ଲ୍ୟାଣ୍ଡଫଲ କଲା ସୁପର ଟାଇଫୁନୀ Hinnamnor, ରଚିଲା ଭୟଙ୍କର ତାଣ୍ଡବ… ଦେଖନ୍ତୁ Video

ବନ୍ଧୁଗଣ ଲ୍ୟାଣ୍ଡ ଫଲ କରିଲା ସୁପର ଟାଇଫୁନ ହିନ୍ନାମନୋର ବାତ୍ୟା । ଦକ୍ଷିଣ କୋରିୟର ଦକ୍ଷିଣରେ ସ୍ଥଳ ଭାଗ ଛୁଇଁଛି ପ୍ରଳୟଙ୍କାରୀ ସାମୁଦ୍ରିକ ଝଡ । ଏହାର ପ୍ରଭାବରେ ଦକ୍ଷିଣ କୋରିଆରେ ପ୍ରବଳ ବର୍ଷା ଲାଗି ରହିଛି । କୋରିଆର ଆଣବିକ ପାୱାର ପ୍ଳାଣ୍ଟ ପ୍ରତି ବଢିଛି ସୁପର ଟାଇଫୁନ ହିନ୍ନାମନୋର ର ବିପଦ । ସୁପର ଟାଇଫୁ ର ଟ୍ରାକରେ ଏହି ଆଣବିକ ପାୱାର ପ୍ଳାଣ୍ଟ ରହିଛି । ସ୍ଥଳ ଭାଗ ଅତିକ୍ରମ ସମୟରେ ହିନ୍ନାମନୋର ର ଘଣ୍ଟା ପ୍ରତି ବେଗ ଥିଲା ୧୨୭ ମାଇଲ ଅର୍ଥାତ ଘଣ୍ଟା ପ୍ରତି ୨୦୪ କିମି ବେଗରେ ପବନ ପ୍ରଭାବିତ ହୋଇଥିଲା ।

ସ୍ଥଳ ଭାଗରେ ଏହାର ବେଗ ବଢି ୨୪୯ କିମି ରହିଥିଲା । ଏହି ଶକ୍ତିଶାଳୀ ଝଡ ପ୍ରଭାବରେ ସମୁଦ୍ରରେ ଉଠିଛି ବଡ ଜୁଆର । ସ୍ଥଳ ଭାଗକୁ ମାଡି ଆସିଛି ସମୁଦ୍ର ପାଣି । ଏହା ଫଳରେ ଅନେକ ଘର ଦ୍ଵାରା, ଗଛ ଭାଙ୍ଗିଛି । ବଡ ବଡ ଟାୱାର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଛି ହିନ୍ନାମନୋର । ଭିତ୍ତି ଭୂମି ଛାରଖାର ହୋଇଛି । ଅନ୍ଧାରରେ ଅଛି ଦକ୍ଷିଣ କୋରିଆର ୨୦ ହଜାରରୁ ଅଧିକ ଘର । ଦକ୍ଷିଣ କୋରିଆର ଇତିହାସରେ ସବୁଠାରୁ ବଡ ଟାଇଫୁନ ଦେଶକୁ ହିଟ କରିଛି ।

୧୯୫୯ରେ ଦକ୍ଷିଣ କୋରିଆର ଟାଇଫୁନ ଓ ୨୦୦୩ରେ ଟାଇଫୁନ ମାଇନକୁ ହିଟ କରିଥିଲା । ବହୁତ ଜଲ୍ଦି ମୁଭ କରିଛି ସୁପର ଟାଇଫୁନ ହିନ୍ନାମନୋର ବାତ୍ୟା । ବର୍ଷା ଲାଗି ରହି ଥିବାରୁ ବନ୍ୟା ସ୍ଥିତି ମଧ୍ୟ ଦେଖା ଯାଇଛି ବୋଲି ଭାରତୀୟ ପାଣିପାଗ ବିଭାଗ କେନ୍ଦ୍ର ରୁ ସୂଚନା ମିଳିଛି । ଦକ୍ଷିଣ କୋରିଆ ରେ ଅନେକ କ୍ଷୟ କ୍ଷତି ହେବ ସହ ଲୋକ ମାନଙ୍କର ଜନ ଜୀବନ ଛାରଖାର ହୋଇଛି । ଏହି ବାତ୍ୟା ସବୁଠାରୁ ଶକ୍ତିଶାଳୀ ଥିଲା ଯାହା ପାଇଁ ଦକ୍ଷିଣା କୋରିଆ ରେ ଅନେକ ବ୍ୟାପାର କ୍ଷତି ଘଟିଛି ।

ବଡ ବଡ ତ୍ଵାତା ଭାଙ୍ଗିବା ସହ ବଡ ବଡ ଗଛ ଭାଙ୍ଗି ଲୋକ ମାନଙ୍କର ଘର ମଧ୍ୟ ଭାଙ୍ଗି ଯାଇଛି । ଅନେକ ଲୋକ ମାନେ ଭଙ୍ଗା ଘରେ ଫସି ରହିଛନ୍ତି ଏ ଯାଏଁ ତାଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରା ଯିବାକୁ ଚେଷ୍ଟା ଜାରି ରହିଛି । ସମୁଦ୍ର ମାଡି ଆସିବାରୁ ଲୋକ ମାନଙ୍କର ଘର ଦ୍ଵାରା ସବୁ ଜଳାମଗ୍ନ ହୋଇ ଯାଇଛି ଦକ୍ଷିଣ କୋରିଆ ରେ ଯାହା ପାଣିପାଗ ବିଭାଗ ସୂଚନା ଦେଇଛି ।

ତେବେ ସେଠାରେ ଆଉ କଣ କଣ କ୍ଷତି ଘଟିଛି ତାହାର ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ସୂଚନା ରହିଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ । ଆଗକୁ ଆମେ ଏଭଳି ପାଣିପାଗ ସମ୍ବଧିତ ସୂଚନା ନେଇ କରି ଆସିବୁ ।

Leave a Reply

Your email address will not be published. Required fields are marked *