୩୯ ବର୍ଷର ହେଇ ଗଲା ମ୍ୟାଗି, ଆସନ୍ତୁ ଜାଣିବା ୨ମିନିଟ ମ୍ୟାଗି କିଏ ଖୋଜି ଥିଲେ ? ବହୁତ ମଜାଦାର ଅଟେ କାହାଣୀ

ମ୍ୟାଗି ନା ଶୁଣିଲେ ଆପଣଙ୍କ ପାଟିରେ ପାଣି ଆସୁଥିବ ହଁ ନା ନାଇ କହିଲେ ? ଯଦି ଆପଣ ହସ୍ଟେଲ ବା ଘର ଲୋକଙ୍କ ଠାରୁ ଦୂର ଜାଗାରେ ରହୁଛନ୍ତି ତେବେ ଆପଣଙ୍କୁ ମ୍ୟାଗି ମହତ୍ଵ ଜଣା ଥିବ । କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଏହି ୨ ମିନିଟ ମ୍ୟାଗି କିଏ ଖୋଜି ଥିଲା, ଓ କେମିତି ଆଜି ମ୍ୟାଗି ଘରେ ଘରେ ପ୍ରସିଦ୍ଧ ହୋଇ ଯାଇଛି ? ତେବେ ଆସନ୍ତୁ ଆଜି ଆମେ ମ୍ୟାଗି ବିଷୟରେ କିଛି ବିଶେଷ କଥା ଜାଣିବା ।

ମ୍ୟାଗି ୧୯୮୩ରେ ଭାରତ ରେ ଆସି ଥିଲା, ୧୬ ଏପ୍ରିଲ ମ୍ୟାଗି ହାପି ବର୍ଥଡେ ମନା ଯାଇ ଥାଏ ଏହା ଅନୁଯାଇ ମ୍ୟାଗୀକୁ ଭାରତ ରେ ୩୯ ବର୍ଷ ହବାକୁ ଯାଉଛି ।

କେବେ ଭାବି ନଥିଲେ ଏତେ ଫେମସ ହେବ

ସେହି ସମୟରେ କମ୍ପନୀ ଲୋକଙ୍କୁ ଭରସା ନଥିଲା ଯେ ମ୍ୟାଗି ଭାରତ ଲୋକଙ୍କୁ ପସନ୍ଦ ଆସିବ କିନ୍ତୁ ମ୍ୟାଗି ମାର୍କେଟ ନେଇ ଗଲା । କିଛି ବର୍ଷ ରେ ମ୍ୟାଗି ମାର୍କେଟ ରେ ୭୫% ଭାଗ ନେଇ ଗଲା ଏବଂ ଏହା ମଧ୍ୟ କୁହା ଗଲା ଯେ ସବୁ ଠାରୁ ଅଧିକ ମ୍ୟାଗି ଭାରତ ଲୋକ ପସନ୍ଦ କରିଥାନ୍ତି । ଗୋଟେ ଖବର ଅନୁଯାଇ ଜୁଲିୟସ ମାଇକଲ ଜୋହାନସ ମ୍ୟାଗି ଯେତେବେଳେ ୧୮୬୦ରେ ଏହି ପ୍ରୋଡ଼କ୍ଟ ଆରମ୍ଭ କରି ଥିଲେ ତେବେ ସେହି ସମୟରେ ସେ କେବେ ଭାବି ନଥିଲେ ଯେ ମ୍ୟାଗି କେବେ ଏତେ ଫେମସ ହବ ଏବଂ ଗୋଟେ ବ୍ରାଣ୍ଡ ହୋଇ ଯିବ ।

ମ୍ୟାଗି କିଏ ବାହାର କରିଥିଲେ :

ଜୁଲିୟସ ମାଇକଲ ଜୋହାନସ ମ୍ୟାଗି ନାମକ ଲୋକ ମ୍ୟାଗି ଖୋଜି ଥିଲେ, ତାଙ୍କ ଜନ୍ମ ୯ ଅକ୍ଟୋବର ୧୮୪୬ରେ ହୋଇ ଥିଲା । ଯେତେବେଳେ ତାଙ୍କ ପାଠ ପଢା ସମାପ୍ତ ହେଲା ସେତେବେଳେ ସେ କିଛି ବ୍ୟବସାୟ କରିବା ପାଇଁ ଚାହୁଁଥିଲେ ଯାହା ପରେ ସେ ନିଜ ବାପାଙ୍କ ଅଟା ମିଲରେ କାମ କରିବା ଆରମ୍ଭ କଲେ କିନ୍ତୁ କିଛି ଦିନ ପରେ ସେହି ବ୍ୟବସାୟ ମଧ୍ୟ ବୁଡି ଗଲା ଯାହା ପରେ ସେ ନିଜ ସାଙ୍ଗ ଫିଜୀଶିୟନ ସହ ମିଶି ନୂଆ କାମ ୧୮୮୪ରେ ଅଟା କାମ ଆରମ୍ଭ କଲେ କିନ୍ତୁ ତାହା ମଧ୍ୟ ବୁଡି ଗଲା ।

୧୮୮୬ରେ ମ୍ୟାଗି ଓ ତାଙ୍କ ସାଙ୍ଗ ରେଡିମେଡ ସୁପ ବିକିବା ଆରମ୍ଭ କଲେ ଲୋକଙ୍କ ଅନୁଯାଇ ସେହି ସୁପରେ ପ୍ରୋଟିନ ମାତ୍ରା ବହୁତ ରହୁଥିଲା । ଏହା ପରେ ମ୍ୟାଗି ୧୮୯୭ରେ ‘ମ୍ୟାଗି GMBH’ନାମକ କମ୍ପନୀ ରେଜିଷ୍ଟାର୍ଡ କରେଇ ଥିଲେ ଏବଂ ଏହା ପରେ ମ୍ୟାଗି ମାର୍କେଟ ରେଆଣିଲେ । ଏହା ପରେ ୧୯୪୭ ରେ ନେସ୍ଟଲେକୁ ଏହି ପ୍ରଡ଼କ୍ଟ ବହୁତ ପସନ୍ଦ ଆସିଲା ଓ ସେ ଏହାର ଫରମୂଳାକୁ କିଣିଦେଲା ଏବଂ ଏହାର ପ୍ରଚାର କରି ମାର୍କେଟରେ ବିକିବାକୁ ଲାଗିଲେ, ଯାହାପରେ ଲୋକଙ୍କୁ ଏହା ବହୁତ ପସନ୍ଦ ଆସିଲା ଓ ଏବେ ପର୍ଯ୍ୟନ୍ତ ମଧ୍ୟ ଏହାକୁ ଲୋକେ ଅତି ଆଗ୍ରହର ସହ ଖାଉଛନ୍ତି ।

Leave a Reply

Your email address will not be published. Required fields are marked *