ଦୁନିଆର ସବୁଠୁ ଛୋଟ ବାହାଘର- ବରର ବ୍ୟବହାର ଦେଖି ଝିଅଟି ବିବାହର କେବଳ ୩ ମିନିଟ୍ ରେ ନେଲା ଛାଡପତ୍ର, ଜାଣନ୍ତୁ ସମ୍ପୁର୍ଣ୍ଣ ଘଟଣା

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ଏକ ଅଭୁତ୍ତ ବିବାହ ବିଷୟରେ କହିବାକୁ ଯାଉଛୁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ବିବାହର କେବଳ ୩ ମିନିଟ୍ ମଧ୍ୟରେ ଝିଅଟି ବାହାଘର ଭାଙ୍ଗିବାର ନିଷ୍ପତ୍ତି ନେଇଛି । ତେବେ ବିବାହ ଏକ ପବିତ୍ର ବନ୍ଧନ ହୋଇଥାଏ ଏହା ତ ଆପଣ ଜାଣିଥିବେ, ଏହି ସମ୍ପର୍କରେ ଉଭୟ ସ୍ଵାମୀ ଓ ସ୍ତ୍ରୀ ପରସ୍ପରକୁ ସମ୍ମାନ କରିବା ନିତ୍ୟାନ୍ତ ଆବଶ୍ୟକ । କିନ୍ତୁ ଏଠି ବିବାହର କିଛି ସମୟ ମଧ୍ୟରେ ବାର ଏମିତି କିଛି କରିଲା ଯେ ଝିଅଟି ସଙ୍ଗେ ସଙ୍ଗେ ଛାଡପତ୍ର ପାଇଁ ଆବେଦନ କରିଛି । ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଖବର କଣ ।

ସବୁଠୁ ଛୋଟ ବାହାଘର :

ଏହି ବାହାଘର ଖାଡ଼ି ଦେଶ କୁଏତର ଇତିହାସ ରେ ସବୁଠୁ ଛୋଟ ବାହାଘର କୁହାଯାଉଛି । ଛୋଟ ବାହାଘର ଏଥିପାଇଁ କାହିଁକି ନା ବାହାଘର ର ମାତ୍ର ୩ ମିନିଟ୍ ପରେ କନ୍ୟା ବର କୁ ଛାଡପତ୍ର ଦେଇଦେଲା ।  କୁହାଯାଉଛି କି ଛାଡପତ୍ରର ଏକ ବିଶେଷ କାରଣ ଥିଲା ଯାହା ଏକ ନାରୀ ସମ୍ମାନ ର କଥା ଥିଲା । ସବୁଠୁ ଗୁରୁତପୂର୍ଣ କଥା ହେଲା କି କାରଣ ଜାଣିବା ପରେ ଲୋକମାନେ କନ୍ୟା ସମର୍ଥନ କରୁଛନ୍ତି ।

କଣ ଥିଲା କାରଣ :

ଏବେ ଆସନ୍ତୁ ଜାଣିବା ସଙ୍ଗେ ସଙ୍ଗେ ହୋଇଥିବା ବାହାଘର ଭାଙ୍ଗିଲା କଣ ପାଇଁ । ସୂଚନା ଅନୁସାରେ କୁଏତ ର ଏକ ଅଦାଲତ ରେ ବିବାହର କଣ୍ଟ୍ରାକ୍ଟ ସାଇନ କରିବା ପରେ ଯେମିତି ହିଁ ସମସ୍ତେ ବର ଓ କନ୍ୟାଙ୍କୁ ଅଭିନନ୍ଦନ କରିବାକୁ ଯାଆନ୍ତି , ସେହି ସମୟ ରେ ହଟାତ କେଜାଣି କେମିତି କନ୍ୟା ର ସନ୍ତୁଳନ ବିଗିଡିଗଲା ଏବଂ ସେ ପଡିଗଲେ ।

ଏହି ସମୟ ରେ ସମସ୍ତେ ଭାବିଲେ ବର କନ୍ୟା କୁ ଉଠାଇବେ କିନ୍ତୁ ବର କନ୍ୟାକୁ ସାହାଯ୍ୟ କରିବା ବଦଳରେ ବୋକା କହି ତାଙ୍କର ଅପମାନ କଲେ । ଏହି କଥା ଦେଖି ସମସ୍ତେ ସ୍ତବ୍ଧ ହୋଇଗଲେ ଓ କନ୍ୟା ବହୁତ ରାଗିଯାଇଥିଲେ । ନିଜର ଏଭଳି ଥଟ୍ଟା ଉଡିବାର ଦେଖି ସେ ବହୁତ ରାଗି ଯାଇଥିଲେ ଓ କୋର୍ଟରୁମ ଭିତରେ ବସିଥିବା ଜଜଙ୍କ ପାଖରେ ଯାଇ ପହଞ୍ଚିଥିଲେ ।

ହୋଇଗଲା ଛାଡପତ୍ର

କନ୍ୟା ଜଜଙ୍କୁ  ବାହାଘର ୩ ମିନିଟ୍ ପରେ ହିଁ ବାହାଘର ରଦ୍ଦ କରିବାପାଇଁ ଅନୁରୋଧ କଲେ । କନ୍ୟା ର ଏହି ଦାବିରୁ ଜଜ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କନ୍ୟା କୁ ଶାନ୍ତି ରେ ଭାବିବାପାଇଁ କହିଲେ କିନ୍ତୁ ରାଗ ରେ ଥିବା କନ୍ୟା ନିଜ କଥା ରେ ଅଟଳ ଥିଲେ ଏବଂ ଅନ୍ତିମ ରେ ଜଜଙ୍କୁ ଏହି ବାହାଘର ଭାଙ୍ଗିବାକୁ ପଡିଲା ।

ସୋସିଅଲ ମିଡିୟା ରେ ଭାଇରାଲ :

ବହୁତ ଲୋକ କନ୍ୟାର ସପକ୍ଷ ରେ କହିଲେ ଏବଂ ଏହା ତାଙ୍କ ଅନୁଯାଇ ଏକ ଠିକ ନିସ୍ପତି ବୋଲି କହିଲେ । ଲୋକଙ୍କ ଅନୁଯାଇ ବାହାଘର ଦିନରୁ ହିଁ ଯଦି ସ୍ଵାମୀ ଏଭଳି ଭାବରେ କଥା କହୁଛି ତାହେଲେ ଏମିତିକା ବାହାଘର ଅଧିକ ଦିନ ଚାଲିବ ନାହିଁ ।

କିଛି ଲୋକ ଏହା ବି କହୁଛନ୍ତି କି ଯେଉଁ ବାହାଘର ରେ ସମ୍ମାନ ନାହିଁ, ସେହି ବିବାହ ଆରମ୍ଭରୁ ଅସଫଳ ଅଛି । କିଛି ମହିଳାମାନେ କନ୍ୟାର ଏହି ନିଷ୍ପତ୍ତିକୁ ଠିକ କହୁଛନ୍ତି ଏବଂ ସେହି ଜାଗା ରେ ସେ ନିଜେ ବି ଥିଲେ ତାହା ହିଁ କରିଥାନ୍ତେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *