ସାଇବର ଲୁଟେରାଙ୍କୁ ଏମିତି ଚୂନା ଲଗାଇଲେ ଏହି ଯୁବକ, ଠକାମିରେ ପଡିବା ଆଗରୁ ଥରେ ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଦିନକୁ ଦିନ ବଢିବାରେ ଲାଗିଛି ସାଇବର କ୍ରାଇମ । ଦିନକୁ ଦିନ ହଜାର ହଜାର ଲୋକଙ୍କୁ ଠାକୁଛନ୍ତି ସାଇବର ଠକ । ହେଲେ ଏହି ଯବକଙ୍କୁ ଆପଣ ଥରେ ଦେଖନ୍ତୁ କାରଣ ସେ ଏମିତି କିଛି କାମ କରିଛନ୍ତି ସାଇବର ଲୁଟେରା ବି ଫସି ଯାଇଛନ୍ତି । ସୂଚନା ଅନୁଯାୟୀ ଯୁବକଙ୍କ ପାଖକୁ ଫୋନ କରି ତାଙ୍କ ଆକାଉଣ୍ଟରୁ ୨୨ହଜାର ଟଙ୍କା ଲୁଟ କରିଥିଲେ । ଆକାଉଣ୍ଟରୁ ଟଙ୍କା କାଟିବା ପରେ ଚିନ୍ତାରେ ଥିଲେ ଯୁବକ ଆଉ କଣ କରିବେ ବୋଲି ବୁଦ୍ଧି ବାଟ ଦିଶୁ ନ ଥିଲା । ହେଲେ ନିଜର ଉଦ୍ୟମ ଜାରି ରଖି ବାରମ୍ବାର ଫୋନ କରିଥିଲେ ସାଇବର ଲୁଟେରାଙ୍କୁ ।

ଏହା ସହ ସାଇବର ଲୁଟେରାଙ୍କର ବ୍ୟାଙ୍କର ସବୁ ତଥ୍ୟ ସଂଗ୍ରହ କରିବା ସହ ନିଜର ଝାଳ ବୁହା ଟଙ୍କାକୁ ଫେରି ପାଇଛନ୍ତି ଯୁବକ । ଯୁବକ କହିଛନ୍ତି ୨୪ ତାରିଖ ଦିନ ତାଙ୍କର ପେମେଣ୍ଟ ଆସିବା ପରେ ଘରକୁ ଟଙ୍କା ପଠାଇବାକୁ ଚେଷ୍ଟା କରିବା ସମୟରେ ଦୁଇ ଦିନଯାଏଁ UPI ପିନ ଖରାପ ହୋଇଗଲା । ପରେ ଗୁଗୁଲରେ ଫୋନପେ ରେ କଷ୍ଟମର କେୟାର ନମ୍ବର ମାରିବା ପରେ ଗୋଟେ ନମ୍ବର ଆସିଲା ଯେଉଁଥିରେ ସେ କଲ କରିଥିଲେ । କିନ୍ତୁ କଷ୍ଟମର କେୟାରକୁ ନମ୍ବର ଲାଗିବା ବଦଳରେ ସାଇବର ଠକଙ୍କୁ ଲାଗିଥିଲା ।

ସାଇବର ଲୁଟେରା ତାଙ୍କୁ କିଛି ପ୍ରୋସେସ କରିବାକୁ କହିଲେ ଏହା କରିବା ପରେ ତାଙ୍କର ସବୁ ଠିକ ହେବ ବୋଲି ଆଶ୍ଵାସନା ଦେଇଥିଲେ । ସାଇବର ଲୁଟେରା ଯୁବଙ୍କୁ ଏନିଟ୍ୟାକ୍ସ ଆପ, ଧାନୀ ଆପ, କଷ୍ଟମର କମ୍ପ୍ଲେନ ରେଜିଷ୍ଟ୍ରେଶନ ଆପ ଡାଉନଲୋଡ କରିବାକୁ କହିଲେ । ଯୁବକଙ୍କର ସବୁ ଆଇଡି ପ୍ରମାଣ ମଧ୍ୟ ସାଇବର ଠକ ସଂଗ୍ରହ କରି ନେଲେ । ଦୁଇ ଦିନ ଯାଏଁ ଯୁବକଙ୍କୁ ହଇରାଣ କରିଲେ । ତା ପରେ ସାଇବର ଠକ ମାନେ ଭିଡିଓ କଲ କରିବାକୁ କହିଲେ ଆକାଉଣ୍ଟରେ ୧ ଟଙ୍କା ପଠାଇବା ପରେ ।

କିନ୍ତୁ ଯୁବକ ଙ୍କ ସାଙ୍ଗ ମାନେ ଏଟା ଫ୍ରଟ ବୋଲି କହିବା ପରେ ଯୁବକ ଜଣକ ସାଇବର ଠକଙ୍କୁ ତାଙ୍କ UPI ୫ ମିନିଟ ଯାଏଁ ଅନ କରିବାକୁ ଅନୁରୋଧ କରିବାରୁ ସେମାନେ ଅନ କରିଲେ । କିନ୍ତୁ ଯୁବକ ଜଣକ ନିଜ ବୁଦ୍ଧିରେ ସାଙ୍ଗର ଭାଇ ପାଖକୁ ଟଙ୍କା ସବୁ ପଠାଇ ଦେଲେ । ଏହା ପରେ ଯୁବକ ନିଜର ବ୍ଯାଙ୍କ ଆକାଉଣ୍ଟ ସବୁ ବ୍ଲକ କରିବା ସହ ସାଇବର ଥାନାରେ ଅଭିଯୋଗ କରିଥିଲେ । ବାରମ୍ବାର ସାଇବର ଲୁଟେରା ତାଙ୍କୁ ଫୋନ କରିଥିଲେ କିନ୍ତୁ ଯୁବକ ସବୁ ନମ୍ବର ବ୍ଲକ ମାରିଥିଲେ ।

ଗତ କାଲି ମଧ୍ୟ ସାଇବର ଠକ ଏମାନେ ଫୋନ କରି କହିଥିଲେ ଦିଲ୍ଲୀ ପୋଲିସରୁ କହୁଛୁ ତୁମର ୩୦-୪୦ ହାର ଟଙ୍କା କଟିଛି କିନ୍ତୁ ଯୁବକ ଜଣକ କହିଥିଲେ ମୋ ପାଖକୁ ସେମିତି କିଛି ମ୍ଯାସେଜ ଆସି ନାହି । ସାଇବର ଥାନାରେ ଅଭିଯୋଗ କରିବାର କପି ପଠାଇବା ପରେ ଆଉ ଯୁବକଙ୍କ ପାଖକୁ ଫୋନ ଆସି ନାହି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *