ମହାନଦୀରୁ ଜଳମଗ୍ନ ଥିବା ୫୦୦ ବର୍ଷ ତଳର ମନ୍ଦିର ମିଳିଛି

ଆର୍ଚୋଲୋଜି ସର୍ଭେ ଟିମ ଅଫ ଇଣ୍ଡିଆ ନେସନଲ ଟ୍ରଷ୍ଟ ଆର୍ଟ ଏବଂ କଲଚର ହେରିଟେଜ କଟକ ମହାନଦୀରେ ଲୁପ୍ତକାୟ ପ୍ରାଚୀନ ମନ୍ଦିର ଦୃଶ୍ୟମାନ ହୋଇଛି । ଏହି ଅଦୃଶ୍ୟ ମନ୍ଦିର ଇଣ୍ଟେକ ପ୍ରୋଜେକ୍ଟ ଆସିଷ୍ଟାନ୍ଟ ଦୀପକ କୁମାର ନାୟକ ଖୋଜି ବାହାର କରିଛନ୍ତି, ମନ୍ଦିର ଶିଖର ନଦୀ ମଝିରେ ପଦ୍ମାବତି ଇଲାକାର ବଇଦେଶ୍ଵର, କଟକ ପାଖରେ ଦେଖିବାକୁ ମିଳିଛି, ଏହି ମନ୍ଦିର ୬୦ ଫୁଟ ଗଭୀରରେ ଅଛି ଏବଂ ଏହା ୧୫ ବା ୧୬ ସେଞ୍ଚୁରି ସମୟରେ ବନା ଯାଇଛି କାହିଁକିନା ଏହାର ଗଠନ ସେହି ଭଳି ଭାବରେ କରା ଯାଇଛି, ଏହାର ବନେଇବା ଆକୃତି ସେହି ସମୟର ଅଟେ ।

ଦୀପକ କୁମାର ନାୟକ ଲୋକାଲ ହେରିଟେଜ ରବୀନ୍ଦ୍ର ରାନା ସାହାଜ୍ଯରେ ଏହି ମନ୍ଦିର ଖୋଜି ବାହାର କରିଛନ୍ତି, ଏହି ମନ୍ଦିର ଭଗବାନ ଗୋପିନାଥଙ୍କର ଅଟେ, ଆଗରୁ ଏହି ଜାଗାକୁ ଶତପତନ କୁହାଯାଉଥିଲା, ତେବେ ନଦୀ ରାସ୍ତା ବଦଳିବାରୁ ଏବଂ ନଦୀରେ ଆସିଥିବା ବନ୍ୟା ବାତିଆରେପୁରା ଗାଁ ବୁଡି ଗଲା ଏବଂ ମନ୍ଦିର ନଦୀ ଗର୍ଭରେ ରହିଗଲା, ଏହା ପରେ ୧୯ ସେଞ୍ଚୁରିରେ ଏହି ମନ୍ଦିରକୁ ଖୋଜି ବାହାର କରା ଗଲା ଏବଂ ଏହାକୁ ଉଞ୍ଚା ଏବଂ ସୁରକ୍ଷିତ ଜାଗା ପଦ୍ମାବତି ଗାଁରେ ସ୍ଥାପିତ କରା ଗଲା ଯାହାକୁ ବର୍ତମାନ ଗୋପିନାଥ ଦେବ ମନ୍ଦିର କୁହା ଯାଉଛି ।

ସମୁଦ୍ର ଠାରୁ ମହାନଦୀ ୧୭୦୦କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଅଛି, ଅମିୟା ଭୁଶନ ତ୍ରିପାଠୀ ଷ୍ଟେଟ ସରକାର ଇଣ୍ଟେକ କହିଛନ୍ତି ଯେ ଭାରତ ନଦୀମାନଙ୍କ ଉପରେ ପାଠ ପଢା ଯାଉଛି ଏବଂ ଏହା ଉପରେ ସର୍ଭେ ମଧ୍ୟ କରା ଯାଇଛି, ମହାନଦୀ ଓଡିଶାରେ ୯ତି ଜିଲ୍ଲାରେ ପ୍ରବାହିତ ହୋଇଥାଏ । ତେବେ ଏହି ମନ୍ଦିର ବିଷୟରେ ଜାଣି ମଧ୍ୟ ଲୋକ ଦେଖିବାକୁ ପାଇ ନଥିଲେ କିନ୍ତୁ ଆଜି ଆପଣମାନେ ଏହି ମନ୍ଦିର ଦର୍ଶନ ଦେଖା ଯାଉଛି ।

ହିରାକୁଦ ଡ୍ୟାମର ଜଳଭଣ୍ଡାରରେ ପ୍ରାୟ 50 ଟି ପ୍ରାଚୀନ ମନ୍ଦିର ନଷ୍ଟ ହୋଇଯାଇଥିଲା । ଧୀରଙ୍କ ମତରେ ଜଳମଗ୍ନ ମନ୍ଦିରକୁ ନଦୀ ଶଯ୍ୟାରୁ ସ୍ଥାନାନ୍ତର କରାଯାଇ ପୁନ ସ୍ଥାପିତ କରାଯାଇପାରିବ । ହିରାକୁଦ ଜଳଭଣ୍ଡାର ରେ ଥିବା ଅନେକ ମନ୍ଦିରକୁ ମଧ୍ୟ ଭାଙ୍ଗି ପୁନ ନିର୍ମାଣ କରାଯାଇପାରିବ ।

Leave a Reply

Your email address will not be published. Required fields are marked *