ମହିଳା ହସିଲା ଓ ଏତେ ଜୋରରେ ହାସିଲ କି ବର୍ତ୍ତମାନ ତାହାର ମୁହଁ ବନ୍ଦ ହୋଇ ପାରୁ ନାହିଁ, ବାହାରିଗଲା ମୁହଁର ହାଡ

କିଛି କଥା ପ୍ରାୟତଃ ଆମକୁ ଚିନ୍ତା କରିବାକୁ ବାଧ୍ୟ କରିଦିଏ କି କଣ ଏହିଭଳି ବି ଘଟଣା ଘଟିପାରେ ବର୍ତ୍ତମାନର ଦୁନିଆରେ । କହିବାକୁ ଗଲେ ବର୍ତ୍ତମାନର ସମସ୍ତ ଖବର ଏହିଭଳି ହିଁ ହୋଇଥାଏ । ଯାହା ଉପରେ ବିଶ୍ଵାସ କରିବା ଅସମ୍ଭବ ହୋଇଥାଏ । ଯେତେବେଳେ ତାହା ସାମ୍ନାକୁ ଆସିଥାଏ ତେବେ ହୋସ ଉଡିଯାଏ । ଏମିତି ହିଁ କିଛି ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଏହିଭଳି ଆଶ୍ଚର୍ଯ୍ୟ କରିଦେବା ମାମଲା ଚୀନର ଗୁଆଂଗଝୂରୁ ସାମ୍ନାକୁ ଆସିଛି ।

କହିବାକୁ ଗଲେ ଏକ ଟ୍ରେନରେ ଯାତ୍ରା କରୁଥିବା ଏକ ମହିଳା କୌଣସି କଥାରେ ବହୁତ ଜୋରରେ ହସିବାକୁ ଲାଗିଲା ଓ ଏହି ସମୟରେ ହିଁ ତାହାର ଜବଡା ବା ମୁହଁର ହାଡ ନିଜ ସ୍ଥାନରୁ ହଟିଗଲା ।

 

ଜବଡା ହଟିଯିବା ପରେ ତାହାର ମୁହଁ ଖୋଲା ହୋଇ ରହିଗଲା । ରବିବାରକୁ ହୋଇଥିବା ଏହି ଘଟଣା ଦୁନିଆର ସମସ୍ତ ସୋସିଆଲ ମିଡିଆରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ଅଛି । କିନ୍ତୁ ଟ୍ରେନରେ ଥିବା ଏକ ଡାକ୍ତର ମହିଳାର ଚିକିତ୍ସା କରି ତାହର ମୁହଁ ଠିକ କରିଦେଲେ ।

Ladbible ରିପୋର୍ଟ ଅନୁସାରେ

ଗୁଆଂଗଝୋଉ ମେଡିକଲ ୟୁନିବର୍ସିଟୀ ର ଲିୱାନ ହସ୍ପିଟାଲ ର ଡକ୍ଟର ଲିୟୋ ବେଶେଂଗ କହିଲେ କି ମହିଳା ଜଣକ ଅଚାନକ ହସୁ ହସୁ ତାହାର ମୁହଁ ଖୋଲି ହୋଇ ରହିଗଲା । ଏହା ପରେ ମୁଁ ଦୌଡି ଯାଇ ସେହି ମହିଳା ପାଖରେ ପହଞ୍ଚି ଦେଖିଲି କି ସେ କିଛି ବି କଥାବାର୍ତ୍ତା କରି ପାରୁ ନାହାଁନ୍ତି । ଆରମ୍ଭରୁ ପାଖରେ ଥିବା ଲୋକମାନଙ୍କୁ ଲାଗିଲା କି ତାଙ୍କୁ ହୃଦୟରେ ଆଘାତ ଆସିଛି । କିନ୍ତୁ ମୁଁ ତାଙ୍କ ସହିତ କଥାବାର୍ତ୍ତା କରି ବୁଝିଗଲି କି ତାଙ୍କର ମୁହଁର ହାଡ ଖସି ବାହାରି ଯାଇଛି ।

ଜାଣନ୍ତୁ ଏହା ବିଷୟରେ କଣ କୁହଁନ୍ତି ଡାକ୍ତର

ଡାକ୍ତରଙ୍କର କହିବା ଅଟେ କି, ମୁଁ ବିଶେଷଜ୍ଞ ନୁହେଁ, ଏହି କଥା ମୁଁ ତାଙ୍କୁ ବି କହି ଦେଇଥିଲି । ମୁଁ କହି ଦେଇଥିଲି କି ମୁଁ ଚେଷ୍ଟା କରି ପାରିବି, ଠିକ ହେବାର ଗ୍ୟାରେନ୍ଟି ଦେଇ ପାରିବି ନାହିଁ । କିନ୍ତୁ ମୋତେ ଜଣା ଥିଲା କି ଏହା କେଉଁ ଭଳି ଭାବରେ ଠିକ ହୋଇ ପାରିବ । ପୁଣି ଦୁଇ ଥର ଚେଷ୍ଟା କରିବା ପରେ ଏହା ଠିକ ହୋଇଗଲା ।

ଏହା ପରେ ସେ କହିଲେ କି ଯେଉଁ ବ୍ୟକ୍ତିର ମୁହଁର ହାଡ ଜୀବନରେ କେବେ ବି ବାହାରକୁ ବାହାରି ଯାଉଛି, ତେବେ ତାଙ୍କୁ ଭବିଷ୍ୟତରେ ଅଧିକ ମୁହଁ ଖୋଲିବା, ଅଧିକ ହସିବା ଇତ୍ୟାଦି କରିବା ଉଚିତ ନୁହେଁ । ଏହା ପରେ ମହିଳା ଯାତ୍ରୀ ଜଣକ ଠିକ ହେବା ପରେ କହିଲା କି ପୂର୍ବରୁ ବି ତାହା ସହିତ ଏହିଭଳି ଘଟଣା ଘଟି ସାରିଛି ।

Leave a Reply

Your email address will not be published. Required fields are marked *