ଗୋଟିଏ ପଟେ କରୋନାଭାଇରସ୍ କାରଣରୁ ଲୋକମାନେ ଏହି ଲକଡାଉନରେ ନିରାଶାର ସମ୍ମୁଖୀନ ହେଉଛନ୍ତି, ବର୍ତ୍ତମାନ ଆମେ ପାଇଥିବା ସର୍ବୋତ୍ତମ ଜିନିଷ ହେଉଛି ନିଜ ପ୍ରିୟଜନଙ୍କ ସହିତ ନିଜ ଘରେ ସମୟ ବିତାଇବାର ସୁଯୋଗ । କିଛି ଲୋକ ଏଥିରେ ବିରକ୍ତ ହେଉଛନ୍ତି, କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ସମୟ ବ୍ୟବହାର କରୁଛନ୍ତି । ଚଳଚ୍ଚିତ୍ର ଜଗତ ସହିତ ଜଡିତ ସେଲିବ୍ରିଟିମାନଙ୍କୁ ଦେଖି ଆମେ ଏହାର ଆକଳନ କରିପାରିବା ।
କାରଣ ଏହି ଲକଡାଉନ୍ ସମୟରେ, ତାରକାମାନେ କ୍ରମାଗତ ଭାବରେ ସେମାନଙ୍କର କାର୍ଯ୍ୟକଳାପ ଫୋଟୋ ଏବଂ ଭିଡିଓ ସୋସିଆଲ୍ ମିଡିଆରେ ସେୟାର କରୁଛନ୍ତି । ଏହି କ୍ରମରେ, ଆମେ ସାଉଥ ସୁପରଷ୍ଟାର ମହେଶ ବାବୁ ଏବଂ ତାଙ୍କ ପତ୍ନୀ ନମ୍ରତା ଶିରୋଦକରଙ୍କ ବିଷୟରେ ଆଲୋଚନା କରିବା ।
ଆମେ ଆପଣଙ୍କୁ କହିଦେବାକୁ ଚାହୁଁ ଯେ ମହେଶ ବାବୁ ଏକ ଏଭଳି ଷ୍ଟାର ଯାହାର କେବଳ ଅଭିନୟ ପାଇଁ ଲୋକେ ତାଙ୍କର ଦିବାନା ନୁହେଁ ବିଆରଏନଜି ତାଙ୍କ ଲୁକ ପାଇଁ ମଧ୍ୟ ସମସ୍ତେ ପାଗଳ । ଏପରିକି ତାଙ୍କ ପ୍ରଶଂସକ ମାନଙ୍କ ମଧ୍ୟରେ ଝିଅମାନେ ହେଉଛନ୍ତି ସର୍ବାଧିକ । ମହେଶ ବାବୁ 14 ବର୍ଷ ପୂର୍ବେ ବଲିଉଡ ଅଭିନେତ୍ରୀ ନମ୍ରତା ଶିରୋଦକରଙ୍କୁ ବିବାହ କରିଥିଲେ । ଉଭୟଙ୍କର ପ୍ରେମ ବିବାହ ହୋଇଥିଲା । ବିଶେଷ କଥା ହେଉଛି ନମ୍ରତା ମହେଶ ବାବୁଙ୍କଠାରୁ 4 ବର୍ଷ ବଡ ।
ତେବେ ଏକ ଇନ୍ଟାରଭିଉରେ ତେଲୁଗ ଫିଲ୍ମ ର ସୁପରଷ୍ଟାର ମହେଶ ବାବୁ ଏହି କଥାର ଖୁଲସା କରିଛନ୍ତି କି ଯେବେ ସେ ୨୬ ବର୍ଷର ଥିଲେ ସେତେବେଳେ ତାଙ୍କ ପତ୍ନୀ ନମ୍ରତା ଶିରୋଦକର ତାଙ୍କର କ୍ରଶ ଥିଲେ । ଶୋସିଆଲ ମିଡିଆରେ ଆୟୋଜିତ ଗୋଟେ ସେଶନ ରେ ମହେଶ ସେହି କଥାର ଖୁଲସା ସେ ସମୟରେ କରିଥିଲେ , ତାଙ୍କର ଜଣେ ପ୍ରଶଂସକ ତାଙ୍କୁ ପଚାରିଥିଲେ କି ତାଙ୍କର କେବେ କାହାଉପରେ କ୍ରଶ ଥିଲା । ମହେଶ ଏହି ଜବାବ ରେ କହିଥିଲେ କି- ହଁ, ୨୬ ବର୍ଷ ବୟସରେ ଥିଲା । ତାପରେ ମୁ ତାଙ୍କ ସହିତ ବିବାହ କରିଥିଲି । ଜଣେ ପଚାରିଥିଲେ କି ଆସୁଥିବା ସମୟରେ ସେ ନିଜକୁ କିପରି ଦେଖିବାକୁ ଚାହିଁବେ ?
ଏହା ଉପରେ ମହେଶ ବାବୁ କହିଥିଲେ ,ମୁ ଜଣେ ଭଲ ଅଭିନେତା, ନିଜ ଛୁଆ ମାନଙ୍କ ପାଇଁ ଜଣେ ବହୁତ ଭଲ ପିତା,ଓ ମୋ ପତ୍ନୀ ପାଇଁ ଜଣେ ଭଲ ପତି ରୂପରେ ନିଜକୁ ଦେଖିବାକୁ ଚାହେଁ । ଜଣେ ପ୍ରଶଂସକ ପଚାରିଲେ କି କେଉଁ ଜିନିଷ ଆପଣଙ୍କୁ ଦୃଢ ଓ ନିଶ୍ଚିତ କରିଛି ? ଏହା ଉପରେ ଏଭିନେତା ଜବାବ ଦେଇଥିଲେ ,’ପରିପୂର୍ଣ୍ଣତା ପ୍ରତି ମୋର ଭୋକ’।
କ୍ଵାରେଣ୍ଟିନ ରେ ସେ ନିଜ ପରିବାର ସହିତ କେଉଁ ଭଳି ସମୟ ବିତାଉଛନ୍ତି ? ଏହା ଉପରେ ମହେଶ କହିଲେ- ଏହା ଗୋଟେ ସାରା ଜୀବନ ପାଇଁ ବହୁତ ବଡ ଅନୁଭବ ହେବାକୁ ଯାଉଛି । ମୁଁ ମୋ ପରିବାର ସହିତ ଏମିତି ବହୁତ ସାରା ଜିନିଷ କରିଛି , ଯାହା ଜଦି ମୁଁ କାମ କରି ଥାନ୍ତି ତ ବୋଧେ ମୁ କେବେ କରି ପାରିନଥାନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।