ମଦ ନିଶା କମାଇବା ପାଇଁ ସହଜ ସରଳ ଉପାୟ, ଏହି 3ଟି ଜିନିଷ ତୁରନ୍ତ ଉତାରି ଦିଏ ମଦ ନିଶା

ଆଜିକାଲି ମଦ ପିଇବା ଲୋକଙ୍କ ସଂଖ୍ୟା ଦିନ ପ୍ରତିଦିନ ବଢ଼ିବାରେ ଲାଗିଛି । ଉତ୍ସବ ହେଉବା ପର୍ବ, ଖୁସିର ଦିନ ହେଉ ବା ଦୁଃଖର ଦିନ ପ୍ରାୟତଃ ସବୁଦିନ ମଦ ପିଇ ମଜା ନିଆଯାଏ । ଏହା ଜାଣିବି ମଦ ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ, ତଥାପି ଏହାକୁ ଅମାନ୍ୟ କରି ମଦ ପିଆଯାଏ ଏବଂ କେବେ କେବେତ ଅଧିକ ମଦ ପିଇବା କାରଣରୁ ଅତ୍ୟଧିକ ନିଶା ହୋଇଯାଏ । ଅଧିକ ମଦ ପିଇବା ଦ୍ୱାରା ନିଶା ଏତେ ହୋଇଯାଏକି ସେମାନଙ୍କର ହୋସହିଁ ରୁହେ ନାହିଁ । ଏମିତି ପରିସ୍ଥିତିରେ ସେମାନଙ୍କର ପରିବାର ଲୋକ ଅଧିକ ଚିନ୍ତିତ ହୁଅନ୍ତି ଓ ସେମାନେ ଲୋକହଁସାବି ହୁଅନ୍ତି । ଆଜି ମୁଁ ମୋର ଏହି ପୋଷ୍ଟ ମାଧ୍ୟମରେ ମଦ ନିଶା ତୁରନ୍ତ କମ କରିବାର ଘୋରୋଇ ଉପାୟ ବିଷୟରେ ଆଲୋଚନା କରିବି ।

୧ । ମହୁ

ମହୁ ମଧ୍ୟରେ ବହୁ ଔଷଧୀୟ ଗୁଣ ମହଜୁଦ ଥାଏ । ଏହା ଆଣ୍ଟିସେଫଟିକ ହେବ ସହ ସହ ଆଣ୍ଟିବାୟୋଟିକଭି ହୋଇଥାଏ । ମହୁ ମଦ ନିଶା କମ କରିବାରେ ବହୁ ଲାଭଦାୟକ ଅଟେ । ଯଦି କାହାକୁ ମଦ ନିଶା ଅଧିକ ହୋଇଯାଏ ତେବେ ତାଙ୍କୁ ଏକ ଗ୍ଲାସ ପାଣିରେ ୨ ଚାମଚ ମହୁ ମିଶାଇ ପିଆଇ ଦିଅନ୍ତୁ । ଏମିତି କରିବା ଦ୍ୱାରା କିଛି ସମୟରେହିଁ ମଦ ନିଶା କମ ହେବାକୁ ଲାଗିବ ।

୨ । ଲେମ୍ବୁ ପାଣି

ଲେମ୍ବୁ ପାଣି ପେଟ ସଫା କରିବା, ପେଟ ସମ୍ବନ୍ଧିତ ରୋଗ ଦୂର କରିବା ଏବଂ ଅନ୍ୟ ବହୁ ପ୍ରକାରର ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଅଧିକ ମଦ ନିଶା ହୋଇଥିବା ବ୍ୟକ୍ତିଙ୍କୁ ଏକ ଗ୍ଲାସ ଲେମ୍ବୁ ପାଣିରେ ଅଳ୍ପ ଲୁଣ ମିଶାଇ ପିଆଇବା ଦ୍ୱାରା ମଦ ନିଶା ବହୁତ ଜଲ୍ଦି କମିଯାଏ ।

୩ । ଚା’ପତି

ଯଦି ଏହିସବୁ ଉପୟରେବି ମଦ ନିଶା କମେ ନାହିଁ ତେବେ ଏକ ଗ୍ଲାସ ଗରମ ପାଣିରେ କିଛି ଚା’ପତି ମିଶାଇ ନିଶା ହୋଇଥିବା ଲୋକଙ୍କୁ ପିଆଇବା ଦ୍ୱାରା ନିଶା ଖୁବ ଶୀଘ୍ର କମିଯାଏ ।

ଏହି ପ୍ରକାରରେ ଯଦି ଆପଣଙ୍କ ଘରେ କେହି ଅଧିକ ମଦ ପିଅନ୍ତି ଅବା ଆପଣ ନିଜେ ଅଧିକ ପିନିଅନ୍ତି ଏବଂ ନିଶାର ଶିକାର ହୋଇଯାନ୍ତି ତେବେ ଏହିସବୁ ଉପାୟ କରିବାଦ୍ୱାରା ଆପଣଙ୍କ ନିଶା ତୁରନ୍ତ କମିଯିବ ।

Leave a Reply

Your email address will not be published. Required fields are marked *