ମହେଶ ବାବୁ ପତ୍ନୀ ନମ୍ରତାଙ୍କ ସହ ବିବାହ ବିଷୟରେ କହିଛନ୍ତି ଏକ ବଡ଼ କଥା, କହିଲେ ଯେବେ ମୁଁ…

ଗୋଟିଏ ପଟେ କରୋନାଭାଇରସ୍ କାରଣରୁ ଲୋକମାନେ ଏହି ଲକଡାଉନରେ ନିରାଶାର ସମ୍ମୁଖୀନ ହେଉଛନ୍ତି, ବର୍ତ୍ତମାନ ଆମେ ପାଇଥିବା ସର୍ବୋତ୍ତମ ଜିନିଷ ହେଉଛି ନିଜ ପ୍ରିୟଜନଙ୍କ ସହିତ ନିଜ ଘରେ ସମୟ ବିତାଇବାର ସୁଯୋଗ । କିଛି ଲୋକ ଏଥିରେ ବିରକ୍ତ ହେଉଛନ୍ତି, କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ସମୟ ବ୍ୟବହାର କରୁଛନ୍ତି । ଚଳଚ୍ଚିତ୍ର ଜଗତ ସହିତ ଜଡିତ ସେଲିବ୍ରିଟିମାନଙ୍କୁ ଦେଖି ଆମେ ଏହାର ଆକଳନ କରିପାରିବା ।

କାରଣ ଏହି ଲକଡାଉନ୍ ସମୟରେ, ତାରକାମାନେ କ୍ରମାଗତ ଭାବରେ ସେମାନଙ୍କର କାର୍ଯ୍ୟକଳାପ ଫୋଟୋ ଏବଂ ଭିଡିଓ ସୋସିଆଲ୍ ମିଡିଆରେ ସେୟାର କରୁଛନ୍ତି । ଏହି କ୍ରମରେ, ଆମେ ସାଉଥ ସୁପରଷ୍ଟାର ମହେଶ ବାବୁ ଏବଂ ତାଙ୍କ ପତ୍ନୀ ନମ୍ରତା ଶିରୋଦକରଙ୍କ ବିଷୟରେ ଆଲୋଚନା କରିବା ।

Image Courtesy: Google

ଆମେ ଆପଣଙ୍କୁ କହିଦେବାକୁ ଚାହୁଁ ଯେ ମହେଶ ବାବୁ ଏକ ଏଭଳି ଷ୍ଟାର ଯାହାର କେବଳ ଅଭିନୟ ପାଇଁ ଲୋକେ ତାଙ୍କର ଦିବାନା ନୁହେଁ ବିଆରଏନଜି ତାଙ୍କ ଲୁକ ପାଇଁ ମଧ୍ୟ ସମସ୍ତେ ପାଗଳ । ଏପରିକି ତାଙ୍କ ପ୍ରଶଂସକ ମାନଙ୍କ ମଧ୍ୟରେ ଝିଅମାନେ ହେଉଛନ୍ତି ସର୍ବାଧିକ । ମହେଶ ବାବୁ 14 ବର୍ଷ ପୂର୍ବେ ବଲିଉଡ ଅଭିନେତ୍ରୀ ନମ୍ରତା ଶିରୋଦକରଙ୍କୁ ବିବାହ କରିଥିଲେ । ଉଭୟଙ୍କର ପ୍ରେମ ବିବାହ ହୋଇଥିଲା । ବିଶେଷ କଥା ହେଉଛି ନମ୍ରତା ମହେଶ ବାବୁଙ୍କଠାରୁ 4 ବର୍ଷ ବଡ ।

Image Courtesy: Google

ତେବେ ଏକ ଇନ୍ଟାରଭିଉରେ ତେଲୁଗ ଫିଲ୍ମ ର ସୁପରଷ୍ଟାର ମହେଶ ବାବୁ ଏହି କଥାର ଖୁଲସା କରିଛନ୍ତି କି ଯେବେ ସେ ୨୬ ବର୍ଷର ଥିଲେ ସେତେବେଳେ ତାଙ୍କ ପତ୍ନୀ ନମ୍ରତା ଶିରୋଦକର ତାଙ୍କର କ୍ରଶ ଥିଲେ । ଶୋସିଆଲ ମିଡିଆରେ ଆୟୋଜିତ ଗୋଟେ ସେଶନ ରେ ମହେଶ ସେହି କଥାର ଖୁଲସା ସେ ସମୟରେ କରିଥିଲେ , ତାଙ୍କର ଜଣେ ପ୍ରଶଂସକ ତାଙ୍କୁ ପଚାରିଥିଲେ କି ତାଙ୍କର କେବେ କାହାଉପରେ କ୍ରଶ ଥିଲା । ମହେଶ ଏହି ଜବାବ ରେ କହିଥିଲେ କି- ହଁ, ୨୬ ବର୍ଷ ବୟସରେ ଥିଲା । ତାପରେ ମୁ ତାଙ୍କ ସହିତ ବିବାହ କରିଥିଲି । ଜଣେ ପଚାରିଥିଲେ କି ଆସୁଥିବା ସମୟରେ ସେ ନିଜକୁ କିପରି ଦେଖିବାକୁ  ଚାହିଁବେ ?

Image Courtesy: Google

ଏହା ଉପରେ ମହେଶ ବାବୁ କହିଥିଲେ ,ମୁ ଜଣେ ଭଲ ଅଭିନେତା, ନିଜ ଛୁଆ ମାନଙ୍କ ପାଇଁ ଜଣେ ବହୁତ ଭଲ ପିତା,ଓ ମୋ ପତ୍ନୀ ପାଇଁ ଜଣେ ଭଲ ପତି ରୂପରେ ନିଜକୁ ଦେଖିବାକୁ ଚାହେଁ । ଜଣେ ପ୍ରଶଂସକ ପଚାରିଲେ କି କେଉଁ ଜିନିଷ ଆପଣଙ୍କୁ ଦୃଢ ଓ ନିଶ୍ଚିତ କରିଛି ? ଏହା ଉପରେ ଏଭିନେତା ଜବାବ ଦେଇଥିଲେ ,’ପରିପୂର୍ଣ୍ଣତା ପ୍ରତି ମୋର ଭୋକ’।

Image Courtesy: Google

କ୍ଵାରେଣ୍ଟିନ ରେ ସେ ନିଜ ପରିବାର ସହିତ କେଉଁ ଭଳି ସମୟ ବିତାଉଛନ୍ତି ? ଏହା ଉପରେ ମହେଶ କହିଲେ- ଏହା ଗୋଟେ ସାରା ଜୀବନ ପାଇଁ ବହୁତ ବଡ ଅନୁଭବ ହେବାକୁ ଯାଉଛି । ମୁଁ ମୋ ପରିବାର ସହିତ ଏମିତି ବହୁତ ସାରା ଜିନିଷ କରିଛି , ଯାହା ଜଦି ମୁଁ କାମ କରି ଥାନ୍ତି ତ ବୋଧେ ମୁ କେବେ କରି ପାରିନଥାନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *