୬ ମାସରୁ ଦରଜ ପାଇଁ କଷ୍ଟ ପାଉଥିଲା ୩ବର୍ଷର ନିରୀହ, ଶରୀର ଭିତରେ ମିଳିଲା ୧୧ଟି କଣ୍ଟା

ତେଲେଙ୍ଗାନା ରେ ୩ବର୍ଷର ପିଲା ଗତ ୬ମାସରୁ ପେଟରେ ଦରଜ ହେଉଛି ବୋଲି କହୁଥିଲା । ପିଲାର ଘର ଲୋକଙ୍କୁ ଆରମ୍ଭରୁ ଲାଗିଲା କି କୌଣସି ସାଧାରଣ ଦରଜ ହୋଇଥିବ ,କିନ୍ତୁ ଏହି କଷ୍ଟ ସମୟ ସହିତ ବଢିବାକୁ ଲାଗିଲା । ଏହାପରେ ପିଲାର ଘର ଲୋକ ତାଙ୍କୁ ନେଇ ହସ୍ପିଟାଲରେ ପହଞ୍ଚିଲେ । ଏଥର ଡକ୍ଟର ପିଲାର ଚିନ୍ତା ଦେଖି ତାର ଏକ୍ସରେ କରିବା ପାଇଁ ନିଷ୍ପତ୍ତି ନେଲେ । ପିଲାର ଏକ୍ସରେ ରିପୋର୍ଟ ରୁ ଜଣାପଡିଲା କି ତା ଶରୀର ଭିତରେ ତଳ ଭାଗରେ ୧୧ଟି କଣ୍ଟା ଅଛି ।

ଏଥିପାଇଁ ପିଲାକୁ ଭୟଙ୍କର କଷ୍ଟ ହେଉଥିଲା । ଏହି କଥା ସମସ୍ତେ ଭାବିଲେ କି ଏହି କଣ୍ଟା ପିଲାର ଶରୀର ଭିତରକୁ କେମିତି ଗଲା ? ବାନାପର୍ଥୀ ଜିଲ୍ଲାର ବିପନଗଂଡଳା ରେ ରହୁଥିବା ପିଲାର ବାପା ପି ଅଶୋକ ଏବଂ ମାଆ ଅନ୍ନପୂର୍ଣମା କହିଛନ୍ତି କି ତାଙ୍କ ପୁଅ ସବୁବେଳେ କଷ୍ଟ ପାଉଥିଲା । ଯେତବେଳେ ବି ତା ପେଟରେ କଷ୍ଟ ହେଉଥିଲା ଆମେ ତାକୁ ଔଷଧ ଦେଇ ଦଉଥିଲୁ କିନ୍ତୁ ତାହାର ପ୍ରଭାବ କିଛି ସମୟ ପାଇଁ ହିଁ ରହୁଥିଲା ,ଏଥିପାଇଁ ପିଲାଟି ବହୁତ କଷ୍ଟ ପାଉଥିଲା ।

ପିଲାର ଚିକିସା କରୁଥିବା ହସ୍ପିଟାଲର ଡକ୍ଟର ଶ୍ରୀନିବାସ ରେଡଡୀ କହିଛନ୍ତି ଅପରେସନ କରି ଏବେ ୮ଟି କଣ୍ଟା ବାହାର କରାଯାଇଛି । ଏବେ ବି ୨ଟି କଣ୍ଟା ଶରୀର ଭିତରେ ରହିଯାଇଛି ଯାହାକୁ ପରେ ବାହାର କରାଯିବ । ପିଲାର ଅବସ୍ଥା ସ୍ଥିର ହୋଇ ରହିଛି । ପିଲାର ବାପା ମାଆଙ୍କୁ ପରିବାରର ସମ୍ପର୍କୀୟ ମାନଙ୍କ ଉପରେ ସନ୍ଦେହ ହେଉଛି ,ବାପା ମାଆ ଭାବୁଛନ୍ତି କି ଏହି କଣ୍ଟା ତାଙ୍କର କୌଣସି ସମ୍ପର୍କୀୟ ଦେଇଛନ୍ତି । ଏହି ଘଟଣାରେ ବାପା ମାଆଙ୍କର ଅଭିଯୋଗରେ ପୋଲିସ କେସ ଲେଖାଇ ନେଇଛି । ଘଟଣାର ଯାଞ୍ଚ ବି କରାଯାଉଛି ।

Leave a Reply

Your email address will not be published. Required fields are marked *