ଆରବ ସାଗର ପରେ ଏବେ ବଂଗୋପ ସାଗରରେ ମାଡି ଆସୁଛି ବାତ୍ୟା ‘ୟଶ’- ଏହି ସବୁ ଜିଲ୍ଲାକୁ ସତର୍କ ଘଣ୍ଟି

ଓଡିଶା କୁ ଆସିଲା ଆଉ ଗୋଟେ ବାତିଆ ଓଡିଶା ଉପକୂଳକୁ ମେ ୨୬ରେ ପହଞ୍ଚିବାର ସମ୍ଭଭାବନା । ବଙ୍ଗୋପ ମହାସାଗାରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ବାତ୍ୟା ।

ପାଣି ପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା ୨୨ ତାରିଖରେ ସୃଷ୍ଟି ହେବ ଲଘୁଚାପ, ଆଶଙ୍କା କରା ଯାଉଛି ଯେ ୨୬ରେ ଆସି ପହଞ୍ଚି ପାରେ ମହା ବାତ୍ୟା । ପାଣି ପାଗ ଖବର ଆଉଜାଇ ଏହା ଆଶଙ୍କା କରା ଯାଉଛି ଯେ ଆସନ୍ତା ବାତ୍ୟା ଓଡିଶା ଉପକୂଳ ମୁହାଁ ହୋଇପାରେ ଯାହା ରାଜ୍ୟ ପାଇଁ ବହୁତ ଘାତକ ହୋଇପାରେ । କୁହା ଯାଉଛି ଯେ ଆସନ୍ତା ୨୫ ତାରିଖ ରାତିଠାରୁ ଅଧିକାଂଶ ସ୍ଥାନରେ ବର୍ଷ ସମ୍ଭାବନା ରହିଛି । ଏହା ଉତ୍ତର ପୂର୍ବ ଦିଗରେ ଗତି କରି ପୂର୍ବାନୁମାନ କଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କେବେ କେଉଁଠି ଲାଣ୍ଡଫଲ, ଲଘୁଚାପ ପରେ ଜଣାପଡିବ ।

ତେବେ ଖବର ଅନୁଯାଇ ସରକାର ମତ୍ସ୍ୟଜୀବୀ ମାନଙ୍କୁ ଏହି ସମୟରେ ସମୁଦ୍ରକୁ ଯିବା ପାଇଁ ମନା କରିଛନ୍ତି ଆଉ ତଳ ତଳିଆ ଲୋକଙ୍କୁ ଉଞ୍ଚା ସ୍ଥାନକୁ ସଠିକ ସମୟରେ ଯିବା ପାଇଁ ଆଦେଶ ମଧ୍ୟ ଦେଇଛନ୍ତି । ଯେଉ ମାନେ ଗଭୀର ପାଣି ଭିତରେ ଅଛନ୍ତି ତାଙ୍କୁ ଭୁବନେଶ୍ବର ପାଣି ପାଗ ବିଭାଗ ତରଫରୁ ସଚେଟ କରା ଯାଇଛି ଆଉ ତାଙ୍କୁ ୨୩ ତାରିଖ ଆଗରୁ ଉପକୁଳକୁ ଫେରିବା ପାଇଁ କୁହା ଯାଇଛି । ଆଇଏନସିଓଆଇଏସ ଭାରତ ମୁଖ୍ୟ କେନ୍ଦ୍ର ପାଣି ପାଗ ଭିଗ କହିବା ଅନୁଯାଇ ଓଡିଶାର ବାଲେଶ୍ଵର ଆଉ ଦିଘା ମଧ୍ୟରେ ଏହି ବାତ୍ୟା ଲାଣ୍ଡଫଲ କରି ପାରେ ।

