ଦେବ ଦେବ ମହାଦେବଙ୍କ ଏହି ୮ ଟି କଥାକୁ ମନେ ରଖନ୍ତୁ …ଜୀବନରୁ ସବୁ ଦୁଃଖ ଦୂର ହେଇଯିବ

ଜୀବନରେ ବେଳେ ବେଳେ ଏପରି ପରିସ୍ଥିତି ଆସିଯାଏ କି ଯେବେ ଆମକୁ ଲାଗିଥାଏ ଆମେ ଫସିଯାଇଛେ । ଯେଉଁଠି କିଛି ବି ବାଟ ଦେଖାଯାଏ ନାହିଁ ଓ ସବୁକିଛି ଭଲ ହେଲେ ମଧ୍ୟ ଖରାପ ଲାଗେ । ସେହି ସମୟରେ ଆବଶ୍ୟକ ପଡେ ଏକ ମାର୍ଗ ଦର୍ଶନର । ଯାହା ଆମକୁ ଜୀବନର ସତ୍ୟତା ଦେଖାଇଥାଏ । ଆଜି ଆମେ ଆପଣଙ୍କୁ ମହାଦେବଙ୍କର  ସେହିଭଳି କିଛି ଆଧ୍ୟାତ୍ମିକ ଜ୍ଞାନ ଦବାକୁ ଯାଉଛୁ ଯାହା  ଜୀବନରେ ବହୁତ ମହତ୍ତ୍ୱ ରଖିଥାଏ ।

ଯେଉଁ ବସ୍ତୁ ଗୁଡିକୁ ଆମେ ସୁଖର ସ୍ରୋତ ଭାବିକରି ଏକତ୍ରିତ କରିଥାଉ, ସେ ସବୁବେଳେ ରହିବ ନାହିଁ । ଯେଉଁ ବ୍ୟକ୍ତି ଏହି ସତ୍ୟକୁ ଜାଣି ଲୋଭର ପରିତ୍ୟାଗ କରେ ନାହିଁ । ସେ ସବୁବେଳେ ହରାଇବାର ଭୟରେ ରହିଥାଏ ଓ ଯେଉଁ ବ୍ୟକ୍ତି ଏହି ସତ୍ୟକୁ ଜାଣନ୍ତି ନାହିଁ ସେମାନେ ଅହଂକାରରେ ବଞ୍ଚନ୍ତି । କାହା ପାଖରେ ଦୁଃଖ ଅଛି ତ କାହା ପାଖରେ କିଛି ବି ନାହିଁ । ସୁଖକୁ ଆମେ ନିଜେ ନିଜର ଦୃଷ୍ଟିକୋଣରୁ ପରିଭାଷିତ କରିଦେଇଥାଉ ।

ଯେଉଁ ଯୁଦ୍ଧ କରିବାରେ ସମର୍ଥ ନଥାନ୍ତି ତାଙ୍କୁ ଆକ୍ରମଣ କରିବା ଅତ୍ୟାଚାର ଅଟେ । ବିରତା ନୁହେଁ କାୟରତା ଅଟେ । ଓ ମହତ୍ତ୍ୱକାଂକ୍ଷା ପୂର୍ତ୍ତି ପାଇଁ ତିନୋଟି ଲୋକରେ ଧନ କମ୍ ଅଛି । ଲୋଭ ଛାଡିକରି ନିଜେ ଯେତେ ଅର୍ଜିତ କରନ୍ତି । ସେତିକିରେ ପୁରକ ହୋଇଥାଏ । ସନ୍ତୋଷକୁ ଯେତେ ବାହାରେ ଖୋଜିବେ, ସେତିକି ଅସନ୍ତୋଷ ବଢିବ । ସନ୍ତୋଷ ପାଇଁ ଅନିର୍ବାର୍ଯ୍ୟ ତତ୍ତ୍ୱ କେବଳ ନିଜ ଭିତର ପ୍ରାପ୍ତି ହିଁ ହୋଇଥାଏ । ଓ ନିଜ ଅନ୍ତମନ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ମାର୍ଗ କେବଳ ଯୋଗ ଦ୍ୱାରା ପ୍ରସସ୍ତ୍ ହୋଇପାରିବ ।

ବ୍ୟକ୍ତିର ପୀଡାର ଅସଲ କାରଣ ସେ ନିଜେ ହେବ । ଯଦି ଆମେ ଆମ ଦୁଃଖର କାରଣ କାହାକୁ ଭାବିବା ତେବେ ଆମେ ସର୍ବଦା ଦୁଃଖୀ ରହିବା ।  ତାହାର କର୍ମ ଅଛି,  ନିଜ ଦୋଷ ଆଉ କାହା ଉପରେ ଆରୋପ କଲେ ସୁଖୀ ରହିପାରିବ ନାହିଁ । ନିଜ ନିଜକୁ ବଦଳନ୍ତୁ, ଦୁନିଆଁ ବଦଳିଯିବ । ପ୍ରତ୍ୟେକ ଆତ୍ମାର ଲକ୍ଷ୍ୟ ସୁଖ ପ୍ରାପ୍ତି ପାଇଁ ହୋଇଥାଏ ।  ସୁଖର ପ୍ରଦାନ କରୁଥିବ ବସ୍ତୁଗୁଡିକ ଏକତ୍ରିତ କରିବା ଜୀବନର ମୂଳ ଉଦ୍ଦେଶ୍ୟ ଥାଏ ।

Leave a Reply

Your email address will not be published. Required fields are marked *