ମଙ୍ଗଳବାର ଦିନ ସୂର୍ଯ୍ୟାସ୍ତ ପରେ କରନ୍ତୁ ଏହି ତାନ୍ତ୍ରିକ ଉପାୟ, ଏହା ପରେ ହବ ଚମତ୍କାର

ମଙ୍ଗଳବାର ଦିନ ମହାବଳୀ ଶ୍ରୀରାମ ଭକ୍ତ ହନୁମାନ ଭଗବାନଙ୍କ ପୂଜା ଅର୍ଚନାର ଦିନ ଅଟେ, ଏହା ସମସ୍ତେ ଜାଣିଛନ୍ତି ଯେ ଭଗବାନ ବଜରଙ୍ଗବଳି ଶ୍ରୀରାମଙ୍କ କେତେ ବଡ ଭକ୍ତ ଅଟନ୍ତି । ଯଦି କାହା ଜୀବନରେ କିଛି ଅସୁବିଧା ଚାଲିଛି ତେବେ ମଙ୍ଗଳବାର ଦିନ ସନ୍ଧ୍ୟା ରେ ସୂର୍ଯ୍ୟାସ୍ତ ପରେ ତାନ୍ତ୍ରିକ ଉପାୟ କରିବା ଆବଶ୍ୟକ ଅଟେ, ହନୁମାନ ଠାକୁରଙ୍କ କୃପାରୁ ସବୁ କିଛି ଭଲ ହବ ଏବଂ ସବୁ ଜିନିଷ ସଠିକ ଭାବରେ ରହିବ ।

ମଙ୍ଗଳବାର ଦିନ ସନ୍ଧ୍ୟା ରେ ସ୍ନାନ କରି ହନୁମାନ ମନ୍ଦିର ରେ ଯାଇ ଏହି ଛୋଟ ତାନ୍ତ୍ରିକ ଉପାୟ କଲେ ଜୀବନର ସବୁ ପ୍ରକାର କଷ୍ଟ ଦୂର ହୋଇଥାଏ ।

ହନୁମାନଙ୍କୁ ସମସ୍ତେ ସଙ୍କଟ ମୋଚନ ମଧ୍ୟ କୁହନ୍ତି ଓ ଏହି ନାମ ରେ ମଧ୍ୟ ସମସ୍ତେ ଜାଣନ୍ତି କାହିଁକିନା ପ୍ରଭୁ ହନୁମାନ ସମସ୍ତଙ୍କ ସଙ୍କଟ ଦୂର କରିଥାନ୍ତି ଓ ଜୀବନରେ କିଛି ନୂଆ ଖୁସି ପ୍ରଦାନ କରନ୍ତି । ମଙ୍ଗଳବାର ଦିନ ହନୁମାନ ଠାକୁରଙ୍କ ପାଇଁ ଅତ୍ୟନ୍ତ ପ୍ରିୟ ଅଟେ ଏହି ଦିନ ହନୁମାନଙ୍କୁ ପୂଜା କଲେ ସବୁ ପ୍ରକାର ସଙ୍କଟ ଦୂର ହୋଇଥାଏ ଓ ଏହି ତାନ୍ତ୍ରିକ ଉପାୟ ଦ୍ଵାରା ଆପଣଙ୍କ ଧାର ଉଧାର ସମସ୍ୟା ମଧ୍ୟ ଦୂର ହୋଇଥାଏ ଓ ଜୀବନ ରେ କେବେ ଆପଣଙ୍କୁ ଧାର ନବାକୁ ପଡେ ନାହିଁ ।

ଏହି ଉପାୟ ଦ୍ଵାରା ସବୁ ପ୍ରକାର ସମସ୍ୟା ଯେମିତିକି ବିବାହ ନହବା, ଧାର କରଜ ରେ ବୁଡି ରହିବା ଓ ସବୁ ପ୍ରକାର ସମସ୍ୟାରୁ ମୁକ୍ତି ମିଳି ଥାଏ ଓ ଏହି ସମସ୍ୟା ଜୀବନ ରେ ଫେରିକି ଆପଣଙ୍କ ପାଖକୁ ଆସେ ନାହିଁ । ମଙ୍ଗଳବାର ଦିନ ସନ୍ଧ୍ୟା ରେ ସଫା ପାଣି ରେ ସ୍ନାନ କରି ହନୁମାନ ମଦିର ଯାଆନ୍ତୁ, ଓ ପ୍ରଥମେ ଚମେଲୀ ତେଲ ଦ୍ଵାରା ଦୀପ ପ୍ରଜ୍ଵଳନ କରନ୍ତୁ ଏହା ପରେ ଠାକୁରଙ୍କ ପାଦ ତଳେ ହନୁମାନ ଚାଳିଶା ଜନ୍ତ୍ର ରଖୀ ଦିଅନ୍ତୁ ।

ଦୀପ ଜାଳିଲା ପରେ ଠାକୁରଙ୍କ ପାଦ ଧରି ଦଣ୍ଡବତ ପ୍ରଣାମ କରନ୍ତୁ, ପ୍ରଣାମ କଲା ପରେ ହାତ ଯୋଡି ଠାକୁରଙ୍କ ୧୧ଟି ପରିକ୍ରମା କରନ୍ତୁ । ଏହା ପରେ ଠାକୁରଙ୍କ ଗଦା ଓ ପାଦ ସିନ୍ଦୁର ନେଇ ନିଜ ମଥା ରେ ଲଗାନ୍ତୁ ଓ ୭ ଥର ହନୁମାନ ଚାଳିଶା ମନ୍ଦିର ରେ ବସି ପାଠ କରନ୍ତୁ । ହନୁମାନ ଚାଳିଶା ପାଠ କଲା ବେଳେ ପଛକୁ ବୁଲି ଚାହାଁନ୍ତୁ ନାହିଁ, କାହା ସହ କଥା ହୁଅନ୍ତୁ ନାହିଁ, ଯଦି ଚାଳିଶା ମନେ ଅଛି ତେବେ ଆଖି ବନ୍ଦ କରି ହନୁମାନ ଚାଳିଶା ପାଠ କରନ୍ତୁ ।

Leave a Reply

Your email address will not be published. Required fields are marked *