LIC ଲଞ୍ଚ କଲା ଆଉ ଗୋଟେ ନୂଆ ସ୍କିମ- ଜାଣନ୍ତୁ କେତେ ଟଙ୍କା ପ୍ରିମିୟମ ଦେଇ କଣ ସବୁ ପାଇବେ ଫାଇଦା

ଯଦି ଆପଣ କେଉଁଠି ଇନଭେଷ୍ଟ କରିବାର ପ୍ଲାନ କରୁଛନ୍ତି ତ, ମନରେ ଏ ଦ୍ଵିଧା ଆସୁଥିବ କି କେଉଁଠି ଓ କେମିତି କରିବେ । ତ ଆମେ ଆପଣଙ୍କୁ ଜଣାଉଛୁ କି LICର ଏକ ସ୍କିମ ବିଷୟରେ ଯେଉଁଠି ନିବେଶ କରି ଆପଣ ବହୁତ ଭଲ ଲାଭ ଉଠେଇପାରିବେ । ଆମେ କହୁଛୁ LIC SIIP ର କଥା ଯେଉଁଠି ନିବେଶ କରିବା ଭଲ ହୋଇଥାଏ । LICର ଚେୟାରମ୍ୟାନ ଏମ.ଆର କୁମାର ଦୁଇଟି ନୂଆ ୟୁନିଟ ଲିଙ୍କଡ ପ୍ଲାନ LIC ନିବେଶ ପ୍ଳସ ପ୍ଲାନ ଓ LIC SIIP ପ୍ଲାନ ଲଞ୍ଚ କରିଛନ୍ତି । LIC ନିବେଶ ପ୍ଳସ ସିଙ୍ଗିଲ ପ୍ରିମିୟମ, ନନ ପାଟିସିପେଟିଂ, ୟୁନିଟ ଲିଙ୍କଡ ଓ ବ୍ୟକ୍ତିଗତ ଜୀବନ ବୀମା ଅଟେ, ଯାହା ପଲିସି ଅବଧିର ବୀମା ସହିତ ନିବେଶର ବିକଳ୍ପ ମଧ୍ୟ ଦେଇଥାଏ ।

Image Courtesy: Google

ପ୍ଲାନ ନେବା ଲୋକ ସିଙ୍ଗିଲ ପ୍ରିମିୟମ ଚୟନ କରିପାରିବ ।

ପଲିସି ନେବା ଲୋକ କେତେ ରାସି ଜମା କରିବ ସେ ଚୟନ କରିପାରିବ ।

ତାଙ୍କ ପାଖରେ ପଲିସି ନେବା ସମୟରେ ବେସିକ ସମ୍ ଆଶୟୋର୍ଡ ଚୟନ କରିବାର ସୁବିଧା ମଧ୍ୟ ରହିଛି । ଏହି ଦୁଇଟି ଯୋଜନାକୁ ଆପଣ ଅନଲାଇନ ଓ ଅଫଲାଇନ କିଣି ପାରିବେ । ଏହି ଯୋଜନା 2 ମାର୍ଚ୍ଚ ୨୦୨୦ ଠାରୁ ଉପଲବ୍ଧ ଅଟେ ।

Image Courtesy: Google

LIC ର SIIP-

ଏହା ଏକ ନିୟମିତ ପ୍ରିମିୟମ, ନନ ପାଟିସିପେଟିଂ, ୟୁନିଟ ଲିଙ୍କଡ ଓ ବ୍ୟକ୍ତିଗତ ଜୀବନ ବୀମା ଯୋଜନା ରହିଛି, ଯାହା ପଲିସି ଅବଧି ମଧ୍ୟରେ ବୀମା ସହିତ ନିବେଶ ବି ପ୍ରଦାନ କରିଥାଏ । ପଲିସି ନେବା ଲୋକ ତାଙ୍କ ଦେୟ ପ୍ରିମିୟମ ରାଶିର ଚୟନ କରିପାରିବ, ଯିଏ ଏସବୁ କରିବାକୁ ଚାହାନ୍ତି । ପଲିସି ର ବିଶେଷ ଅବଧି ପୂର୍ଣ୍ଣ ହେବା ପରେ ବାର୍ଷିକ ପ୍ରିମିୟମ ର ପ୍ରତିଶତ ରୂପେ ଗ୍ୟାରେଣ୍ଟେଡ ଏଡିସନ୍ସ କୁ ଏକ ଇନ ଫୋର୍ସ ପଲିସି ପରି ୟୁନିଟ ଫଣ୍ଡ ରେ ଯୋଡା ଯିବ । ନ୍ୟୁନତମ ପ୍ରିମିୟମ ଦେୟ 40000 ଟଙ୍କା (ବାର୍ଷିକ) ଅଟେ ଓ ଯେଉଁଥିରେ କିଛି ଅଧିକତମ ପ୍ରିମିୟମର ସୀମା ନାହିଁ ।

Image Courtesy: Google

ପଲିସି ର ଲାଭ-

ରିସ୍କ ସୁରକ୍ଷା ଉପଲବ୍ଧ, ୟୁନିଟ୍ ଫଣ୍ଡ ଭେଲ୍ୟୁ ସହିତ ଗ୍ୟାରେଣ୍ଟୀକୃତ ଲାଭ, ପଲିସିର ମ୍ଯାଚୁରିଟି ଭାଲ୍ୟୁ । ଏହି ପଲିସି ରେ ପ୍ରବେଶ କରିବା ପାଇଁ ଆପଣଙ୍କ ବୟସସୀମା ଆଟି କମରେ 90 ଦିନ ରୁ ଅତ୍ୟଧିକ 65 ବର୍ଷ ହେବା ଦରକାର । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *