ଦିଗ୍ଗଜ ଲୋକଙ୍କ ଦ୍ଵାରା ଆରମ୍ଭ କରା ଯାଇଥିବା Yes ବ୍ୟାଙ୍କ ରେ କେମିତି ବଢିବାକୁ ଲାଗିଲା ସଙ୍କଟ ? ଜାଣନ୍ତୁ ୪ଟି ପ୍ରମୁଖ କାରଣ

ନିଜି କ୍ଷେତ୍ର ର ୟେସ ବ୍ୟାଙ୍କ ଗମ୍ଭୀର ସଙ୍କଟ ରେ ଫାଶୀ ରହିଛି, ରିଜର୍ବ ବ୍ୟାଙ୍କ ଏହି ମାସରେ ୫୦ ହଜାର ଟଙ୍କା ରେ ନିକାଶୀ କରିବା ପାଇଁ ସୀମା ନିର୍ମାଣ କରିଛନ୍ତି ଯାହା ଦ୍ଵାରା ୟେସ ବ୍ୟାଙ୍କକୁ ଅସୁବିଧା ହୋଇଛି । ସରକାର ଏହି ସଙ୍କଟ ଦୂର କରିବା ପାଇଁ କବାୟଦ ମଧ୍ୟ ଆରମ୍ଭ କରି ଦେଇଛନ୍ତି । ସମସ୍ତଙ୍କ ମନରେ ଗୋଟେ ପ୍ରଶ୍ନ କେଉଁ କାରଣ ପାଇଁ ଏତେ ଦିଗ୍ଗଜ ପ୍ରୋଫେସନଲ ଲୋକଙ୍କ ଦ୍ଵାରା ଆରମ୍ଭ ହୋଇଥିବା ୟେସ ବ୍ୟାଙ୍କ ଆଜି ଏତେ ବଡ ସଙ୍କଟ ରେ ଅଛି ।

ୟେସ ବ୍ୟାଙ୍କକୁ ୨୦୦୪ ରେ ରାଣା କପୁର ଏବଂ ଅଶୋକ କପୁର ଦ୍ଵାରା ଆରମ୍ଭ କରା ଯାଇଥିଲା, ଯାହାକୁ ସେହି ସମୟରେ ଦିଗ୍ଗଜ ପ୍ରୋଫେସନଲ କୁହା ଯାଉଥିଲା ।

୧. ବିତୀୟ ଅବସ୍ତା ଖରାପ ହବା :

ଗତ କିଛି ବର୍ଷ ଧରି ୟେସ ବ୍ୟାଙ୍କ ଅବସ୍ତା ଦିନକୁ ଦିନ ଖରାପ ହବାକୁ ଲାଗିଥିଲା, ଲୋନ ଦ୍ଵାରା ସମ୍ଭାବିତ ହାନି ଠାରୁ ବଞ୍ଚିବା ପାଇଁ ବ୍ୟାଙ୍କ ପୁଞ୍ଜି ଜମା କରିବା ଆରମ୍ଭ କରିଥିଲା । ଏହି କାରଣ ପାଇଁ ବ୍ୟାଙ୍କ ରେଟିଙ୍ଗ ଖରାପ ହେଲା ଓ ନିବେଶକର୍ତା ଏବଂ ଜମାକର୍ତା ମାନେ ଟଙ୍କା ବାହାର କରିବା ଆରମ୍ଭ କଲେ ।

୨. ପ୍ରଶାସନ ଘଟଣା :

ବ୍ୟାଙ୍କ ବର୍ତମାନ ରେ ଗବରନେସ କେତେକ ଗମ୍ଭୀର ଘଟଣା ସାମ୍ନାକୁ ଆସୁଛି, ଏହି କାରଣ ପାଇଁ ବ୍ୟାଙ୍କ ଲଗାତାର ପଛକୁ ପଛ ଖସିବାକୁ ଲାଗିଲା । ବିତୀୟ ବର୍ଷ ୨୦୧୮-୨୦୧୯ ରେ ବ୍ୟାଙ୍କ ପାଖା ପାଖି ୩,୨୭୭ କୋଟି ଟଙ୍କା ଏନପିଏ ଲୁଚାଇ ଦେଇଥିଲା ଏହାକୁ ବହି ଖାତା ରେ ଦେଖା ଯାଇ ନଥିଲା ।

୩. ରିଜର୍ବ ବ୍ୟାଙ୍କ କୁ ଧୋଖା ରେ ରଖିଲା :

ଭାରତୀୟ ରିଜର୍ବ ବ୍ୟାଙ୍କ କହିଛନ୍ତି ଯେ ସେ ଲଗାତାର ବ୍ୟାଙ୍କ ପ୍ରବନ୍ଧକ ସମ୍ପର୍କ ରେ ଅଛନ୍ତି ଯାହା ଦ୍ଵାରା ବହି ଖାତା ଓ କ୍ୟାସ ଅବସ୍ତାକୁ ମଜବୁତ କରା ଯାଇ ପାରୁ । ବ୍ୟାଙ୍କ ପ୍ରବନ୍ଧନ ରିଜର୍ବ ବ୍ୟାଙ୍କକୁ ସଂକେତ ଦେଇଥିଲେ ଯେ ସେ ବହୁତ ନିବେଶକଙ୍କ ସହ ଏହା ବିଷୟରେ କଥା ହୋଇଛନ୍ତି ।

୪. କ୍ୟାସ ଲଗାତାର ବାହାରିବା :

ବ୍ୟାଙ୍କ ଠାରୁ ଲଗାତାର କ୍ୟାସ ବାହାରୁଥିଲା, ଏହାର ସ୍ପଷ୍ଟ ଅର୍ଥ ଏହା ଯେ ବ୍ୟାଙ୍କ ଗ୍ରାହକ ଲଗାତାର ତାଙ୍କ ଟଙ୍କା ବ୍ୟାଙ୍କରୁ ବାହାର କରୁଥିଲେ ଓ ଜମା କମ କରୁଥିଲେ ଯାହା ଫଳରେ ବ୍ୟାଙ୍କ ରେ ଟଙ୍କା କମିବା ଆରମ୍ଭ ହେଲା । ଟଙ୍କା ଜମା ହବା କୌଣସି ବ୍ୟାଙ୍କ ରୋଜି ରୋଟି ହୋଇଥାଏ ଯାହା ବହୁତ ଆବଶ୍ୟକ ଅଟେ, ସେପ୍ଟେମ୍ବର ୨୦୧୯ରେ ବ୍ୟାଙ୍କ ଜମା ଖାତାରେ ମାତ୍ର ୨.୦୯ଲକ୍ଷ ଟଙ୍କା ଥିଲା ।

Leave a Reply

Your email address will not be published. Required fields are marked *