ଲଗାତାର ୬ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ, ATM ଖାଲି- ହୋଲିରେ ହେଇ ପାରେ ଟଙ୍କାର ଅଭାବ

ମାର୍ଚ୍ଚ ମାସରେ ହୋଲିର ପର୍ବ ଅଟେ । ଯଦି ଆପଣ ଚାହୁଁଛନ୍ତି କି ହୋଲି ପର୍ବରେ ଆପଣଙ୍କୁ ଟଙ୍କାର ଅଭାବ ନହେଉ ତାହେଲେ ଭଲ ହେବ କି ଆପଣ ପ୍ରଥମରୁ ହିଁ ଟଙ୍କାର ବ୍ୟବସ୍ଥା କରି ନିଅନ୍ତୁ । କାରଣ ମାର୍ଚ୍ଚରେ ଲଗାତାର ୬ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ । ଲଗାତାର ୬ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିଲେ ATM ରେ ଟଙ୍କାର ଅଭାବ ହୋଇପାରେ । ଏଟିଏମ ରେ ଟଙ୍କା ସରିଯାଇ ପାରେ । ଏମିତିରେ ଆପଣଙ୍କୁ ଟଙ୍କାର ଅଭାବକୁ ସାମନା କରିବାକୁ ପଡିପାରେ ।

ଏମିତି ରେ ଭଲ ହେବ କି ବ୍ୟାଙ୍କ ବନ୍ଦ ହେବା ପୂର୍ବରୁ ହିଁ ଆପଣଙ୍କର ବ୍ୟାଙ୍କ ସହିତ ଯୋଡା ଥିବା କାମ ଶେଷ କରିଦିଅନ୍ତୁ ଏବଂ ଟଙ୍କାର ବ୍ୟବସ୍ଥା କରି ନିଅନ୍ତୁ, ନହେଲେ ହୋଲିରେ ଆପଣଙ୍କୁ ଟଙ୍କାର ଅଭାବ ହୋଇପାରେ ।

ମାର୍ଚରେ ଲଗାତାର ୬ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ

ମାର୍ଚରେ ଲଗାତାର ୬ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିପାରେ । ବ୍ୟାଙ୍କର ଛୁଟି ଏବଂ ବ୍ୟାଙ୍କ ହଡତାଳ କାରଣରୁ ମାର୍ଚରେ ଲଗାତାର ୬ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିପାରେ । ଯଦି ବ୍ୟାଙ୍କ କର୍ମଚାରୀ ମାନଙ୍କର ଲଦତାଳ ନ କମିଛି ତାହେଲେ ୧୦ମାର୍ଚ ରୁ ୧୫ମାର୍ଚ ପର୍ଯ୍ୟନ୍ତ ବ୍ୟାଙ୍କ ର କାର୍ଯ୍ୟକ୍ରମ ବନ୍ଦ ରହିପାରେ ।

ଏହି ତାରିଖର ରଖନ୍ତୁ ଧ୍ୟାନ

୧୦ମାର୍ଚ ଦିନ ହୋଲି ପାଇଁ ବ୍ୟାଙ୍କ ବନ୍ଦ ରହିବ । ଏହାଛଡା ବ୍ୟାଙ୍କ ଯୁନିଅନ ୧୧ମାର୍ଚ ଠାରୁ ନେଇ ୧୩ମାର୍ଚ ପର୍ଯ୍ୟନ୍ତ ବ୍ୟାଙ୍କର ଧର୍ମଘଟ ଡାକରା ଦେଇଛନ୍ତି । ଯଦି ଏହି ଧର୍ମଘଟ ନଭାଙ୍ଗିଛି ତାହେଲେ ୧୧ମାର୍ଚ ଠାରୁ ୧୩ମାର୍ଚ ପର୍ଯ୍ୟନ୍ତ ତିନି ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ । ୧୪ମାର୍ଚରେ ମାସର ଦିତୀୟ ଶନିବାର ଏବଂ ୧୫ମାର୍ଚ ରବିବାର ହେବା କାରଣରୁ ବ୍ୟାଙ୍କ ବନ୍ଦ ରହିବ । ଏହା ପୂର୍ବରୁ ୮ମାର୍ଚ ରବିବାର ଥିବାରୁ ବ୍ୟାଙ୍କ ବନ୍ଦ ରହିବ । କେବଳ ୯ତାରିଖ ଦିନ ବ୍ୟାଙ୍କ ଖୋଲା ରହିବ ।

ଏଟିଏମ ହେଇପାରେ ଖାଲି

ଯଦି ୬ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ ତାହେଲେ ଟଙ୍କାର ଅଭାବ ହେଇପାରେ । ବ୍ୟାଙ୍କ ବନ୍ଦ ହେବା କାରଣରୁ ଏଟିଏମ ମେସିନରେ କ୍ୟାସ ଭରୁଥିବା ଏଜେନ୍ସିକୁ କ୍ୟାସ ମିଳିବାରେ ଅସୁବିଧା ହେଇପାରେ । ହୋଲିରେ ଅଧିକ ଟଙ୍କା ଦରକାର ଥିବାରୁ ଏଟିଏମରେ ଥିବା ସବୁ କ୍ୟାସ ଜଲ୍ଦି ସରିଯିବ । ଭଲ ହେବ କି ହୋଲି ପୂର୍ବରୁ ଆପଣ ଆପଣଙ୍କ ପାଇଁ କ୍ୟାସର ବ୍ୟବସ୍ଥା କରିନିଅନ୍ତୁ ।

ବ୍ୟାଙ୍କର ତିନିଦିନିଆ ଧର୍ମଘଟ

ବ୍ୟାଙ୍କ କର୍ମଚାଇମାନେ ନିଜର ସାଲାରିକୁ ନେଇ ୧୧ରୁ ୧୩ମାର୍ଚ ପର୍ଯ୍ୟନ୍ତ ତିନିଦିନିଆ ଧର୍ମଘଟର ଡାକରା ଦେଇଛନ୍ତି । ସେମାନେ କହିଛନ୍ତି କି ତାଙ୍କର ଦାବି ଏପରଜ୍ଯନ୍ତ ପୂରଣ କରାଯାଇ ନାହିଁ । ଯଦି ଏହି ଧର୍ମଘଟ ହେବ ତାହେଲେ ଲୋକଙ୍କର ଚିନ୍ତା ବଢିଯିବ ।

Leave a Reply

Your email address will not be published. Required fields are marked *