ମହାଭାରତର ସମୟର ସେହି 5ଟି ଅଭିଶାପ ଯାହାକୁ ଆଜି ବି ଭୋଗୁଛନ୍ତି ଲୋକେ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ମହାଭାରତ ସମୟରେ ଏମିତି କିଛି ଅଭିଶାପ ଦିଆ ଯାଇଥିଲା ଯାହାକୁ ଆଜି ବି ଲୋକମାନେ ଭୋଗ କରୁଛନ୍ତି ସେହି ବିଷୟରେ ବିସ୍ତାର ଭାବେ କହିବାକୁ ଯାଉଛୁ । ୧- ପ୍ରଥମଟି ହେଉଛି ଯେବେ ଅଶ୍ଵତଥନାମା ଧୋକାରେ ପାଣ୍ଡବ ପୁତ୍ରଙ୍କୁ ହତ୍ୟା କରିଛନ୍ତି ଯାହା ବିଷୟରେ ପାଣ୍ଡବ ଜାଣିବା ପରେ ଭଗବାନ କୃଷ୍ଣ ଓ ଅଶ୍ଵତଥନାମାଙ୍କର ପିଛା କରି ମହର୍ଷି ବେଦବ୍ୟାସଙ୍କ ଆଶ୍ରମରେ ପହଞ୍ଚିଥିଲେ । ପାଣ୍ଡବଙ୍କୁ ଦେଖି ଅଶ୍ଵତଥନାମା ଅର୍ଜୁନଙ୍କ ଉପରେ ବ୍ରମ୍ହାସ୍ତ୍ର ପ୍ରୟୋଗ କରିବା ପରେ ଅର୍ଜୁନ ମଧ୍ୟ ବ୍ରମ୍ହାସ୍ତ୍ରର ପ୍ରୟୋଗ କରିବା ଦେଖି ମହର୍ଷି ଏହାକୁ ରୋକିଥିଲେ ।

ଆଉ କହିଥିଲେ ବ୍ରମ୍ହାସ୍ତ୍ର ମିଶିବା ପରେ ସୃଷ୍ଟିର ବିନାଶ ହୋଇଥାଏ । ଯାହା ପରେ ଅର୍ଜୁନ ନିଜର ବ୍ରମ୍ହାସ୍ତ୍ର ଫେରାଇ ନେଇଥିଲେ କିନ୍ତୁ ଅଶ୍ଵତଥନାମା ଏହାର ବିଦ୍ୟା ନ ଜାଣିଥିବାରୁ ଅଭିମନ୍ୟୁଙ୍କ ସ୍ତ୍ରୀ ଉତ୍ତରାଙ୍କ ଗର୍ଭକୁ ପଠାଇଥିଲେ । ଯାହା ଫଳରେ କୃଷ୍ଣ ଅଶ୍ଵତଥନାମାଙ୍କୁ ଅଭିଶାପ ଦେଇଥିଲେ ୩୦୦୦ ବର୍ଷ ଯାଏଁ କୌଣସି ମଣିଷଙ୍କ କଥା ହୋଇପାରିବେ ନାହି ।

୨- ମହାଭାରତରେ ମାଣ୍ଡବ୍ୟା ଋଷିଙ୍କୁ ରାଜା ଭୁଲରେ ଶୂଳିରେ ଚଢାଇବାକୁ ସୈନିକଙ୍କୁ କହିଥିଲେ ଓ ସେୟା ମଧ୍ୟ ହେଲା । କିନ୍ତୁ ଋଷିଙ୍କର ମୃତ୍ୟୁ ନ ହେବାରୁ ରାଜା ତାଙ୍କୁ ଭୁଲ ମାଗି ଛାଡିଦେବା ପରେ ଋଷି ଯମରାଜଙ୍କୁ ଏହାର କାରଣ ପଚାରିଥିଲେ । ଉତ୍ତରରେ ଯମରାଜ କହିଥିଲେ ୧୨ ବର୍ଷରେ ସେ ଛୋଟ କୀଡାର ଶରୀରରେ କଣ୍ଟା ମାରିଥିଲେ ଯାହାର ପରିଣାମ ସ୍ୱରୂପ ତାଙ୍କୁ ଶୂଳିରେ ଛାଡିବାକୁ ପଡିଲା । ସେହି ସମୟରେ ଋଷି ଯମରାଜଙ୍କୁ ଅଭିଶାପ ଦେଇଥିଲେ ଶୂଦ୍ର ଯୋନିରେ ଦାସୀର ପୁତ୍ର ରୂପରେ ଜନ୍ମ ନେବେ ।

