ଲିଭର ଖରାପ ହେବା ପୂର୍ବରୁ ଶରୀର ଦେଇଥାଏ ଏହି 7ଟି ସଂକେତ, ଆରମ୍ଭ କରନ୍ତୁ ଏହି ଜିନିଷର ସେବନ- Health Tips

ବନ୍ଧୁଗଣ ଲିଭର ଆମ ଶରୀରର ସବୁଠାରୁ ମହତ୍ବପୂର୍ଣ୍ଣ ଅଙ୍ଗ ଅଟେ । ଏମିତି ବି କହିହେବ କି ଲିଭର ଶରୀର ଉପରେ ତିଷ୍ଠି ରହିଛି । ଯଦି ଲିଭର ଖରାପ ହୁଏ ତେବେ ଶରୀର ଖରାପ ହୋଇଥାଏ । ଯେଉଁ ମାନେ ମଦ୍ୟପାନ କରିଥାନ୍ତି ସେମାନଙ୍କର ଲିଭର ଖରାପ ଏହା ସଂପୂର୍ଣ୍ଣ ଭୁଲ ଧାରଣା ଅଟେ । ଲିଭର ଖରାପ ହେବାର ଅନ୍ୟ କିଛି ଲକ୍ଷଣ ମଧ୍ୟ ରହିଛି ଯାହା ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଏହା ସହ ଲିଭର ଠିକ ରଖିବା ପାଇଁ କିଛି ଉପାୟ ମଧ୍ୟ କହିବୁ । ଲିଭର ଖରାପ ହେବାର ପ୍ରଥମ କାରଣ ହେଉଛି ମୁହଁରୁ ଦୁର୍ଗନ୍ଧ ଆସିବା ।

କାରଣ ମୁହଁ ରେ ଅମୋନିଆ ରହିଥାଏ । ଯଦି ସ୍କିନ ର ରଙ୍ଗ ଉଡିଯାଇ ସେଥିରେ ଧଳା ରଙ୍ଗ ପଡିଥାଏ ତେବେ ଲିଭର ଖରାପ ହେବାର ସଂକେତ ମିଳିଥାଏ । ଯଦି ସ୍କିନ ଖରାପ ହେବା ସହ ସେଥିରେ ଦାଗ ହେବାରେ ଲାଗିଥାଏ ତେବେ ମଧ୍ୟ ଲିଭର ଖରାପ ହୋଇଥାଏ । ଏହା ବ୍ଯତୀତ ପାଚନ ତନ୍ତ୍ର ଖରାପ ହେଲେ ଲିଭର ଖରାପ ହୋଇଥାଏ ।

ଯଦି ପାଚନ ତନ୍ତ୍ର ଠିକ ଭାବେ କରିବ ନାହି ତେବେ ଲିଭରରେ ଅନେକ ବିଷାକ୍ତ ପଦାରଥ ଜମା ହୋଇଥାଏ । ଏହି କ୍ଷେତ୍ରରେ ପାଣି ମଧ୍ୟ ହଜମ ହେବ ନାହି । ଯଦି ମୁତ୍ର ଗଭୀର ହୋଇଥାଏ ତେବେ ଲିଭର ଖରାପ ହେବାର ସଙ୍କେତ ହୋଇଥାଏ । ଯଦି ଆଖି ବା ନଖ ହଳଦିଆ ରଙ୍ଗର ହୋଇଯାଏ ତେବେ ଲିଭର ଖରାପ ହେବାର ସଂକେତ ମିଳିବା ସହ ଜଣ୍ଡିସ ହୋଇଥାଏ ।

ଏହା ବ୍ୟତୀତ ପାଟି ର ଟେଷ୍ଟ ଖାରପ ହୋଇଥିଲେ ମଧ୍ୟ ଲିଭର ଖରାପ ହେବାର ସଂକେତ ମିଳିଥାଏ । ଯେବେ ଲିଭର ବଡ ହୋଇଯାଏ ତେବେ ପେଟ ଫୁଲିବା ଆରମ୍ଭ ହୋଇଥାଏ ଯାହାକୁ ଆମେ ମୋଟାପା ଭାବିଥାଉ । କିନ୍ତୁ ଏହା ଲିଭର ଖରାପ ହେବାର ସଂକେତ ହୋଇଥାଏ । ତେବେ ଲିଭର ସୁସ୍ଥ ରଖିବା ପାଇଁ କିଛି ଘରୋଇ ନୁସଖା ମଧ୍ୟ ରହିଛି ।

ଲିଭର ସୁସ୍ଥ ରଖିବା ଏପାଇଁ ପଇଡ ପାଣି ସେବନ କରିବା ଉଚିତ । ଏହା ସହ ହଳଦୀରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଲିଭର ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ହଳଦିରେ ରୋଗ ପ୍ରତିରୋଧକ କ୍ଷମତା ଅଧିକ ରହିଥାଏ ଯାହା ଲିଭରକୁ ସୁସ୍ଥ ରଖିଥାଏ । ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ହଳଦୀ ମିଶାଇ ସେବନ କରିବା ଉଚିତ । ଲିଭର ସୁସ୍ଥ ରଖିବା ପାଇଁ ସେଓର ରସ ସେବନ କରିବା ଦ୍ଵାରା ଶରୀରର ଚର୍ବି କମ ହୋଇଥାଏ ।

ଏହା ବ୍ଯତୀତ ଆମଲା ସେବନ କରିବା ଦ୍ଵାରା ଲିଭର ସୁରକ୍ଷିତ ରହିଥାଏ । ପ୍ରତିଦିନ କଞ୍ଚା ଆମଲା ଖାଇବା ଉଚିତ । ଏହା ଛଡା ମୂଲେଠିର ପାଉଡର ପାଣିରେ ଫୁଟାଇ ସେବନ କରିଲେ ଲିଭର ଠିକ ରହିଥାଏ । ଆଲସୀ ଓ ଅଖରୋଟ ଖାଇବା ଦ୍ଵାରା ଲିଭରରେ ଥିବା ବିଷାକ୍ତ ପଦାର୍ଥ ସଫା ହୋଇଥାଏ । ଅମୃତଭଣ୍ଡା ସହ ଲେମ୍ବୁ ଆଡ କରି ସେବନ କରିଲେ ଲିଭର ସଫା ରହିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *