ନିଜ 50 ବର୍ଷର ମା’ଙ୍କ ପାଇଁ ବର ଖୋଜୁଛି ଏହି ଝିଅ, ରଖିଛି ଏହି ସବୁ ସର୍ତ୍ତ

ଭାରତୀୟ ସମାଜରେ ଯେବେ ବି କେଉଁ ଘରେ ଝିଅ ଜନ୍ମ ହୋଇଥାଏ ତା ପରଠୁ ତା ବିବାହ ପାଇଁ ବ୍ୟବସ୍ତା କରା ଯାଇ ଥାଏ, ଝିଅ ଯେତେବେଳେ ୨୦-୨୧ବର୍ଷ ର ହୁଏ ତା ପାଇଁ ଉଚିତ ବର ଖୋଜିବା ଆରମ୍ଭ ହୋଇ ଯାଏ ଓ ସବୁ ମା’ ନିଜ ଝିଅକୁ ଭଲ ବର ସହ ବିବାହ କରିବର ସ୍ଵପ୍ନ ଦେଖି ଥାନ୍ତି । ସବୁ ମା’ ଚାହାନ୍ତି ବିବାହ ପରେ ମୋ ଝିଅ ଖୁସି ରେ ରହୁ ଓ ତାକୁ ଦୁନିଆର ସବୁ ଖୁସି ମିଳୁ, କିନ୍ତୁ ଆଜି ଆମେ ଆପଣଙ୍କୁ ଏହାର ଓଲଟା ଦେଖେଇବାକୁ ଯାଉଅଛୁ । ଆଜି ଆମେ ଆପଣଙ୍କୁ ମା’ ଝିଅର ଗୋଟେ ଏମିତିଆ ଯୋଡି ବିଷୟରେ କହିବାକୁ ଯାଉଛୁ ଯେଉଁଠି ଝିଅ ନିଜ ୫୦ବର୍ଷୀୟ ମା’ ପାଇଁ ଉପଯୁକ୍ତ ବର ଖୋଜୁଛନ୍ତି ।

Image Courtesy: Google

ଏହି ଝିଅ ନିଜ ଓ ନିଜ ମା’ ଙ୍କର ଗୋଟେ ଫଟୋ ଟ୍ଵିଟର ରେ ଦେଇଛନ୍ତି ଯାହା ବହୁତ ସୁନ୍ଦର ମଧ୍ୟ ହୋଇଛି ଓ ଏହି ଫଟୋ ବହୁତ ଭାଇରାଲ ହେଉଛି । ଏହି ଫଟୋରୁ ଅଧିକ ଏହି ଫଟୋ କ୍ୟାପ୍ସନ ହୋଇଛି ଯାହାକୁ ଲୋକ ଭରପୁର ଭଲପାଇବା ଦେଇଛନ୍ତି । ଟ୍ଵିଟର ରେ ଆସ୍ଥା ବର୍ମା ନାମକ ଗୋଟେ ଝିଅ ନିଜ ମା’ ସହ ଫଟୋ ଦେଇଛନ୍ତି ଯେଉଁଥିରେ ଲେଖା ହୋଇଛି ଯେ ସେ ନିଜ ୫୦ ବର୍ଷୀୟ ମା ପାଇଁ ଉପଯୁକ୍ତ ବର ଖୋଜୁଛନ୍ତି ।

Image Courtesy: Google

ଆସ୍ଥାଙ୍କୁ ନିଜ ମା’ଙ୍କ ପାଇଁ ବର ଖୋଜୁଛନ୍ତି ଯିଏ ତାଙ୍କ ସର୍ତ୍ତ ଅନୁଯାଇ ଥିବେ ଓ ତାଙ୍କ ମା’ଙ୍କୁ ଖୁସିରେ ରଖି ପାରିବେ । ଆସ୍ଥାଙ୍କ ପୋଷ୍ଟ ଅନୁଯାଇ ତାଙ୍କ ବାପା ହାବା ପାଇଁ ବର ଭିତରେ ଏହି ଗୁଣ ନଥିବା ଉଚିତ, ଆସ୍ଥାଙ୍କ ଅନୁଯାଇ ଭାବି ବାପା ସୁଧ ଶାକାହାରୀ ହେବା ଆବଶ୍ୟକ ଅଟେ ଏବଂ ଏହା ସହ ସେ କେବେ ବି ମଦ ବା ଅନ୍ୟ ଖରାପ ଜିନିଷ ସେବନ କରୁ ନଥିବେ ।

Image Courtesy: Google

ଏହି ସବୁ କଥା ମନା କରିଛନ୍ତି ଓ ଏବେବ ବି ନିଜ ମା’ଙ୍କ ପାଇଁ ବର ଖୋଜିବରେ ଲାଗିଛନ୍ତି । ଆସ୍ଥାଙ୍କ ଟ୍ଵିଟର ପ୍ରୋଫାଇଲ ଅନୁଯାଇ ସେ law ର ଛାତ୍ରା । ଆସ୍ଥାଙ୍କ ଏହି କାମ ଲୋକମାନଙ୍କ ମନ କିଣି ନେଇଛି ଓ ଲୋକ ଭରପୁର ମାତ୍ରା ରେ ତାଙ୍କୁ ସପୋର୍ଟ କରୁଛନ୍ତି । ଏହି ଟ୍ଵିଟକୁ ୨୨ହଜାର ଲାଇକ ମିଳିଛି ଓ ପାଖା ପାଖି ୭୪୦୦ଠାରୁ ଅଧିକ ଲୋକ କମେଣ୍ଟ ମଧ୍ୟ ଦେଇଛନ୍ତି ।

ଏହି ପୋଷ୍ଟ ଦ୍ଵାରା ଏହା ସ୍ପଷ୍ଟ ଅଛି ଯେ ମା’ ଝିଅ ମଧ୍ୟରେ ସାଙ୍ଗ ଭଳି ସମ୍ପର୍କ ଅଛି ଓ ଝିଅ ନିଜ ମା’ ପାଇଁ ସବୁକିଛି କରି ପାରନ୍ତି । ଟ୍ଵିଟର ରେ ଜଣେ ଆସ୍ଥାଙ୍କୁ ମେଟ୍ରିମୋନି ବିଷୟରେ କହିଲେ ରିପ୍ଳାୟରେ ସେ କହିଲେ ଯେ ସବୁ ସାଇଟ ଖୋଜିଛନ୍ତି କିନ୍ତୁ ତାଙ୍କ ଅନୁଯାଇ ବର ପାଇ ନାହାନ୍ତି ଓ ସେଥି ପାଇଁ ସେ ସୋସିଅଲ ମିଡିଆ ରେ ଏହି ପୋଷ୍ଟ କରିଛନ୍ତି । ଲୋକଙ୍କ ଭଲ ପାଇବା ଦେଖି ଲାଗୁଛି ଆସ୍ଥା ବହୁତ ସିଗ୍ର ନିଜ ମା’ ପାଇଁ ଗୋଟେ ଉପଯୁକ୍ତ ବର ଖୋଜି ପାଇ ପାରିବେ ।

Leave a Reply

Your email address will not be published. Required fields are marked *