2022ରେ ସୁଦଶା ବ୍ରତ କେବେ ପଡୁଛି ? ନୂଆ ସୁଦଶା ବ୍ରତ କିପରି ଆରମ୍ଭ କରାଯାଏ ?

ଆମ ଓଡିଆ ଘରର ପରମ୍ପରା ଅନୁଯାୟୀ ସୁଦଶା ବ୍ରତ କରିଥାନ୍ତି । କିନ୍ତୁ ନୂଆ ବ୍ରତ ପଡିଲେ ନାରୀମାନେ ସୁଦଶା ବ୍ରତ ଆରମ୍ଭ କରିଥାନ୍ତି । ଏହି ବ୍ରତ ମା ଲକ୍ଷ୍ମୀଙ୍କର ଅତି ପ୍ରିୟ ହୋଇଥାଏ । ସୁଦଶା ବ୍ରତରେ ମା ଲକ୍ଷ୍ମୀଙ୍କର ବିଧି ବିଧାନ ଅନୁଯାୟୀ ପୂଜା କରିଲେ ଶୁଭ ଫଳ ମିଳିଥାଏ । ୨୦୨୨ରେ ନୂଆ ସୁଦଶା ବ୍ରତ ପଡୁ ନାହି ଯାହା ପଞ୍ଜିକାରେ ଲେଖାଯାଇଛି । ନଭେମ୍ବର ୩ ତାରିଖ ୨୦୨୨ ବର୍ଷରେ ସୁଦଶା ବ୍ରତ ପଡିଛି । ଏହି ବ୍ରତ ଯେଉଁ ମାନେ ପୁରୁଣା ବ୍ରତ କରୁଛନ୍ତି ସେମାନେ କରିପାରିବେ । ନବ ବିବାହିତା ବଧୁମାନେ ଏହି ବ୍ରତ କରିପାରିବେ ନାହି ।

ସୂର୍ଯ୍ୟ ଉଦୟ ସମୟରେ ଯଦି ଦଶମୀ ତିଥି ପଡିଲେ ସୁଦଶା ବ୍ରତ ପଡିଥାଏ । ଶୁକ୍ଲ ପକ୍ଷରୁ ଦଶମୀ ତିଥି ଗୁରୁବାର ପଡିଲେ ସେଦିନ ସୁଦଶା ବ୍ରତ ହୋଇଥାଏ । ମାଣବସା ସମୟରେ ଯଦି ଦଶମୀ ତିଥି ପଡିଥାଏ ତେବେ କିଛି ଲୋକ ସୁଦଶା ବ୍ରତ କରିଥାନ୍ତି । ବାସ୍ତବରେ ଯେବେ ରବି ମହାଗ୍ରହ ଓ ଗୁରୁ ଗ୍ରହ ଉଚ୍ଚ ସ୍ଥାନରେ ରହିଥାନ୍ତି ସେହି ସମୟରେ ସୁଦଶା ବ୍ରତ କରାଯାଏ ।

କିନ୍ତୁ ଶାଶୁଙ୍କ ହାତରୁ ବ୍ରତ ନେଇ ବା ମାଣବସାରେ ସୁଦଶା ବ୍ରତ କରିବା ଉଚିତ ନୁହେଁ । ପାଞ୍ଜି ଅନୁଯାୟୀ ସୁଦଶା ବ୍ରତ କରିବା ଉଚିତ । ଏମିତିକି ଯଦି କୁଟୁମ୍ବରେ କାହାର ମୃତ୍ୟୁ ହୋଇଯାଏ ତେବେ ଏମିତି କିଛି ନିୟମ ନାହି ବର୍ଷ ଯାକ ଘର ଲୋକେ କୌଣସି ପର୍ବ ପର୍ବାଣି ପାଳନ କରି ପାରିବେ ନାହି । ଏହା କେବଳ ପୁରୁଣା କାଳ ଲୋକ ମାନେ ମାନିଥାନ୍ତି ।

ରଜ ସମୟରେ ଠାକୁର ପୂଜା ନ କରିବାର ଯେଉଁ ନିୟମ ରହିଛି ତାହା ଶାସ୍ତ୍ରରେ ଲେଖା ନାହି । ତେଣୁ ବେଦ ପୁରାଣରେ ଯାହା ବର୍ଣ୍ଣାନା କରାଯାଇଛି ତାହା ମାନିବା ଉଚିତ । ରଜ ସମୟରେ ନାରୀମାନେ ଠାକୁର ପୂଜା କରି ପାରିବେ । କିନ୍ତୁ ଘରେ ହୋମ ହୋଇପାରିବ ନାହି । ଶରଣରେ ମାଣ ବସାଇ ପାରିବା । ଯେଉଁ ମାନେ ନୂଆ ବୋହୁ ଆଉ କୁଆଁରୀ ଝିଅ ସେମାନେ କେବେଳ ରଜ ପାଳନ କରିବେ ।

ବ୍ରାହ୍ମଣ ମାନେ ବାମ ହାତରେ ପାଣି ଗ୍ଳାସ ଉଠାଇ ସେବନ କରିବାକୁ ଶାସ୍ତ୍ରରେ ନିଷେଧ କରାଯାଇଛି । ଶାସ୍ତ୍ରରେ ଯାହା ନିୟମ ରହିଛି ତାହାର ସତ୍ୟତା ଜାଣିବା ଉଚିତ । ସୁଦଶା ବ୍ରତର ଗୁଆ କେବେ ବି ବିସର୍ଜନ କରିବେ ନାହି । ଯଦି ଗୁଆ ପୋକ ଖାଇ ଯାଇଛି ତେବେ ତାହକୁ ପାଣିରେ ବିସର୍ଜନ କରନ୍ତୁ । ସୁଦଶା  ବ୍ରତରେ ୧୦ଟି ଗୁଆ, ଅଁଳା, ହରିଡା ରଖି ପୂଜା କରିବେ ।

ସୁଦଶା ବ୍ରତ ଦିନ ବଡି ଭୋରରୁ ଉଠି ନାରୀମାନେ ସ୍ନାନ କରି ଘର ଗୋବର ପାଣିରେ ଲିପି ଅରୁଆ ଚାଉଳ ବାଟି ଚିତା ଘରେ ପକାନ୍ତୁ । ଏହା ପରେ ମା ଲକ୍ଷ୍ମୀଙ୍କର ବିଧି ବିଧାନ ଅନୁଯାୟୀ ପୂଜା କରି ବିଭିନ୍ନ ପ୍ରକାରର ଭୋଗ ଓ ଫଳରେ ନିଷ୍ଠାର ସହ ପୂଜା କରନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *