ମହାରାଷ୍ଟ୍ର ରେ ପୁନ୍ନେର ପିପରି ଚିଞ୍ଚବଡରେ ପୋଲିସ ଭୋଦୁ ବାବା ମାନକ ଜଣେ ଲୋକ ଅନ୍ଧବିଶ୍ଵାସ ବାହାନାରେ ଡରାଇ ଗୋଟିଏ ପରିବାରର ୫ଭଉଣୀଙ୍କୁ ଯୌନ ଶୋଷଣ କରିବା ଅଭିଯୋଗରେ ଗିରଫ କରାଯାଇଛି । ଏହି ୫ଜଣ ଝିଅଙ୍କ ଭିତରେ ୪ଜଣ ନାବାଳିକା ଅଟନ୍ତି । ପରିବାରର ଅଭିଯୋଗ ଅଛି କି ଭୋଦୁ ବାବା ପ୍ରଥମେ ଏହି ପରିବାରକୁ ନିଜ କଥାର ଜାଲରେ ଫସାଇ କଳା ଯାଦୁର ଦର ଦେଖାଇଲା ଏବଂ ପୁଣି କଳା ଯାଦୁରୁ ବଞ୍ଚିବା ପାଇଁ ଏକ ନଗ୍ନ ପୂଜା କରାଇଲା । ସୋମବାର ଦିନ ପରିବାର ବଡ ଭଉଣୀ ଭୋଗୁ ବାବା ବିରୁଦ୍ଧରେ ପିପରି ପୋଲିସ ଷ୍ଟେସନରେ ଅଭିଯୋଗ ଲେଖିଛି ।
ପୋଲିସ ଭୋଗୁ ବାବା ଉପରେ ପାକ୍ସୋ ଏକ୍ଟ ଏବଂ ମହାରାଷ୍ଟ୍ରର ୨୦୧୩ର କଳା ଜାଦୁଏ ଅଭିଯୋଗ କରି ଗିରଫ କରିଛି ।
ଭୋଗୁ ବାବାର ପ୍ରକୃତ ନାମ ସୋମନାଥ କୈଳାସ ଚହ୍ୟାଣ ଅଟେ । ଭୋଗୁ ବାବା ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ରହୁଥିଲା । ତାହାର ବୟସ ୩୨ବର୍ଷ ଅଟେ । ପୀଡିତ ପରିବାର କହିଛନ୍ତି କି ଭୋଦୁ ବାବା ତାଙ୍କୁ କହିଲା କି ଆପଣଙ୍କ ପରିବାର ଉପରେ କୌଣସି ଜଣେ ମହିଳା କଳା ଜାଦୁ କରିଦେଇଛି । ଏହି କାରଣରୁ ଆପଣଙ୍କୁ ପୁତ୍ର ସନ୍ତାନ ପ୍ରାପ୍ତ ହେଉ ନାହିଁ ।
କଳା ଜାଦୁ କରିଥିବା ମହିଳା ଆପଣଙ୍କର ସମ୍ପର୍କୀୟ ଅଟେ । କଳା ଜାଦୁ କାରଣ ପାଇଁ ଆପଣଙ୍କର ଝିଅମାନଙ୍କ ଜୀବନ ବି ବିପଦରେ ଅଛି । ଏତିକି ନୁହେଁ ଏହା ବି କହିଲା କି ଆପଣଙ୍କ ଘରେ ଗୁପ୍ତ ଧନ ଲୁଚି ରହିଛି । ଆପଣଙ୍କ ଘରେ ୭ କପାଟ ସୁନା ,ଗୋଟିଏ ସୁନାର ମାଠିଆ ଏବଂ ଗୋଟିଏ ଗଣେଶଙ୍କର ମୂର୍ତି ମାଟି ତଳେ ଲୁଚିଛି ।
ତାଙ୍କର ଏହି କଥା ଶୁଣି ପରିବାର ଲୋକ ଡରିଗଲେ ଏବଂ କଳା ଯାଦୁରୁ ବଞ୍ଚିବା ପାଇଁ ଉପାୟ ପଚାରିଲେ । ଏହାପରେ ସେ କହିଲା କି ଏହି ସବୁରୁ ରକ୍ଷା ପାଇବା ପାଇଁ ଏକ ନଗ୍ନ ପୂଜା କରିବାକୁ ହେବ । ପରିବାର ଲୋକ ସେହି ବାବାର କଥା ମାନିନେଲେ । ଭୋଗୁ ବାବା ନଗ୍ନ ପୂଜା କରିବା ପାଇଁ ପାଞ୍ଚ ଭଉଣୀକୁ ଗୋଟିଏ ଘରକୁ ନେଇଗଲା ଏବଂ ବଡ ଭଉଣୀକୁ ୩ଥର ବଳାତ୍କାର କଲା ।
ସେ ବାକି ୪ଭଉଣୀଙ୍କ ସହିତ ଅଶ୍ଳୀଳ ବ୍ୟବହାର କଲା । ସେ ପରିବାରର ବିବାହିତ ଝିଅ ସହିତ ନକଲି ବିବାହ ମଧ୍ୟ କଲା ,ଏହାଛଡା ସେ ପୂଜା କରିବା ପାଇଁ ୩ଲକ୍ଷ ୧୧ହଜାର ଟଙ୍କା ବି ପରିବାର ଠାରୁ ନେଇଗଲା । ଏହି ଘଟଣା ବିଷୟରେ ପିପରି ଥାନର ପୋଲିସ ରାଜେନ୍ଦ୍ର ନିକାଲଜେ ଜି ମିଡିୟାରେ କହିଛନ୍ତି କି ‘ଭୋଗୁ ବାବା ପରିବାରକୁ ପୁତ୍ରପ୍ରାପ୍ତି ,ଝିଅମାନଙ୍କର ମୃତ୍ୟୁର ଖତରା ଏବଂ ଗୁପ୍ତଧନର ଲାଳସା ଦେଖାଇ ବଳାତ୍କାର କରିଛି’ । ସେଥିପାଇଁ ଭୋଗୁ ବାବାକୁ ଗିରଫ କରାଯାଇଛି ଏବଂ ତାଙ୍କୁ ବଡ ସଜା ବି ହେଇପାରେ ।