ପ୍ରେମ ବିବାହ! କିନ୍ତୁ 2 ମାସ ନ ପୁରୁଣୁ ଦମ୍ପତି ଏକା ସହ ନେଲେ ନିଜ ଜୀବନ, କାରଣ ଜାଣି ଆପଣଙ୍କ ଆଖିରେ ବି ଆସିଯିବ ଲୁହ…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ପ୍ରେମ କରି ବିବାହ କରିବାରେ କିଛି ବି ଅସୁବିଧା ନାହି । ଗୋଟେ ମନ ଆଉ ଗୋଟେ ମନକୁ ପସନ୍ଦ କରିଲା । ଚଳାଇ ଚାଳନ, କଥାବାର୍ତ୍ତା, ଭାବ ଆବେଗ ମନକୁ ଛୁଇଁଲା । ଭଦ୍ରକ ଜିଲ୍ଲା ଧାନମଗର ଥାନା ଦେହୁଡି ଆନନ୍ଦପୁର ଗାଁର ଝିଅ ହେଉଛନ୍ତି ଦେବୀରାଣୀ । ବାଲେଶ୍ଵର ଥାନା ଅନ୍ତର୍ଗତ ମଧୁପରା ଗାଁର ହରିଶଙ୍କର ଜେନା । ସୋସିଆଲ ମିଡିଆରେ ଦୁହିଙ୍କର ପରିଚୟ ହେଲା ଆଉ ଦୁଇ ମାସ ତଳେ ଘର ଲୋକଙ୍କ ଅନୁମତି ବିବାହ କରିଥିଲେ । ବାହାଘର ବେଶ ଧୂମଧାମରେ ହୋଇଥିଲା ।

ଆଉ ରିପ୍ସେସନ ପାର୍ଟିରେ ଉଭୟ ବେସ ଫୋଟୋ ଉଠାଇଥିଲେ । ଦେବିରାଣୀ ବିବାହ ପରେ ପ୍ରେମ ସାର୍ଥକ ହେଲା ବୋଲି ଭଗବାନଙ୍କୁ ଧନ୍ୟବାଦ ଜଣାଇଥିଲେ । କିନ୍ତୁ ପ୍ରକୃତରେ କାହାଣୀ ବିବାହ ପରେ ଆରମ୍ଭ ହେଲା । ଏ ଦୁହେଁ ଆଉ ଦୁନିଆରେ ନାହାନ୍ତି । ବାହାଘର ପୁରିବାର ଦୁଇ ମାସରେ ଦୁହିଙ୍କର ଜୁଇ ଜଳିଲା । ଏକ ପ୍ରେମ ବିବାହ ବର୍ଷ ପୂର୍ତ୍ତି ପାଳିବା ଆଗରୁ ଯେଉଁ ଘରେ ବେଦି ବନ୍ଧା ହୋଇଥିଲା ସେହି ଘରୁ କୋକେଇ ଉଠିଲା । ହରିଶଙ୍କର ଓ ଦେବୀରାଣୀଙ୍କ ପ୍ରେମ ସମ୍ପର୍କ ଜାଣିବା ପରେ ଉଭୟ ପରିବାରର ଅନୁମତି କ୍ରମେ ୩/୦୭ ୨୦୨୨ ରେ ବାହାଘର ହୋଇଥିଲା ।

ସାତ ଦୀପ ଆଠ କଳସକୁ ସାକ୍ଷୀ ରଖି ହୋମ ନିଆଁକୁ ଛୁଇଁ ପ୍ରତିଜ୍ଞା କରିଥିଲେ । କିନ୍ତୁ ବାହାଘର ଦୁଇ ମାସ ନ ପୁରୁଣୁ ଦୁହେଁ କାହାକୁ କିଛି ନ ଜଣାଇ ଚରମ ନିସ୍ପତି ନେଲେ । ବିସ ପିଇ ପୁଅ ବୋହୂଙ୍କୁ ଭୂମିରେ ଲୋଟି ପଡିବାର ଦେଖି ମା କାନ୍ଦୁଛି । କିନ୍ତୁ ଦୁହେଁ କଣ ପାଇଁ ଏଭଳି ପଦକ୍ଷେପ ନେଲେ ତାହା ଏ ଯାଏଁ ଜଣା ପଡି ନାହି । ପୁଅର ବାପା ବିଭୁତି ଭୀଷଣ ଙ୍କ କହିବା ଅନୁଯାୟୀ ବାହାଘର କିଛି ଦିନ ପରେ ଅଲଗା ରାନ୍ଧି ବାଢି ଖାଉଥିଲେ । ପୁଅର ରୋଜଗାରକୁ ନେଇ ବୋହୁ ପ୍ରଶ୍ନ ଉଠାଇ ଥିଲା । ସେଥିପାଇଁ ପରିବାରରେ ମନାନ୍ତର ଆରମ୍ଭ ହୋଇଥିଲା ।

କିନ୍ତୁ ଦୁହେଁ ଏଭଳି ଚରମ ନିସ୍ପତି ନେବା ଆଗରୁ କେହି କେମିତି କିଛି ଜାଣି ପାରିଲେ ନାହି ତାକୁ ନେଇ ଉଠିଛି ପ୍ରଶ୍ନ । ଝିଅର ବାପା ଲକ୍ଷ୍ମୀଧର ଙ୍କ କହିବା ଅନୁଯାୟୀ ତାଙ୍କ ଜ୍ଵାଇଁ ବହୁତ ଭଲ ଝିଅର ମନ ରଖିବା ପାଇଁ ପ୍ରେମ ବିବାହକୁ ସ୍ବୀକୃତି ଦେଇଥିଲେ ଆଉ ଧୂମଧାମରେ ବାହାଘର ମଧ୍ୟ କରିଥିଲେ । କିନ୍ତୁ ଶାଶୁଘରେ ଯୌତୁକ କୁ ନେଇ ଅସାନ୍ତି ଦେଖା ଯାଇଥିଲା । ଏହା ଭିତରେ ଝିଅ ଜ୍ଵାଇଁ କୁ ହଳଦୀ ଗୋଡ ଧୋଇବାକୁ ଘରକୁ ନେଇଥାନ୍ତେ ।

୩ ଦିନ ପୂର୍ବରୁ ଜ୍ଵାଇଁ ଙ୍କ ଆକାଉଣ୍ଟ କୁ ୩୦୦୦ ଟଙ୍କା ପଠାଇ ଥିଲେ ଲକ୍ଷ୍ମୀଧର । କିନ୍ତୁ ହଠାତ ଦୁହେଁ ମିଶି କାହିଁକି ବିସ ପିଇଲେ ସେ ବିଷୟରେ ଲକ୍ଷ୍ମୀଧର କିଛି ବି ଜାଣି ନାହାନ୍ତି । ତେବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ପ୍ରେମ କାହାଣୀ କୁ ନେଇ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *