କୌଣସି ପେଟ ସମସ୍ୟା ହେଉ ବା ମୁଣ୍ଡ ବ୍ୟଥା, ଏହି ଯୋଗାସନ କରନ୍ତୁ- ତୁରନ୍ତ ମିଳିବ ଆରମ

ଶରୀରକୁ ସୁସ୍ତ ସବଳ ରଖିବା ପାଇଁ ୟୋଗା କରିବା ବହୁତ ଜରୁରୀ ଅଟେ, ଏହା ସହ ୟୋଗା ଦ୍ଵାରା ଆମ ମସ୍ତିସ୍କ ମଧ୍ୟ ଭଲ କାମ କରି ଥାଏ । ଅଧିକ କାମ ବା କୌଣସି ପ୍ରକାର ଚିନ୍ତା ପାଇଁ ଆମ ମୁଣ୍ଡ ବିନ୍ଧା ହୋଇଥାଏ ଯାହା ପାଇଁ ଏହି ୟୋଗା କରିବା ବହୁତ ଆବଶ୍ୟକ ଅଟେ ଏହି ୟୋଗା ନା ୱଜ୍ରାସନ ଅଟେ ଯାହା ଦ୍ଵାରା ଆପଣଙ୍କ ମୁଣ୍ଡ ବ୍ୟଥା ସମସ୍ୟା ଦୂର ହୋଇଥାଏ ।

ଏହି ୟୋଗା ଆପଣଙ୍କ ଶରୀର ସ୍ଵସ୍ଥ କରି ଥାଏ ଏବଂ ମୁଣ୍ଡ ବ୍ୟଥାରୁ ମୁକ୍ତି ଦେଇ ଥାଏ ଏବଂ କେତେ ପ୍ରକାର ଲାଭ ମଧ୍ୟ ଏହି ଆସନ ଦ୍ଵାରା ହୋଇ ଥାଏ ।

ଏହି ଯୋଗ କେମିତି କରିବେ :

ୱଜ୍ରାସନ ଏମିତି ଗୋଟେ ୟୋଗା ଯାହାକୁ ଆପଣ ଖାଇବା ପରେ ମଧ୍ୟ କରି ପାରିବେ, ୱଜ୍ର ଅର୍ଥ ହୋଇ ଥାଏ କଠୋର, ଅର୍ଥାତ ଏହା ଏମିତି ଗୋଟେ ଆସନ ଯାହା ଆପଣଙ୍କ ଶରୀରକୁ ମଜବୁଟି ପ୍ରଦାନ କରିଥାଏ ଏବଂ ଆପଣଙ୍କ ପାଚନ ତନ୍ତ୍ରକୁ ମଧ୍ୟ ସ୍ଵସ୍ଥ ରଖୀ ଥାଏ । ଏହି ୟୋଗା ଆସନ ଦ୍ଵାରା ଆପଣଙ୍କ ଶରୀର ରେ ରକ୍ତ ସଂଚାର ସଠିକ ଭାବରେ ହୋଇଥାଏ, ଏହି ଆସନ ଧ୍ୟାନ ପାଇଁ ଭଲ ଅଟେ, ଏହା ମନ ଚଞ୍ଚଳତା ଦୂର କରିଥାଏ ।

ଆପଣ ଏହାକୁ ଖାଇବା ପରେ ମଧ୍ୟ କରି ପାରିବେ ଆସନ ବିଛାଇ ଆପଣ ନିଜ ଆଁଠୁ ମୋଡି ବସି ଯାନ୍ତୁ, ଆପଣଙ୍କ ବସିବା ପୋଜିସନ ଏମିତି ହବା ଉଚିତ ଯେମିତିକି ଆପଣଙ୍କ ଗୋଡ ଆଙ୍ଗୁଳି ଆପଣଙ୍କ ପିଛା ରେ ଲାଗୁଥିବ ଓ ନିତମ୍ବ ଦୁଇଟି ଏଡି ମଧ୍ୟରେ ଥିବେ । ନିଜ ଦୁଇ ଗୋଡ ଅଙ୍ଗୁଠା ପାଖରେ ରଖନ୍ତୁ ଏହା ଛଡା ସବୁଠାରୁ ବିଶେଷ କଥା ଦୁଇଟି ହାତ ଆଁଠୁ ଉପରେ ରଖନ୍ତୁ ।

ନିଜ ହାତ ଓ ଶରୀର ଢିଲା ରଖନ୍ତୁ ଓ ନିଶ୍ଵାସ ନବା ଆଣିବା କରନ୍ତୁ, ଏହି ଅବସ୍ତା ରେ କିଛି ସମୟ ବସନ୍ତୁ ଓ ପ୍ରତି ଦିନ କିଛି ସମୟ ପାଇଁ ଏହା ପ୍ରୟାଶ କରନ୍ତୁ । ଏହି ଆସନ କେବଳ ଆପଣଙ୍କ ମୁଣ୍ଡ ବ୍ୟଥା ନୁହ ଏହା ଛଡା ପେଟ ସମସ୍ୟା ମଧ୍ୟ ଦୂର କରିଥାଏ । ଏହି ଆସନକୁ ପ୍ରଥମେ ୧୦ସେକେଣ୍ଡ କରନ୍ତୁ ଏହା ପରେ ୨୦ସେକେଣ୍ଡ ଓ ଏମିତି କରି କରି ଧୀରେ ଧୀରେ ସମୟ ବଢେଇବା ପାଇଁ ଚେଷ୍ଟା କରନ୍ତୁ ହଟାତ ଅଧିକ ସମୟ କଲେ ଆପଣଙ୍କ ଆଁଠୁ ବିନ୍ଧା ଆରମ୍ଭ ହୋଇ ପାରେ ।

Leave a Reply

Your email address will not be published. Required fields are marked *