ଲକ୍ଷ୍ମଣଙ୍କ ବନବାସ ସମୟରେ ତାଙ୍କ ପତ୍ନୀ ଊର୍ମିଳା ୧୪ ବର୍ଷ କଣ କରୁଥିଲେ

ହିନ୍ଦୁ ଧର୍ମରେ କୁହାଯାଇଛି କି ରାମାୟଣ ପଢିବା ଦ୍ଵାରା ମଣିଷଙ୍କର ପାପର ନାଶ ହୋଇଥାଏ । ଏଥିପାଇଁ ରାମାୟଣ ପଢିବା ସମସ୍ତଙ୍କର ପାଇଁ ଆବଶ୍ୟକ ବୋଲି କୁହାଯାଇଛି । ରାମାୟଣ ଦୁଇଜଣ ବିଦ୍ଵାନଙ୍କ ଦ୍ଵାରା ଲେଖାଯାଇଛି ତୁଲସୀ ଦାସଙ୍କ ଦ୍ଵାରା ରଚିତ ରାମାୟଣ ଥିଲା ‘ରାମଚରିତ ମାନସ’ଏବଂ ବାଲ୍ମୀକନ ଦ୍ଵାରା ରଚିତ ଥିଲା ‘ରାମାୟଣ’। ଏହା ହେଉଛି ସେହି ମହାଫଳଦାୟକ ମନ୍ତ୍ର । ରାମାୟଣ ବିଷୟରେ ଜାଣିବା ପରେ କିଛି ଲୋକଙ୍କୁ ଲାଗେ କି ଶ୍ରୀରାମ ଓ ସିତାଙ୍କର ବୈବାହିକ ଜୀବନ ଭଲ ନଥିଲା । ତାଙ୍କ ଜୀବନରେ ସୁଖ ନଥିଲା, କିନ୍ତୁ ଏହି କଥା ଭୁଲ ଅଟେ ।

Image Courtesy: Google

ଶ୍ରୀରାମ ଓ ସିତାଙ୍କୁ ଭୌତିକ ସୁଖ ନଥିଲା ସତ ସେମାନେ ତ କେବଳ ନିଜର କର୍ତ୍ତବ୍ୟ ଓ ଅଧିକାରକୁ ଭଲ ଭାବେ ବୁଝିଲେ ଯେଉଁଥିରେ ଅଳ୍ପ ସମୟରେ ହିଁ ବୈବାହିକ ଜୀବନର ସୁଖ ବହୁତ ମିଳିଲା । ଶ୍ରୀରାମ ଓ ସିତାଙ୍କ ସଂପର୍କକୁ ଦେଖି ଆମକୁ ବି କିଛି କଥା ଶିଖିବା ଆବଶ୍ୟକ । ରାମାୟଣ ଅନୁସାରେ ସିତାଙ୍କୁ ବିବାହ କରି ଭଗବାନ ଶ୍ରୀରାମ ସଫଳ ବୈବାହିକ ଜୀବନର ଆରମ୍ଭ କରିଥିଲେ । ରାମାୟଣରେ ରାମ ଓ ଭାଇ ଲକ୍ଷ୍ମଣ ସମପ୍ରାକ ବିଷୟରେ ଉଲେଖ କରା ଯାଇଛି ଲକ୍ଷ୍ମଣ ଭଳି ଭାଇ ପାଇବା ବଡ ସ୍ବଭାଗ୍ୟ କଥା ଏହା ରାମ ସମସ୍ତଙ୍କୁ କହିଥିଲେ, ଛୋଟବେଳୁ ଲକ୍ଷ୍ମଣ କେବେ ରାମଙ୍କୁ ଦୁଃଖରେ ଦେଖି ପାରୁ ନଥିଲେ ।

Image Courtesy: Google

ଯେତେବେଳେ ମତ କଇକଇ କଥା ମାନି ରାମ ବନବାସ ପାଇଁ ରାଜି ହୋଇଥିଲେ ସେହି ସମୟରେ ସୀତା ମାତା ମଧ୍ୟ ଭଗବାନ ସହ ଯିବା ପାଇଁ ଇଛା କରିଥିଲେ ଏହା ପରେ ଲକ୍ଷ୍ମଣ ନିଜକୁ ଭାଇ ସହ ଯିବା ପାଇଁ ଭଗବାନ ରାମଙ୍କୁ ଅନୁରୋଧ କରିଥିଲେ ଯେତେବେଳେ ଲକ୍ଷ୍ମଣ ବନବାସ ପାଇଁ ବାହାରିଲେ ସେତେବେଳେ ଊର୍ମିଳା ମଧ୍ୟ ଯିବା ପାଇଁ କହିଥିଲେ କିନ୍ତୁ ଲକ୍ଷ୍ମଣ ଊର୍ମିଳାଙ୍କୁ ଘରେ ରହି ସମସ୍ତଙ୍କ ଧ୍ୟାନ ରଖିବା ପାଇଁ କହିଥିଲେ ଯାହା ପରେ ଊର୍ମିଳା ଘରେ ରହିଥିଲେ ଓ ଲକ୍ଷ୍ମଣ ଏହା ବଚନ ନେଇଥିଲେ ଯେ ତାଙ୍କ ଯିବା ପରେ ଊର୍ମିଳା କାନ୍ଦିବେ ନାହିଁ ଯାହା ଊର୍ମିଳାଙ୍କ ପାଇଁ ବହୁତ କଷ୍ଟ ଥିଲା କିନ୍ତୁ ସ୍ଵାମୀ ବଚନ ମାନିବା ତାଙ୍କ କରତବ୍ୟ ଥିଲା ଯାହାକୁ ସେ ପୂର୍ଣ କରିଥିଲେ ।

Image Courtesy: Google

ଏହା ପରେ ଯେତେବେଳ ରାମ ସୀତା ଓ ଲକ୍ଷ୍ମଣ ଜଙ୍ଗଲ ପହଞ୍ଚିଲେ ଲକ୍ଷ୍ମଣ ମାତା ସୀତା ଓ ଭଗବାନ ରାମଙ୍କ ପାଇଁ କୂଟିଆ ତିଆରି କରିଥିଲେ ଓ ସେ ଦୁହେଁ କୂଟିଆ ଭିତରେ ଶୋଇଲା ବେଳେ ଲକ୍ଷ୍ମଣ ବାହାରେ ଜଗୁଆଳି କରୁଥିଲେ ସେହି ସମୟରେ ନିଦ୍ରା ଦେବୀ ପ୍ରକଟ ହୋଇଥିଲେ ଲକ୍ଷ୍ମଣ ତାଙ୍କୁ ଅନୁରୋଧ କରିଥିଲେ ଯେ ତାଙ୍କ ନିଦ ୧୪ ବର୍ଷ ପାଇଁ ନେଇ ଜାନ୍ତୁ ଯାହା ଉତ୍ତରରେ ନିଦ୍ରା ଦେବୀ କହିଥିଲେ ମୁଁ ତମ ନିଦ ନେଇ ଜୀବି କିନ୍ତୁ କାହାକୁ ତମ ନିଦ ନବାକୁ ହବ । ଏହି କଥା ଶୁଣି ଲକ୍ଷ୍ମଣ ନିଜ ନିଦ ନିଜ ସ୍ତ୍ରୀ ଊର୍ମିଳାଙ୍କୁ ଦବା ପାଇଁ ଅନୁରୋଧ କରିଥିଲେ ଯାହା ଦ୍ଵାରା ଊର୍ମିଳାଙ୍କ କଷ୍ଟ କମ ହବ ଓ ତାଙ୍କ ଦାଇତ୍ଵ ମଧ୍ୟ ପୂର୍ଣ ହବ । ତେବେ ଏହି କାରଣ ପାଇଁ ଊର୍ମିଳା ୧୪ ବର୍ଷ ପର୍ଯ୍ୟନ୍ତ ସୋଇ ରହିଥିଲେ ।

Leave a Reply

Your email address will not be published. Required fields are marked *