ମା’ ବିରଜା ଦେବେ ରଡି, ଯାଜପୁରରେ ହେବ ଯୁଦ୍ଧ: Malika Bachana

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ମାଳିକା ବଚନ କିଛି ମିଥ୍ୟା ଯାଇ ନାହିଁ, ଏହା ଛଡା ମାଲିକାରେ କିଛି ସ୍ପଷ୍ଟ ଭାବରେ ଲେଖା ହୋଇ ନାହିଁ ଏଠାରେ ସବୁ ଠାର ଗାର ରେ ଲେଖା ହୋଇଛି ।

ଯିଏ ଏହି ଠାର ଗାର ଭାଙ୍ଗି ଏହାର ସଠିକ କଥା ଜାଣି ପାରିଲା ସେହି ବ୍ୟକ୍ତିଙ୍କୁ ଜଣା ପଡିଥାଏ ଯେ ଆସନ୍ତା ସମୟ କଣ ହବାକୁ ଯାଉଛି । ତେବେ ବହୁତ ଲୋକ ଅଛନ୍ତି ଯିଏ ଏହାକୁ ମାନିବା ନାରାଜ ତେବେ ଏହା ପୁରନ୍ତହ ଆମ ମନ ଉପରେ ନିର୍ଭର କରିଥାଏ ଯଦି ଆମେ କିଛି ଜାଣିବାକୁ ଇଛା କରିଥାଉ ସେତେବେଳେ ଆମେ କିଛି ଜାଣି ପାରିଥାଉ ଠିକ ସେମିତି ମାଣିଲେ ମହେଶ୍ଵର ନମାନିଲେ ପଥର ଏହା ଶାସ୍ତ୍ରରେ କୁହା ଯାଇଛି ।

ତେବେ ଆଜି ଆମେ ମାଳିକା କିଛି ବଞ୍ଚ ଜାଣିବା ଯାହା ଦ୍ଵାରା ଆମ ଆସନ୍ତା ଭବିଷତ କଣ ଆଉ କେମିତି ହବାକୁ ଯାଉଛି ତାହା କୁହା ଯାଇଛି । ମହାପ୍ରଭୁ କହିଛନ୍ତି କଣ ନା ” ରୋହିର ଡାହାଣେ ବରାହ ଅଙ୍କ ଦେଲେ ଲୀଳା ଆରମ୍ଭ ହୋଇବ ଆଉ ଏହି ଅଙ୍କ ଟିକୁ ଓଲଟାଇଲେ ଲୀଳା ସେସ ହୋଇଯିବ” ତେବେ ପଣ୍ଡିତ ମାନେ ଏହାକୁ କଣ କହିଲେ ରୋହି ଅର୍ଥାତ ମାଛ ଭଗବାନ ଶ୍ରୀ ହଋ ବିଷ୍ଣୁ ପ୍ରଥମ ଅବତାର ।

କଣ ନେଇଥିଲେ ମତ୍ସ୍ୟ ଅବତାର ଏହାର ଅର୍ଥ ଅଙ୍କ ଏକ ଆଉ ବରାହ ଅବତାର ତୃତୀୟ ଥର ନେଇଥିଲେ ଏହାର ଅର୍ଥ ଅଙ୍କ ୩ ତେବେ ରୋହି ର ଡାହାଣେ ବରାହ ରଖିବ ଅର୍ଥାତ ଏକ ଡାହାଣରେ ୩ ରଖିବେ ତେବେ ଅଙ୍କ ଟି ହବ ୧୩ ତେବେ ମହା ପ୍ରଭୁ କହିଛନ୍ତି ୧୩ରେ ଳୀଳା ଆରମ୍ଭ ହୋଇବ । ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ୨୦୧୩ ମସିହା ଅକ୍ଟୋବର ମାସ ୬ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଶୁକ୍ଳ ପକ୍ଷ ପଡିଥିଲା ଯାହା ୧୩ ଦିନିଆ ହୋଇଥିଲା ।

ତେବେ ଶୁକ୍ଳ ପକ୍ଷ ହେଉ ବ କୃଷ୍ଣ ପକ୍ଷ ଦୁଇଟି ୧୫- ୧୫ ଦିନ ହୋଇଥାଏ ତେବେ ଯାଇ ଗୋଟେ ମାସ ପଡିଥାଏ କିନ୍ତୁ ୨୦୧୩ ମସିହାରେ ମହାପ୍ରଭୁ ନିଜ ଚେତୁଆ ଭକ୍ତ ମାନଙ୍କୁ ସଂକେତ ଦେଇଥିଲେ । ମହା ପ୍ରଭୁ କହିଛନ୍ତି ଏହି ଅଙ୍କକୁ ଓଲଟ ପାଲଟା କଲେ ମୋ ଚେତୁଆ ଭକ୍ତ ମାନେ ଜାଣି ପାରିବେ ଯେ ଳୀଳା ସେସ ଅନ୍ତ ଆସିଲା ବୋଲି ତେବେ ଯିଏ ଚେତୁଆ ଭକ୍ତ କେବଳ ତାଙ୍କୁ ହିଁ ସଂକେତ ଜଣା ପଡିବ ।

ତେବେ ଭକ୍ତ କହିଛନ୍ତି ସଂଖ୍ୟା ୧୩କୁ ଓଲଟ ପାଲଟ କଲେ ସଂଖ୍ୟା ୩୧ ଆସୁଛି ତେବେ ୩୧ ମସିହା ବିଷୟରେ ମହା ପ୍ରଭୁ କଣ କହିବାକୁ ଚାହୁଁଛନ୍ତି । ତେବେ ମାଲିକାରେ କୁହା ଯାଇଛି ଯେ ଅନ୍ତ ସମୟ ଆସିଲେ ମା ବିରଜା ରଡି ଛାଡିବେ ଆଉ ବୈତରଣୀ ନଦୀ ରକ୍ତରେ ନାଲି ହବ, ମାଙ୍କ ଶୁଭ ସ୍ତମ୍ଭ ଫାଟିଯିବ ଆଉ ମାଙ୍କ ଗର୍ଜନ ଲୋକଙ୍କୁ ଶୁଣିବାକୁ ମିଳିବ ।

Leave a Reply

Your email address will not be published. Required fields are marked *