ସେହି ପରି ଏକ ଜଣା ସୁନା ପ୍ରତିଷ୍ଠାନ ଇସିଏମଡବ୍ଲ୍ୟୁଏଫ କହିବା ଅନୁଯାଇ ଏହି ବାତ୍ୟା ଓଡିଶାର ବାଲେଶ୍ଵର ଜିଲାକୁ ଲାଣ୍ଡଫଲ କରିବାର ଆଶଙ୍କା ଅଛି । ପାଣି ପାଗ ବିଭାଗ କହିବା ଅନୁଯାଇ ୨୨ ତାରିଖ ଠାରୁ ହାଲ୍କା ଦିନ ଖରାପ ହବା ଆରମ୍ଭ ହୋଇବ ଏହି ସମୟରେ ହାଲ୍କା ବର୍ଷା ଆରମ୍ଭ ହୋଇପାରେ । ତେବେ ୨୩ ମେ ଠାରୁ ବର୍ଷା ବହୁତ ଜୋର ହବ ଏହା ସହ ପବନ ମଧ୍ୟ ଆରମ୍ଭ ହୋଇଯିବ ଏହି ସମୟ ଠାରୁ ସମୁଦ୍ର ଅଶାନ୍ତ ରହିବା ଆରମ୍ଭ ହବ ଆଉ ଆଶଙ୍କା କରା ଯାଉଛି ଯେ ୨୬ ମେ ରେ ଏହି ବାତ୍ୟା ଓଡିଶା ଉପକୂଳକୁ ଛୁଇଁବ ।

ବଙ୍ଗୋପ ସାଗରରେ ସମଭାବ ବାତ୍ୟା ନେଇ ଯାଞ୍ଚ କରୁଛନ୍ତି ଏସଆରସି ପି କେ ଜେନା, ସେ ରାଜ୍ୟ ସରକାର ଆଉ ଜିଲା ପାଲକ ମାନଙ୍କୁ ବାତ୍ୟା ପାଇଁ ସଚେତ କରେଇବା ସହ ବହୁତ ଗୁଡିକ ପଦକ୍ଷେପ ନେଇଛନ୍ତି । ପି କେ ଜେନା କହିବା ଅନୁଯାଇ ବର୍ତମାନ ବାତ୍ୟା ନିଶ୍ଚିନ୍ତ ହୋଇ ନାହିଁ ୨୨ ତାରିଖ ବର୍ଷା ବା ଲଘୁଚାପ ଆରମ୍ଭ ହେଲା ପରେ ଏହା ବିଷୟରେ ସ୍ପଷ୍ଟ ଭାବରେ କିଛି କୁହ ଯାଇ ପାରିବ ବୋଲି କହିଛନ୍ତି । ଏହା ସହ ପାଣି ପାଗ ବିଭାଗ କଥା ମାନି ଆଗୁଆ ସତରକ ରହି ବାତ୍ୟା ଠାରୁ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ପଦକ୍ଷେପ ନବାକୁ କହିଛନ୍ତି ଜିଲା ପାଳ ଆଉ ଏସପି ମାନଙ୍କୁ ଯାହା ଦ୍ଵାରା ମାନ ହାନି ଆଉ ଜୀବନ କିଛି ହାନି ନହେଉ ।

ତେବେ ବାତ୍ୟା ପାଇଁ ପ୍ରସ୍ତୁତି ପାଇଁ ୧୦ଟି ଜିଲାରେ କାମ ଆରମ୍ଭ ହୋଇ ଯାଇଛି ସରକାର ଦ୍ଵାରା ନିର୍ମିତ ବାତ୍ୟା ସ୍ଥଳ ଖୋଲା ହୋଇ ଯାଇଛି ଗାଁ ଗାଁ ମାନଙ୍କରେ ରନ୍ଧା ଖାଦ୍ଯ ଦବା ପାଇଁ ସବୁ ବ୍ୟବସ୍ଥା କରା ଯାଉଛି ଏହା ସହ ପଞ୍ଚାଯତ ମାନଙ୍କୁ ଲୋକଙ୍କ ସୁରକ୍ଷା ପାଇଁ ବହୁତ ଗୁଡେ ପଦକ୍ଷେପ ନବାକୁ କୁହା ଯାଇଛି । ତେବେ ଏହି କଥା କେହି କହି ପାରିବେ ନାହିଁ ଯେ ବାତ୍ୟା କେଉଁ ଦିଗକୁ ଜୀବ ବା କେଉଁ ଜାଗାରେ ଲାଣ୍ଡଫଲ ହବ କିନ୍ତୁ ଆଶଙ୍କା ଅନୁଯାଇ ସୁରକ୍ଷା ପଦକ୍ଷେପ ନବା ଉଚିତ ଯାହା ଦ୍ଵାରା ଯଦି କିଛି ଅଣିଷ୍ଠ ଘଟେ ତେବେ ବହୁତ କିଛି ନଷ୍ଟ ନକରୁ ।

Leave a Reply

Your email address will not be published. Required fields are marked *