୩- ମହାଭାରତର ସମୟରେ ଅର୍ଜୁନ ବ୍ରମ୍ହାସ୍ତ୍ର ସନ୍ଧାନରେ ସ୍ଵର୍ଗ ଲୋକକୁ ଯାଇଥିଲେ ସେଠାରେ ତାଙ୍କର ସାକ୍ଷାତ ଅପସରି ଉର୍ବଶୀଙ୍କ ସହ ହୋଇଥିଲା । ଅର୍ଜୁନଙ୍କର ରୂପ ଦେଖି ଉର୍ବଶୀ ମୋହିତ ହୋଇ ତାଙ୍କୁ ବିବାହ ପ୍ରସ୍ତାବନା ଦେଇଥିଲେ । କିନ୍ତୁ ଅର୍ଜୁନ ତାଙ୍କୁ ମାତା ସମାନ ଦେଖୁଛନ୍ତି ଆଉ ବିବାହ କରିପାରିବେ ନାହି ବୋଲି କହିବା ପରେ ଉର୍ବଶୀ କ୍ରୋଧିତ ହୋଇ ଅର୍ଜୁନଙ୍କୁ ଅଭିଶାପ ଦେଇଥିଲେ ଆଜୀବନ ସ୍ତ୍ରୀ ମାନଙ୍କ ମଧ୍ୟରେ ନର୍ତ୍ତକ ହୋଇ ରହିବେ । କିନ୍ତୁ ଇନ୍ଦ୍ରଦେବଙ୍କ କହିବା ପରେ ଉର୍ବଶୀ ଅଭିସାପକୁ ଏକ ବର୍ଷ ଯାଏଁ ସୀମିତ କରିଥିଲେ ।

୪- କୁରୁ କ୍ଷେତ୍ରରେ ଅର୍ଜୁନ ମହାରାଥୀ କର୍ଣ୍ଣଙ୍କ ବଦ୍ଧ କରିଥିଲେ ସେହି ସମୟରେ ପାଣ୍ଡବଙ୍କ ମା କୁନ୍ତୀ ଶବ ପାଖରେ ବସି କନ୍ଦିବାର ଦେଖି ପଞ୍ଚୁ ପାଣ୍ଡବ ଏହାର କାରଣ ପଚାରିବାରୁ ଉତ୍ତାରେ ମା କହିଲେ ସେ ତୁମର ବଡ ଭାଇ ଥିଲେ । ଯାହାକୁ ଶୁଣିବା ପରେ ଯୁଧିଷ୍ଠିର ନିଜ ମାତାଙ୍କୁ ଅଭିଶାପ ଦେଇଥିଲେ କୌଣସି ନାରୀ ନିଜ ଭିତରେ ରହସ୍ୟ ଲୁଚାଇ ରଖିପାରିବେ ନାହି ।

୫- କଥା ଅନୁଯାୟୀ ପାଣ୍ଡବ ମାନେ ନିଜର ରାଜ୍ୟ ଅଭିମନ୍ୟୁଙ୍କ ପୁତ୍ର ପରୀକ୍ଷିତଙ୍କୁ ଦେବା ପରେ ସେଠିକାର ପ୍ରଜା ବହୁତ ଖୁସି ଥିଲେ । କିନ୍ତୁ ରାଜା ପରୀକ୍ଷିତ ଋଷି ସମେତ ଯିଏକି ଧ୍ୟାନରେ ବସିବା ସହ ମୌନ ବ୍ରତ କରିଥିଲେ ତାଙ୍କୁ ବାରମ୍ବାର ଡାକିବା ପରେ ସେ ଆବାଜ ନ ଦେବାରୁ ରାଜା ତାଙ୍କ ବେକରେ ମୃତ ସାପ ପକାଇବା ପରେ ଋଷିଙ୍କ ପୁଅ ଜାଣି ଅଭିଶାପ ଦେଇଥିଲେ ୭ ଦିନ ମଧ୍ୟରେ ତକ୍ଷତ ସାପର ଦଂସନରେ ରାଜାଙ୍କର ମୃତ୍ୟୁ ହେବ । ଏହାପରେ କଳିଯୁଗର ଆରମ୍ଭ ହୋଇଥିଲା । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *