ମକର ଓ କୁମ୍ଭ ରେ ଶନି ଚଳନ ହେତୁ ରହିବ ସାଢେଷାତି- ଜାଣନ୍ତୁ କଣ କରିବେ

ନ୍ୟାୟପ୍ରିୟ ଶନି ଗ୍ରହ ୪ ମାର୍ଚ ୨୦୨୦ ରେ ନିଜ ରାଶି ମକର ରେ ରହିବେ, ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଏହି ଘଟଣା ଦ୍ଵାରା ମକର, ଧନୁ ଓ କୁମ୍ଭ ରାଶି ଉପରେ ଶନିଙ୍କ ସାଢେଷାତି ଅଛି ଏହା ପରେ ମିଥୁନ ଓ ତୁଳା ରାଶି ଉପରେ ପଡିବ ପ୍ରଭାବ । ଶନି ଗୋଟେ ରାଶି ରେ ୩୦ମାସ ରୁହନ୍ତି, ଏହି ୩୦ ମାସ ଭିତରେ ଶନି କେବଳ ୬ ମାସ ଫଳ ଦିଅନ୍ତି । ଶନି ଦେବଙ୍କୁ ନ୍ୟାୟ ଦେବତା କୁହା ଯାଏ, ଶନି ଦେବ ଲୋକ କର୍ମ ଅନୁଯାଇ ଫଳ ଦେଇ ଥାନ୍ତି, ଭଲ କର୍ମ ଲୋକଙ୍କୁ ସାଢେଷାତି ରେ ମଧ୍ୟ ଭଲ ଫଳ ପ୍ରାପ୍ତ ହୋଇଥାଏ ।

Image Courtesy: Google

ତେବେ ଆସନ୍ତୁ ଜାଣିବା କେଉଁ ଉପାୟ ଦ୍ଵାରା ଶନି ଦେବଙ୍କ କୁପ୍ରଭାବ ରୁ ମଣିଷ ବଞ୍ଚି ପାରିବ । ଶନି ଦେବଙ୍କୁ ବୃଦ୍ଧାଅବସ୍ତା ସ୍ଵାମୀ ମଧ୍ୟ କୁହା ଯାଏ, ଯେଉଁ ଘରେ ମାଁ, ବାପା ଓ ବୁଢା ଲୋକଙ୍କ ସମ୍ମାନ ହୁଏ ସେହି ଘର ଉପରେ ଶନି ଦେବ ସବୁବେଳେ ପ୍ରଶନ ରୁହନ୍ତି । ଶନି ଦେବଙ୍କ କୃପା ପ୍ରାପ୍ତି ପାଇଁ ବୁଢା ଲୋକଙ୍କ ସେବା କରିବା ସର୍ବୋପରି ଅଟେ, ଶନି ଦେବଙ୍କୁ ଦରିଦ୍ରନାରାୟଣ ମଧ୍ୟ କୁହା ଯାଏ ସେଥିପାଇଁ ଦରିଦ୍ର ସେବା ଦ୍ଵାରା ମଧ୍ୟ ଶନି ପ୍ରଶନ ହୁଅନ୍ତି ।

Image Courtesy: Google

ଶନିବାର ଦିନ ଶନି ମନ୍ଦିର ଯାଇ ‘ॐ ପ୍ରାଂ ପ୍ରୀଂ ପ୍ରୌଂ ଶନୈଶ୍ଚରାଯ ନମ:’ ଜାପ କରିବା ଉଚିତ ଅଟେ । ଶନି ଦେବଙ୍କ ଦ୍ଵାରା ଉତପନ ଭୀଷଣ ସମସ୍ୟା ଠାରୁ ବଞ୍ଚିବା ପାଇଁ ଶିବ ଠାକୁର ଓ ହନୁମାନ ଠାକୁରଙ୍କ ପୂଜା ଏକା ସହ କରିବା ଆବଶ୍ୟକ ଅଟେ । ଶନିବାର ଦିନ ଶନି ମନ୍ଦିର, ହନୁମାନ ଠାକୁର ଓ ଓସ୍ତ ଗଛ ମୂଳ ରେ ସୋରିଷ ତେଲ ଦୀପ ଜାଳିବା ଅତ୍ୟନ୍ତ ଲାଭକାରୀ ଅଟେ ।

Image Courtesy: Google

ଶନି ପ୍ରକୋପ ରୁ ମୁକ୍ତି ପାଇବା ପାଇଁ ଓ ଶନି ଦେବଙ୍କ କ୍ରୋଧ ଶାନ୍ତ କରିବା ପାଇଁ ୧୬ ଶନିବାର ସୂର୍ଯ୍ୟଅସ୍ତ ହେଲା ପରେ ଗୋଟେ ପାଣି ନଡିଆ, ୫ଟି ବାଦାମ ଓ କିଛି ଦକ୍ଷିଣା ଶନି ମନ୍ଦିର ରେ ଦାନ କରନ୍ତୁ ଦେଖିବେ ଏହା ଦ୍ଵାରା ଆପଣଙ୍କ ବହୁତ ସମସ୍ଯା ଭଲ ହୋଇ ଜୀବ । ଜୀବନ ରେ ଉନ୍ନତି ପ୍ରାପ୍ତ କରିବା ପାଇଁ ପ୍ରତି ମାସ ଅମାବାସ୍ୟା ରେ ନିଜ ଘର ଓ ବ୍ୟବସାୟ ଜାଗା ଭଲ ଭାବରେ ଧୋଇ ସଫା କରନ୍ତୁ ଏହା ପରେ ସୋରିଷ ତେଲ ଦୀପ ଜଳାନ୍ତୁ ଆପଣଙ୍କ ଜୀବନ ରେ ଉନ୍ନତି ପ୍ରାପ୍ତ ହବ ।

Leave a Reply

Your email address will not be published. Required fields are marked *