ସକାଳୁ ଉଠିବା ପରେ ନିଶ୍ଚିତ କରିବା ଦରକାର ଏହି ସବୁ କାମ- ଜାଣନ୍ତୁ କଣ

ଆସନ୍ତୁ ଜାଣିବା ସକାଳୁ ଉଠିବା ପରେ ଏମିତି କି କାମ କଲେ ସାରାଦିନ ଏନର୍ଜେଟିକ ଓ ଖୁସିପୂର୍ଣ୍ଣ ହୋଇଥାଏ । ସକାଳ ସମୟ ଦିନର ସବୁଠୁ ଭଲ ଓ ଶାନ୍ତ ସମୟ ହୋଇ ଥାଏ । ଯଦି ସକାଳ ଭଲରେ କଟେ ତ ସାରାଦିନ ବହୁତ ଭଲ ଓ ଖୁସିରେ କଟିଥାଏ । ଆଜି ଆମେ ଜଣେଇବାକୁ ଯାଉଛୁ କି ଏମିତି କି କାମ କଲେ ସକାଳ ପରି ସାରାଦିନ ବି ହସ ଖୁସିରେ ବିତିବ ।

ଠିକ ସମୟରେ ଉଠନ୍ତୁ

ସକାଳ ସମୟ ବହୁତ୍ ମୂଲ୍ୟବାନ ହୋଇଥାଏ । ଯଦି ଆପଣ ଡେରିରେ ଉଠିବେ ସାରା ଦିନର ପ୍ଲାନ୍ ଗଡବଡ଼ ହେଇଯିବ । ଆପଣ ରାତିରୁ ହିଁ ସ୍ଥିର କରି ଶୁଅନ୍ତୁ ଯେ ବେଳାବେଳି ଉଠିବେ । ଯଦି କେଉଁ କାରଣରୁ ଉଠିବା ଲେଟ୍ ହେଇଯାଏ ଆପଣ ବ୍ୟସ୍ତ ହେବେନି କି ରାଗିବେ ନାହିଁ । ଶାନ୍ତି ମନରେ ସମୟ କୁ ମ୍ୟାନେଜ କରନ୍ତୁ ।

ସର୍ବପ୍ରଥମେ ହସନ୍ତୁ

ସକାଳୁ ଆଗ ଉଠି ଶାନ୍ତି ମନରେ ନୂଆ ଦିନକୁ ସ୍ଵାଗତ କରନ୍ତୁ । ଏଥିପାଇଁ ଆଖି ଖୋଲିବା ସହ ହସିକି ନିଜକୁ ଗୁଡ ମର୍ଣ୍ଣିଂ କୁହନ୍ତୁ , ସାରାଦିନ ଭଲରେ କାଟିବ ।

ନିଜ ଶେଯ ସଜାଡି ରଖନ୍ତୁ

ଯଦି ଦିନକୁ ବ୍ୟବସ୍ଥିତ ଦେଖିବାକୁ ଚାହାନ୍ତି ତ ସକାଳୁ ଉଠି ଶେଯ କୁ ଖୋଲା ନଛାଡି ସଜାଡି ରଖନ୍ତୁ ।

ଉଠିବା ପରେ ପାଣି ପିଅନ୍ତୁ

ସକାଳୁ ଉଠି ଗରମ ହେଉ କି ଥଣ୍ଡା ପାଣି ନିଶ୍ଚିତ ପିଅନ୍ତୁ । ପାଣି ପିଇଲେ ଶରୀର ସହ ମୁଡ୍ ଭଲ ରହିବ ଓ କାମରେ ପୂର୍ତ୍ତି ଆସିବ ।

ନିଜ ଆଖପାଖ ଶାନ୍ତ ବାତାବରଣକୁ ଦେଖନ୍ତୁ

ସକାଳୁ ଉଠି ନିଜ ଆଖପାଖ ଶାନ୍ତ ବାତାବରଣକୁ ଦେଖନ୍ତୁ । ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିଲେ ଆପଣଙ ମନ ଖୁସି ରହିବା ସହିତ ଦିନ ବି ଚିନ୍ତାମୁକ୍ତ ରହିବ ।

ବ୍ୟାୟାମ କରିବା ଆବଶ୍ୟକ

ସକାଳୁ ଉଠି ବ୍ୟାୟାମ କରିବା ଆବଶ୍ୟକ । ଏହାସହିତ5-10 ମିନିଟ ମେଡିଟେସନ ବି କରିବା ଉଚିତ । ଏହାଦ୍ବାରା ମନ ଶାନ୍ତ ଓ ସ୍ଥିର ରହିବ ।

କିଛି ସମୟ ରେଡ଼ିଓ ଓ ଖବରକାଗଜ ପାଇଁ

ସକାଳୁ ଟିକେ ଲାଇଟ ସଂଗ ବା ରେଡ଼ିଓ ଶୁଣିଲେ ଦିନସାରା ଫୁର୍ତି ଲାଗିଥାଏ । ଏମିତି ବି ଖବରକାଗଜ ମଧ୍ୟ ପଢିପାରିବେ ।

ସୁସ୍ଥ ଜଳଖିଆ ଖାଆନ୍ତୁ

ସକାଳ ଶୁଭାରମ୍ଭରେ ସୁସ୍ଥ ଖାଦ୍ୟର ବହୁତ ମହତ୍ୱ ରହିଛି । ସାରାଦିନ ଏନର୍ଜି ସହିତ କାମ କରିବା ଓ ସୁସ୍ଥ ଅନୁଭବ ପାଇଁ ସୁସ୍ଥ ଖାଦ୍ୟ ନିଶ୍ଚିତ ଖାଆନ୍ତୁ । ସକାଳ ଜଳଖିଆରେ ଚା କଫି ନେବା ବଦଳରେ ଫ୍ରୁଟସ ନେବା ଆରମ୍ଭ କରନ୍ତୁ । ହାଲୁକା ସୁସ୍ଥ ଜଳଖିଆ ଦିନକୁ ସୁସ୍ଥ ବନେଇଥାଏ ।

ସକାଳକୁ ହସିବା ସହିତ ସ୍ଵାଗତ କରନ୍ତୁ ଓ ସବୁ ଜରୁରୀ କାମ କରିସାରିବା ପରେ ଅଫିସ ପାଇଁ ବାହାରନ୍ତୁ ।

Leave a Reply

Your email address will not be published. Required fields are marked *