାନ୍ଧିଲେ ଧନର ବୃଦ୍ଧି ହୋଇଥାଏ । ମାନ୍ୟତା ଅଛି କୁମାର ପୂର୍ଣ୍ଣିମା ଦିନ ଖିରୀ ଭୋଗ ଲଗାଇ ଚନ୍ଦ୍ରର ଆଲୋକରେ ରଖିକି ଖିରୀ ଖାଇଲେ ବହୁତ ରୋଗରୁ ମୁକ୍ତି ମିଳିଥାଏ ।

ଚର୍ମ ରୋଗରେ ପୀଡିତ ଥିଲେ ଏହି ଖିରୀ ନିଶ୍ଚୟ ସେବନ କରିବା ଉଚିତ । ଆଖି ରେ କୌଣସି ପ୍ରକାରର ରୋଗ ହୋଇଥିଲେ ଏହି ଖିରୀ ନିଶ୍ଚୟ ଖାଇବା ଉଚିତ । ଏହି ଦିନ ରାତିରେ ମା ଲକ୍ଷ୍ମୀଙ୍କ ନିକଟରେ ଗୋଲାପ ଫୁଲର ମାଳ ଅର୍ପଣ କରିବା ସହ ଘିଅର ଦୀପ ଜଳାଇବା ଉଚିତ । ମା ଲକ୍ଷ୍ମୀ ଗୋଲାପ ଫୁଲରେ ଜଲ୍ଦି ଆକର୍ଷିତ ହୋଇଥାନ୍ତି । ଏହା ସହ ଧଳା ମିଠା ଭୋଗ ଲଗାନ୍ତୁ ।

ଏହି ଦିନ ବ୍ରତ ରଖନ୍ତୁ କି ନ ରଖନ୍ତୁ ଧାର୍ମିକ ଶାସ୍ତ୍ର ଅନୁଯାୟୀ ଏହି ଦିନ ଘରଦ୍ଵାର ସଫା ସୁତୁରା କରିବା ଉଚିତ । ମା ଲକ୍ଷ୍ମୀଙ୍କୁ ପୂଜା କରିବାର ବିଧାନ ଧାର୍ମିକ ମାନ୍ୟତା ରହିଛି । ଏହି ଦିନ ରାତିରେ ମୁଖ୍ୟଦ୍ଵାର ଖୋଲିକି ରଖିବା ଉଚିତ । ଏହା ସହ ଫୁଲରେ ସଜାଇବା ଉଚିତ । ଏହି ଦିନ ମା ଲକ୍ଷ୍ମୀ ଖିରୀ ଭୋଗ ନିଶ୍ଚୟ ଲଗାଇବା ଉଚିତ । ଚନ୍ଦ୍ର ଙ୍କୁ ପୂଜା କରିବା ସମୟରେ ମିଠା, କ୍ଷୀର, ଭୋଗ ଅର୍ପଣ କରିବା ଉଚିତ ।

ଏହି ଦିନ ତୁଳସୀ ଗଛରେ ଧଳା ସୂତା ଗୋଟେ ନେଇ ସେଥିରେ 16 ଟି ଗଣ୍ଠି ପକାଇ ହଳଦୀ ଲଗାଇ ବାନ୍ଧି ଦିଅନ୍ତୁ । ଏହି ସୂତା ରେ 16 ପ୍ରକାରର କାମନା ପୂରଣ ହେବ । ଏହା ପରେ ମା ଲକ୍ଷ୍ମୀ ଙ୍କ ଆଗମନ ନିଶ୍ଚୟ ହେବ । ଏହା ସହ ଧନରେ କେବେ ବି ଅଭାବ ହେବ ନାହିଁ । ମା ଲକ୍ଷ୍ମୀଙ୍କ ଅଶେଷ କୃପା ପ୍ରାପ୍ତ ହେବ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *