ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରେ ମହା ଶିବାରାତ୍ରି ପଡିବାକୁ ଯାଉଛି । ହିନ୍ଦୁ ଧର୍ମରେ ଏହି ପବିତ୍ର ଦିନର ବିଶେଷ ମହତ୍ଵ ରହିଛି । ମାନ୍ୟତା ରହିଛି କିଏହି ଦିନ ମଧ୍ୟ ରାତ୍ରରେ ମହାଦେବ ସ୍ଵୟଂ ଲିଙ୍ଗା ଉପରେ ପ୍ରକଟ ହୋଇଥାନ୍ତି । ଏହା ଦ୍ଵାରା ସମଗ୍ର ପୃଥିବୀ ସାକାରାତ୍ମକ ଊର୍ଜାରେ ପୂର୍ଣ୍ଣ ହୋଇ ଯାଇଥିଲା । ଏହା ମହାଦେବଙ୍କର ନିରାକାର ରୂପରୁ ସାକାର ରୂପ ଥିଲା । ପ୍ରଥମ ଥର ପାଇଁ ଲିଙ୍ଗ ପୂଜା ଭଗବାନ ବିଶୁଣୁ ଓ ବ୍ରମହାଦେବ କରିଥିଲେ । ଏହି ଦିନ ଲୋକେ ବ୍ରତ କରିବା ଦ୍ଵାର ସବୁ ଇଚ୍ଛା ପୂରଣ ହୋଇଥାଏ ।
ଆଜି ଆମେ ଆପଣ ମାନଙ୍କୁ ଏହି ଦିନ କେଉଁ କାମ କରିବା ଅନୁଚିତ ସେହି ବିଷୟରେ କହିବାକୁ ଯାଉଛୁ । ୧- ଶଙ୍ଖ : ପ୍ରାଚୀନ କଥା ଅନୁସାରେ ଶଙ୍ଖଚୂଡ ନାମକ ଦୈତ୍ୟ ଅତ୍ୟାଚାରରେ ସମସ୍ତ ଦେବୀ ଦେବତା ଆଶୟ ହୋଇ ପଡିଥିଲେ । ମହାଦେବ ନିଜର ତ୍ରିଶୂଳରେ ଶଙ୍ଖଚଉଦର ଅନ୍ତ କରିଥିଲେ । ମାନାଯାଏ କି ଶଙ୍ଖଚୂଡରୁ ଭସ୍ମରୁ ଶଙ୍ଖର ଉତ୍ପତି ହୋଇ ଉଠିଥିଲା । ତେଣୁ କେବେ ବି ଶଙ୍ଖରେ ମହାଦେବଙ୍କ ପୂଜା କରିବା ଓ ଜଳ ଅର୍ପଣ କରିବା ଅନୁଚିତ ।
୨- କେତକୀ ଫୁଲ : ପୁରାଣ ଅନୁସାରେ ମହାଦେବଙ୍କୁ କେତକୀ ଫୁଲ ମିଥ୍ୟା କହିଥିଲେ । ଯାହା ଦ୍ଵାରା ମହାଦେବ କ୍ରୋଧିତ ହୋଇ ତାଙ୍କୁ ଅଭିଶାପ ଦେଇଥିଲେ ଯେ ଶିବଲିଙ୍ଗ ପୂଜାରେ କେତକୀ ଫୁଲ ବ୍ୟବହାର ହେବ ନାହିଁ । ତେଣୁ ଭୁଲରେ ବି ମହାଦେବଙ୍କୁ କେତକୀ ଫୁଲ ଅର୍ପଣ କରନ୍ତୁ ନାହି ।
୩- ତୁଳସୀ ପତ୍ର : ପ୍ରାଚୀନ ପୁରାଣ କଥା ଅନୁଯାୟୀ ଜଳନ୍ଧର ନାମକ ଅସୁରର ସ୍ତ୍ରୀ ବୃନ୍ଦାବତୀଙ୍କ ଅଂସରୁ ହିଁ ତୁଲସୀ ଗଛର ଉତ୍ପତି ହୋଇଛି । ମହାଦେବ ଜଳନ୍ଧର ବଧ କରିଥିଲେ । ଯେଉଁ କାରଣରୁ ବୃନ୍ଦା ତାଙ୍କୁ ଅଭିଶାପ ଦେଇଥିଲେ ଯେ ଶିବଲିଙ୍ଗ ପୂଜାରେ ତୁଳସୀ ପତ୍ରର ବ୍ୟବହାର ହେବ ନାହି । ଏହି ଅଭିଶାପ ମହାଦେବ ସେହି କାଳରେ ଗ୍ରହଣ କରିଥିଲେ । ତେଣୁ ଭୁଲରେ ବି ଶିବଲିଙ୍ଗ ଉପରେ ତୁଳସୀ ପତ୍ର ଚଢାନ୍ତୁ ନାହିଁ ।
୪- କଳା ରାଶି : ପ୍ରାଚୀନ ଗ୍ରନ୍ଥ ଅନୁସାରେ ଭଗବାନ ବିଶୁଣୁଙ୍କ ଦେହର ମଇଳାରୁ କଳା ରାଶିର ଉତ୍ପତି ହୋଇଛି । ତେଣୁ ଏହାକୁ ଭୁଲରେ ବି ମହାଦେବଙ୍କ ପୂଜାରେ ବ୍ୟବହାର କରିବା ଉଚିତ ନୁହେଁ । ଏହା ଦ୍ଵାରା ମହାଦେବଙ୍କ ଅବମାନନା ହୋଇଥାଏ ।
୫- ଭାଙ୍ଗି ଯାଇଥିବା ଚାଉଳ : ମହାଦେବଙ୍କୁ କେବେ ବି ଭାଙ୍ଗି ଯାଇଥିବା ଚାଉଳ ଅର୍ପଣ କରନ୍ତୁ ନାହି । ଭଲ ଚାଉଳ ମହାଦେବଙ୍କୁ ଅର୍ପଣ କରିଲେ ତାଙ୍କର କୃପା ଲାଭ ହେବା ସହ ଜୀବନରେ ସଫଳତା ପ୍ରାପ୍ତ ହୋଇଥାଏ ।
୬- କୁଙ୍କୁମ : ଭଗବାନ ଭୋଳାନାଥ ବୈରାଗ୍ୟ ଅଟନ୍ତି ଯାହା ପ୍ରାଚୀନ କାଳରେ ମାନା ଯାଉଛି । ହିନ୍ଦୁ ନାରୀ ମାନେ ନିଜର ସ୍ଵାମୀଙ୍କର ଦୀର୍ଘ ଆୟୁଷ ପାଇଁ କୁଙ୍କୁମ ବା ସିନ୍ଦୁର ର ବ୍ୟବହାର କରିଥାନ୍ତି । ତେଣୁ ଶିବଲିଙ୍ଗର ପୂଜାରେ ଭୁଲରେ ବି ସିନ୍ଦୁରର ବ୍ୟବହାର କରିବା ଅନୁଚିତ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।