ମହିଳାମାନଙ୍କ ପାଇଁ ଖିସମିସ ଅଟେ ବହୁତ ଲାଭଦାୟକ, ଏହି ୭ଟି ସ୍ୱାସ୍ଥ୍ୟ ସମସ୍ୟାରୁ ଦିଏ ମୁକ୍ତି

ଆଜିକାଲିର ସମୟରେ ଲୋକମାନେ ଏତେ ବ୍ୟସ୍ତ ରହୁଛନ୍ତି ଯେ ସେମାନେ ନିଜ ସ୍ଵାସ୍ଥ୍ୟର ଯତ୍ନ ନେବା ଭୁଲି ଯାଉଛନ୍ତି । ତେବେ ଖାସ କରି ମହିଳାମାନେ ଯିଏ ଘରର ସବୁ କାମ କରି ନିଜ ସ୍ୱାସ୍ଥ୍ୟ ପାଇଁ ଟିକେ ବି ଚିନ୍ତା କରୁ ନାହାନ୍ତି । ୩୦ ବର୍ଷ ବୟସ ପରେ ସେମାନଙ୍କ ଶରୀରରେ ଅନେକ ପରିବର୍ତ୍ତନ ଆସେ ଯାହା ଫଳରେ ସେମାନେ ଅନେକ ରୋଗର ସମ୍ମୁଖୀନ ହୁଅନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କୁ ମହିଳା ମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏକ ଟିପ୍ସ ଦେବାକୁ ଯାଉଛୁ ।

ଖିସମିସ ଖାଇବା ଦ୍ଵାରା ସମସ୍ତଙ୍କର ଫାଇଦା ହୋଇଥାଏ କିନ୍ତୁ ବେସି ଫାଇଦା ମହିଳାଙ୍କ ର ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ କି ଖିସମିସ ଖାଇବା ଦ୍ଵାରା କଣ ଫାଇଦା ହୋଇଥାଏ ।

୧. ଆୟରନର ମାତ୍ରା ଖିସମିସରେ ଅଧିକ ଥିବାରୁ ମହିଳା ଏହାକୁ ଖାଇଲେ ବହୁତ ଫାଇଦା ମିଳିଥାଏ । ମହିଳାଙ୍କ ଶରୀରରେ ଆୟରନର ମାତ୍ରା କମ ହୋଇଥାଏ । ତେଣୁ ଖିସମିସ ଖାଇବା ଦ୍ଵାରା ମହିଳାଙ୍କ ଶରୀରରେ ଆୟରନର ମାତ୍ରା ବଢିଥାଏ ।

୨. ଅତ୍ୟଧିକ ମାତ୍ରାରେ ଫାଇବାରରେ ଭରପୁର ଖିସମିସ, ପାଚନ ସମ୍ବନ୍ଧ୍ୟ ସମସ୍ୟାର ସମାଧାନ କରିଥାଏ । ଯଦି ଆପଣଙ୍କର ଗ୍ୟାସ ସମସ୍ୟା ଅଛି ତେବେ ଖିସମିସ ଆପଣଙ୍କ ପାଇଁ ବହୁତ ଫାଇଦା ଆଣିବ ।

୩. ଖିସମିସର ସେବନ କ୍ୟାନ୍ସର ଭଳି ରୋଗରୁ ବଞ୍ଚାଇବାରେ ସହାୟକ ହୁଏ । ଏହା ଫ୍ରି ରେଡିକଲ ଠାରୁ ବଞ୍ଚେଇକି କ୍ୟାନ୍ସରର କୋଶି‍କାର  ବୃଦ୍ଧିକୁ ରୋକିଥାଏ । ଏଥିରେ ଆଣ୍ଟିଅକ୍ସିଡେଣ୍ଟ ଭରପୁର ମାତ୍ରା ଥାଏ ।

୪. ଆଖିର ସମସ୍ଯା ଆଜିକାଲି ସାଧାରଣ କଥା ହୋଇଗଲାଣି, କିନ୍ତୁ ଖିସମିସ ପାଖରେ ଏହାର ଚିକିତ୍ସା ଅଛି । ଏଥିରେ ଥିବା ଭିଟାମିନ ଏ,ବୀଟା କୈରୋଟୀନ, ଏ-କୈରୋଟୀନଇଡ ଓ ଏଂଟୀକ୍ସୀଡେଂଟ ଆଖିର ମାଂସ ପେଶିକୁ ଦୁର୍ବଳ ହେବାରୁ ବଞ୍ଚେଇଥାଏ, ଏହା ସହିତ ଆଖିର ସବୁ ସମସ୍ୟାରୁ ଦୂର କରିଥାଏ ।

୫. କିସମିସରେ ପ୍ରକୂତିକ ଶର୍କରା ଭରପୁର ମାତ୍ରାରେ ଥାଏ ଯାହା ଆପଣଙ୍କ ଶରୀରରେ ଊର୍ଜା ସଂଚାର କରିବା ସହିତ ଓଜନକୁ ମଧ୍ୟ ବଢେଇଥାଏ । ଦୁର୍ବଳ ଲୋକଙ୍କ ପାଇଁ ଖିସମିସ ବହୁତ ଫାଇଦା ଦେଇଥାଏ ।

୬. ଖିସମିସ ଏକ ପ୍ରକାରର ମୁନକ୍କା, ଯାହାର ପ୍ରୟୋଗ ଭୋକ ନ ଲାଗିବାଲେ କରାଯାଏ। ଯଦି ଆପଣଙ୍କୁ ଭୋକ ନ ଲାଗୁଛି ତେବେ ଆପଣ ମୁନକ୍କାକୁ ଭାଙ୍ଗିକି ସେଥିରେ କଳା ଲଙ୍କା ଓ ଲୁଣ ମିଶେଇକି ଖାଆନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଭୋକ ବଢିଯିବ।

୭. ଖିସମିସର ନିୟମିତ ସେବନ ପିଲାଙ୍କ ବୁଦ୍ଧି ବଢେଇବାରେ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏଥିରେ ପ୍ରଚୁର ମାତ୍ରାରେ ବୋରାନ ଥାଏ ଯାହା ବୁଦ୍ଧି ବଢେଇବାରେ ସାହାଯ୍ୟ କରିଥାଏ ।

Leave a Reply

Your email address will not be published. Required fields are marked *